ମଣିଷ ଜୀବନରେ ଟଙ୍କାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିଜର ଛୋଟମୋଟ ଖର୍ଚ୍ଚ ହେଉ ଅଥବା ବାହାଘର, ବ୍ରତଘର, ଘରେ କିଏ ଅସୁସ୍ଥ ହେଲେ ସବୁଲାଗି ଅର୍ଥର ଆବଶ୍ୟକତା ପଡିଥାଏ। ପାଖରେ ଯଦି ଟଙ୍କା ଅଛି ତେବେ ସବୁ କାମ ସହଜରେ ହୋଇଯାଏ। ଚାହେ ପିଲାଙ୍କ ଉଚ୍ଚଶିକ୍ଷା ହେଉ ବା ବିଳାଶମୟ ପ୍ରାସାଦ ନିର୍ମାଣ। ସବୁ ପାଇଁ ଦରକାର ଟଙ୍କା। ତେବେ ଆମେ କେବେ ଭାବିଛେ କି ଆମର ସମସ୍ତ ସମସ୍ୟାର ଅକ୍ଲେଶରେ ସମାଧାନ କରୁଥିବା ଟଙ୍କା ଆସେ କେଉଁଠୁ? ଅର୍ଥାତ କେଉଁଠି ଏହାର ମୁଦ୍ରଣ ହୁଏ, ଏଥିଲାଗି କେତେ ଖର୍ଚ୍ଚ ହୁଏ, ମୁଦ୍ରା କିପରି ପ୍ରସ୍ତୁତ କରାଯାଏ ? ଆଦି। ତେବେ ଆସନ୍ତୁ ଜାଣିବା ଏହି ସବୁ ପ୍ରଶ୍ନର ଉତ୍ତର।
କିଏ ଛାପନ୍ତି ନେଟ୍ ?
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ସ୍ଥାପନା ୧୯୩୪ ମସିହାଆରବିଆଇ ଅଧିନିୟମରେ ହୋଇଥିଲା। ଏହି ଆରବିଆଇହିଁ ହେଉଛନ୍ତି ଭାରତର ଶିର୍ଷ ମୁଦ୍ରା ନିୟନ୍ତ୍ରକ। କେବଳ ମୁଦ୍ରା ନୁହେଁ ବିଦେଶୀ ରିଜର୍ଭ, ଭାରତ ସରକାରଙ୍କ ବ୍ୟାଙ୍କର ଓ ଋଣ ନିୟନ୍ତ୍ରକ ଭାବେ ମଧ୍ୟ ଆରବିଆଇ କାମ କରିଥାନ୍ତି। ଭାରତୀୟ ଅର୍ଥ ବ୍ୟବସ୍ଥା ଲାଗି ନୋଟ ମୁଦ୍ରଣ ଓ ଅର୍ଥର ଯୋଗାଣ ଦାୟିତ୍ୱ ମଧ୍ୟ ଆରବିଆଇଙ୍କ ଉପରେ ନ୍ୟସ୍ତ। ଯେତେବେଳେ ଆରମ୍ଭ ହେଲା ଆରବିଆଇଙ୍କ ମୋଟ ସାଧନ ଥିଲା ମାତ୍ର ୫ କୋଟି ଟଙ୍କା।
