ମହିଳା ନାଗା ସାଧୁ ହେବା ପାଇଁ କରିବାକୁ ପଡିଥାଏ ଏଭଳି କାମ : ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | February 06, 2019 IST

ପ୍ରୟାଗରାଜ ୬/୨ : ବିଶ୍ୱର ସବୁଠାରୁ ବଡ ଆଧ୍ୟାତ୍ମିକ ତଥା ସାଂସ୍କୃତିକ କୁମ୍ଭମେଳାର ଦ୍ୱିତୀୟ ସାହି ସ୍ନାନ ମୌନି ଅମାବାସ୍ୟାରେ ହୋଇଥାଏ | ସାରା ବିଶ୍ୱର ବହୁତ ବଡ ବଡ ସାଧୁସନ୍ଥ କୁମ୍ଭମେଳାରେ ଏକାଠି ହୋଇଥାନ୍ତି | ସବୁ ସାଧୁମାନଙ୍କ ମଧ୍ୟରୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି ନାଗା ସାଧୁ | ନାଗା ସାଧୁ ହେବ ପାଇଁ କିଛି ଦୀକ୍ଷା ନେବାକୁ ପଡିଥାଏ | ନାଗା ସାଧୁ କେବଳ ପୁରୁଷ ନଥାନ୍ତି ବରଂ ମହିଳା ନାଗା ସାଧୁ ମଧ୍ୟ ଥାଆନ୍ତି | କୁମ୍ଭମେଳାରେ ଶ୍ରୀ ପଞ୍ଚନାମ ଜୁନା ଆଖଡ଼ାରେ ନିକଟରେ ୬୦ ଜଣ ମହିଳା ନାଗା ସାଧ୍ବୀ ଦୀକ୍ଷା ନେଇଛନ୍ତି | ଏହାପରେ ସାରା ଦେଶରେ ମହିଳା ସାଧ୍ବୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି | ଆଜି ଆମେ ମହିଳା ନାଗା ସାଧୁଙ୍କ ଜୀବନ ସହ ଜଡିତ କିଛି ତଥ୍ୟ ଜାଣିବା | ଏହି ତଥ୍ୟ ଜାଣି ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ମହିଳା ନାଗା ସାଧୁ ହେବା ସହଜ କଥା ନୁହେଁ | ନାଗା ସାଧୁ ହେବ ଅପାଇଁ ମହିଳାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ |

{"id":82418}


ଶ୍ରୀ ପଞ୍ଚନାମ ଜୁନା ଆଖଡ଼ାର ଜଣେ ସନ୍ଥ କହିଛନ୍ତି ଯେ, ଜଣେ ମହିଳା ନାଗା ସାଧୁ ହେବା ପୂର୍ବରୁ ୧୨ ବର୍ଷ ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ ଜୀବନଯାପନ କରିବାକୁ ପଡିଥାଏ | ଆଖଡ଼ାର ସାଧୁ ମହାତ୍ମା ମହିଳାଙ୍କ ଘର, ପରିବାର ଏବଂ ତାଙ୍କ ଅତୀତ ଜୀବନ ବିଷୟରେ ଯାଞ୍ଚ କରିଥାନ୍ତି | ମହିଳା ବ୍ରହ୍ମଚର୍ଯ୍ୟ ଜୀବନଯାପନ କରିପାରିବେ ନା ନାହିଁ ସେନେଇ ମଧ୍ୟ ସାଧୁ ତଦନ୍ତ କରିଥାନ୍ତି |

{"id":82419}


ଏହି ମାମଲାରେ ଗୁରୁ ସମ୍ପୂର୍ଣ ସନ୍ତୁଷ୍ଟ ହେବାପରେ ମହିଳାଙ୍କୁ ଦୀକ୍ଷା ଦିଆଯାଇଥାଏ | ଏହାପରେ ନାଗା ସାଧୁ ହେବା ପୂର୍ବରୁ ମହିଳାଙ୍କୁ ନିଜର ହିଁ ପିଣ୍ଡଦାନ କରିବାକୁ ପଡିଥାଏ | ଦୀକ୍ଷା ନେବା ପରେ ମହିଳା ନିଜ ପରିବାର ସହ କୌଣସି ସମ୍ପର୍କ ରଖି ପାରିବେନାହିଁ |

{"id":82420,"width":584,"height":437}


ମହିଳା ନାଗା ସାଧୁଙ୍କୁ ଦୀକ୍ଷା ଦିଆଯିବା ପରେ ସେହି ଦିନ ହିଁ ତାଙ୍କୁ ଲଣ୍ଡା ହେବାକୁ ପଡିଥାଏ | ଏହାପରେ ମହିଳାଙ୍କୁ ଗଙ୍ଗା ନଦୀରେ ଦିନ ସାରା ଛିଡା ହୋଇ ଶିବଙ୍କ ଜପ କରିବାକୁ ପଡିଥାଏ |

{"id":82421,"width":588,"height":511}


ନାଗା ସାଧୁଙ୍କ ଆଖଡ଼ାରେ ମହିଳା ନାଗା ସାଧୁଙ୍କ ଏକ ସ୍ୱତନ୍ତ୍ର ପରିଚୟ ରହିଛି | ମହିଳା ନାଗା ସାଧୁ ପୁରୁଷ ନାଗା ସାଧୁଙ୍କ ଭଳି ନଗ୍ନ ଅବସ୍ଥାରେ ରୁହନ୍ତି ନାହିଁ | ମହିଳା ନାଗା ସାଧୁମାନେ ନିଜ ଶରୀରକୁ ଏକ ଗେରୁଆ ବସ୍ତ୍ରରେ ଘୋଡାଇ ରଖିଥାନ୍ତି | ଏହା ହେଉଛି ମହିଳା ନାଗା ସାଧୁଙ୍କ ସ୍ୱତନ୍ତ୍ର ପରିଚୟ | ଶାହୀ ସ୍ନାନ ବେଳେ ମହିଳା ନାଗା ସାଧୁ ବିନା ବସ୍ତ୍ରରେ ସ୍ନାନ କରିବା ବର୍ଜନୀୟ | ମହିଳା ନାଗା ସାଧୁଙ୍କୁ ପୁରୁଷ ନାଗା ସାଧୁଙ୍କ ଭଳି କୁସ୍ତି ମଧ୍ୟ କରିବାକୁ ପଡିଥାଏ |

{"id":82422}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.