ସରିବ ରିୟଲିଟି ସୋ Big Boss 13, ଜାଣନ୍ତୁ କେତେ ରହିଛି ପୁରସ୍କାର ରାଶି

Published By : Prameya-News7 Bureau | February 15, 2020 IST

ପପୁଲାର ଟେଲିଭିଜନ ରିୟଲିଟି ସୋ ବିଗବସ୍‌ର  ୧୩ତମ ସଂସ୍କରଣ ଶନିବାର ଛୋଟ ପରଦାରୁ ବିଦାୟ ନେବ। ଏପର୍ଯ୍ୟନ୍ତ ଟେଲିଭିଜନରେ ପ୍ରଦର୍ଶିତ ଏଭଳି କାର୍ଯ୍ୟକ୍ରମ ମଧ୍ୟରୁ ଏଥରର ସୋ ଥିଲା ସବୁଠୁ ବିବାଦୀୟ। ତେବେ ଫ୍ୟାନସ୍ ଓ ଦର୍ଶକ ପୁରା ସିଜିନର ମଜା ନେଇଛନ୍ତି। ଏବେ ବିଗବସ୍ ୧୩ ସମ୍ପର୍କିତ ଆଉ ଏକ ଖବର ଭାଇରାଲ ହେବାରେ ଲାଗିଛି। ତାହା ହେଲା ସୋର ପୁରସ୍କାର ରାଶି। ଏଥର ପୁରସ୍କାର ରାଶି ୧ କୋଟି ହେବ ବୋଲି ଚର୍ଚ୍ଚା ହେଉଥିଲା। ତେବେ ତାହା କେତେ ଆସନ୍ତୁ ଜାଣିବା।

{"id":224912,"sizeSlug":"large"}

ଲାଟେଷ୍ଟ ଖବର ଅନୁସାରେ ଏହି ସିଜିନର ପୁରସ୍କାର ରାଶି ରହିଛି ୫୦ଲକ୍ଷ ଟଙ୍କା। ସୋସିଆଲ ମିଡିଆରେ ଫ୍ୟାନ କ୍ଲବ ଦ୍ୱାରା ଭାଇରାଲ ହେଉଥିବା ଏକ ଫଟୋରୁ ଏହା ଜଣାପଡିଛି। ଯେଉଁଥିରେ ଏହାର ପ୍ରାଇଜ୍ ମନି ୫୦ ଲକ୍ଷ ଟଙ୍କା ବୋଲି ଉଲ୍ଲେଖ ରହିଛି। ଏଥିରୁ ପାରସ ୧୦ଲକ୍ଷ ଟଙ୍କା ନେଇ ବିଦା ହୋଇଥିବା ବେଳେ ବାକି ପ୍ରତିଭାଗୀଙ୍କ ନିମନ୍ତେ ବଳକା ଅଛି ୪୦ଲକ୍ଷ ଟଙ୍କା। ଏଥିରେ ସଲମାନସୋର କ୍ରିଏଟିଭ ଟିମ୍ ସଦସ୍ୟ ସୁଧାଂଶୁ ଓ ମନସାଙ୍କୁ ମଧ୍ୟ କିଛି ପୁରସ୍କାର ଦେବେ ବୋଲି ମଜାରେ କହୁଥିବା ଦେଖାଯାଇଛି।

{"id":224913,"width":576,"height":323,"sizeSlug":"large"}

ତେବେ ସୋର ଚୂଡାନ୍ତ ପର୍ଯ୍ୟାୟରେ ଏବେ ସିଦ୍ଧାର୍ଥ ଶୁକ୍ଲ, ଅସୀମ ରିୟାଜ୍, ରଶ୍ମୀ ଦେଶାଇ, ଆରତୀ ସିଂହ ଓ ଶହନାଜ ଗିଲ ଆଦି ଫିନାଲିଷ୍ଟମାନେ ଅଛନ୍ତି। ଖବରରୁ ଜାହା ଜଣାପଡୁଛି ରଶ୍ମୀ ଓ ଆରତୀଙ୍କ ଯାତ୍ରା ଫାଇନାଲ ପୂର୍ବରୁ ହିଁ ସମାପ୍ତ ହୋଇଯାଉଥିବାର ଶୁଣାଯାଉଛି। ପାରସ କିଛି ଅର୍ଥ ନେଇ ସୋ ଛାଡିସାରିଛନ୍ତି । ଏବେ ବାକି ଲୋକଙ୍କ ଉପରେ ସମସ୍ତଙ୍କ ନଜର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.