ଦେଶରେ ନୋଟ ମୁଦ୍ରଣ କରିବାର ଏକାଧିକାର କେବଳ ଆରବିଆଇଙ୍କର ରହିଛି। କେବଳ ୧ ଟଙ୍କିଆ ନୋଟକୁ ଛାଡିଦେଲେ ବାକି ସମସ୍ତ ନୋଟ ଆରବିଆଇ ହିଁ ମୁଦ୍ରଣ କରନ୍ତି। କେବଳ ନୋଟ ନୁହେଁ ଆରବିଆଇ ସାରା ଦେଶରେ ମୁଦ୍ରା ମଧ୍ୟ ଯୋଗାଣ କରିଥାନ୍ତି। ଏଣୁ ଦେଶରେ କେତେ ମୁଦ୍ରାର ଆବଶ୍ୟକତା ରହିଛି ଓ ତାର ପ୍ରସ୍ତୁତି ଲାଗି ଆରବିଆଇ ସଂରକ୍ଷିତ ପ୍ରଣାଳୀରେ ନିର୍ଦ୍ଧାରଣ କରନ୍ତି। ପ୍ରଥମଥର ୧୯୫୭ ମସିହାରେ ଏହି ପ୍ରଣାଳୀ ପ୍ରୟୋଗ ହୋଇଥିଲା, ଯାହା ଏବେବି ପ୍ରଚଳିତ ରହିଛି।
{"id":181476,"width":567,"height":834}ଏହି ପ୍ରଣାଳୀ ଅନୁସାରେ ଆରବିଆଇ ନୋଟ ମୁଦ୍ରଣ କରିବା ଲାଗି ନିଜ ପାଖରେ ୨ଶହ କୋଟି ଟଙ୍କାର ସମ୍ପତ୍ତି ସଂରକ୍ଷିତ ରଖନ୍ତି। ଏଥିରୁ ୧୧୫ କୋଟି ଟଙ୍କାର ସୁନା ଭଣ୍ଡାର କରିବା ସହ ୮୫ କୋଟି ଟଙ୍କାର ବିଦେଶୀ ମୁଦ୍ରା ରଖିବା ଆରବିଆଇଙ୍କ ଲାଗି ଅନିବାର୍ଯ୍ୟ। ଏତିକି ପରିମାଣର ସମ୍ପତ୍ତି ଆରବିଆଇ ନିଜ ପାଖରେ ଗଛିତ ରଖିବା ପରେ ଅର୍ଥବ୍ୟବସ୍ଥା ଆବଶ୍ୟକ କରୁଥିବା ଟଙ୍କା ମୁଦ୍ରଣ ଲାଗି ଆରବିଆଇ ପ୍ରସ୍ତୁତି କରନ୍ତି। ଯାହାକୁ ନ୍ୟୁନତମ ସଂରକ୍ଷିତ ପ୍ରଣାଳୀ କୁହାଯାଏ।
{"id":181477}କେଉଁଠାରେ ପ୍ରସ୍ତୁତ ହୁଏ ମୁଦ୍ରା?
ଦେଶ ଲାଗି ଆବଶ୍ୟକ ଟଙ୍କା ମୁଦ୍ରଣ ଓ ପ୍ରସ୍ତୁତି ନିମନ୍ତେ ଆରବିଆଇଙ୍କର ୪ଟି ନୋଟ୍ ପ୍ରେସ, ୪ଟି ଟଙ୍କାଶାଳ ଓ ଗୋଟିଏ ପେପର ମିଲ ରହିଛି।
ନୋଟପ୍ରେସ୍ ଦେବାସ: ମଧ୍ୟପ୍ରଦେଶ ଦେବାସରେ ରହିଛି ଆରବିଆଇଙ୍କ ୪ଟି ନୋଟ୍ ପ୍ରେସ ମଧ୍ୟରୁ ଗୋଟିଏ। ଏହି ପ୍ରେସ ବର୍ଷକୁ ୨୬୫ କୋଟି ନୋଟ୍ ମୁଦ୍ରଣ କରିଥାନ୍ତି। ଏଠାରେ ୨୦,୫୦ ଓ ୧୦୦ ଟଙ୍କାର ନୋଟ ମୁଦ୍ରଣ ହୋଇଥାଏ। କେବଳ ଟଙ୍କା ନୁହେଁ ଏହାକୁ ଛାପିବା ଲାଗି ରଙ୍ଗ ଉତ୍ପାଦନ ମଧ୍ୟ ଏଠାରେ ହୋଇଥାଏ।
କରେନ୍ସୀ ପ୍ରେସ୍ ନୋଟ୍ ନାସିକ: ମହାରାଷ୍ଟ୍ର ନାସିକରେ ରହିଛି କରେନ୍ସି ଓ ପ୍ରେସ ନୋଟ କାରଖାନା। ପ୍ରଥମେ ଏଠାରେ ୧,୨,୫ ଓ ୧୦ ଟଙ୍କାର ନୋଟ ମୁଦ୍ରଣ ହେଉଥିଲା। ତେବେ ୧୯୯୧ ମସିହା ପରଠାରୁ ଏଠାରେ ୫୦ ଓ ୧୦୦ ଟଙ୍କାର ନୋଟର ମଧ୍ୟ ମୁଦ୍ରଣ ହେଉଛି। ଏହାଛଡା ପଶ୍ଚିମବଙ୍ଗର ଶାଳବଣୀ ଓ କର୍ଣ୍ଣାଟକର ମୌସୁରରେ ମଧ୍ୟ ରହିଛି ନୋଟ୍ ପ୍ରେସ।
ତେବେ ଆସନ୍ତୁ ଜାଣିବା କେଉଁ ନୋଟ ଛାପିବା ଲାଗି ଖର୍ଚ୍ଚ ହୁଏ କେତେ
୧ ଟଙ୍କାର ନୋଟ ଛାପିବା ଲାଗି ୧ଟଙ୍କା ୧୪ ପଇସା ଖର୍ଚ୍ଚ ହୋଇଥାଏ। ଭାରତୀୟ ମୁ୍ଦ୍ରାର ଏହି ଏକମାତ୍ର ନୋଟ୍ ଯାହାର ବଜାର ମୂଲ୍ୟ ଅପେକ୍ଷା ନୋଟ୍ ର ମୂଲ୍ୟ ଅଧିକ। ତେବେ ୫ ଟଙ୍କିଆ ନୋଟ ଛାପିବା ଲାଗି ଖର୍ଚ୍ଚ ହୋଇଥାଏ ମାତ୍ର ୪୮ ପଇସା। ୧୦ ଟଙ୍କା ଓ ୨୦ ଟଙ୍କା ନୋଟ ଛାପିବା ଲାଗି ୯୬ ପଇସା ଖର୍ଚ୍ଚ ପଡୁଥିବା ବେଳେ ୫୦ ଟଙ୍କିଆ ନୋଟ୍ ଲାଗି ୧ଟଙ୍କା ୮୧ ପଇସା ଖର୍ଚ୍ଚ ହୋଇଥାଏ। ୧୦୦ ଟଙ୍କାର ନୋଟ ମୁଦ୍ରଣ ଲାଗି ୧ଟଙ୍କା ୨୦ ପଇସା ଖର୍ଚ୍ଚ ହେଉଥିବା ବେଳେ ୨୦୦ ଟଙ୍କାର ନୋଟ୍ ଲାଗି ୨ଟଙ୍କା ୧୫ ପଇସା, ୫୦୦ ଟଙ୍କାର ନୋଟ ଲାଗି ୨ଟଙ୍କା ୧୩ ପଇସା ଓ ୨୦୦୦ ଟଙ୍କାର ନୋଟ ମୁଦ୍ରଣ ଲାଗି ଖର୍ଚ୍ଚ ହେଉଛି ୩ଟଙ୍କା ୫୩ ପଇସା।
ନୋଟ ପରେ ଜାଣନ୍ତୁ ମୁଦ୍ରା ସମ୍ପର୍କରେ
ଭାରତର ୪ଟି ସ୍ଥାନରେ ଏଥିଲାଗି ଟଙ୍କାଶାଳ ରହିଛି। ଏଥିରୁ ଗୋଟିଏ ମୁମ୍ବାଇରେ ଥିବା ବେଳେ ଗୋଟିଏ କୋଲକାତାରେ, ଗୋଟିଏ ହାଇଦ୍ରାବାଦରେ ଓ ଆଉ ଗୋଟିଏ ନୋୟେଡାରେ ରହିଛି। ୧ ଟଙ୍କାର କଏନ ପ୍ରସ୍ତୁତି ଲାଗି ପ୍ରାୟ ୭୦ ପଇସା ଖର୍ଚ୍ଚ ହୋଇଥାଏ। ସହିପରି ୧୦ ଟଙ୍କିଆ ମୁଦ୍ରା ଲାଗି ଖର୍ଚ୍ଚ ହୋଇଥାଏ ୬ଟଙ୍କା ୧୦ ପଇସା।