Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ଚର୍ଚ୍ଚାରେ ଏହି ଅଭିନେତ୍ରୀମାନଙ୍କ ହ୍ୟାଣ୍ଡବ୍ୟାଗ୍ : ଯାହାର ଦାମ୍ ଆପଣଙ୍କ ମାସକ ଦରମାର ୧୦ ଗୁଣ

28/03/2020 at 11:27 AM

ମୁମ୍ବାଇ ୨୭/୩: ପ୍ରିୟଙ୍କା ଚୋପ୍ରା,କରୀନା କପୁର ଏବଂ ସୋନମ୍ କପୁରଙ୍କୁ ଷ୍ଟାଇଲ୍ ମାମଲାରେ କେହି ମାତ୍ ଦେଇ ପାରିବେ ନାହିଁ। ଏମାନେ ଚାହିଁଲେ ସିମ୍ପଲ୍ ଆଉଟଫିଟ୍ ପିନ୍ଧନ୍ତୁ କିମ୍ବା ରେଡ କାର୍ପେଟରେ ଚାଲନ୍ତୁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ପ୍ରତ୍ୟେକ ଝିଅମାନେ ଜାଣନ୍ତି ଯେ ତାଙ୍କ ଲୁକକୁ ଆହୁରି ଷ୍ଟାଇଲିସ୍ କରିବାରେ ପର୍ସ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଲିଭାଇଥାଏ। ସେଥିପାଇଁ ଏହି ବଲିଉଡ ହିରୋଇନମାନେ ତାଙ୍କ ହ୍ୟାଣ୍ଡବ୍ୟାଗକୁ ମଧ୍ୟ ବହୁତ କେୟାରଫୁଲି ସିଲେକ୍ଟ କରିଥାଆନ୍ତି,ଏଥିପାଇଁ ସେମାନେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ବି କୁଣ୍ଠାବୋଧ କରନ୍ତି ନାହିଁ। ଆଜି ଆମେ ଜାଣିବା ଏହି ଅଭିନେତ୍ରୀଙ୍କ ବ୍ୟାଗ୍ କଲେକ୍ସନ୍ ବିଷୟରେ ଯାହାକୁ ଆଫୋର୍ଡ଼ କରିପାରିବା ସମସ୍ତଙ୍କ ପକ୍ଷେ ସହଜ ନୁହେଁ।

ପ୍ରିୟଙ୍କା ଚୋପ୍ରା

ପାକୋ ରବାନେ : ଏଥି​‌ରେ କୌଣସି ସନ୍ଦେହ ନାହିଁ ଯେ ପ୍ରିୟଙ୍କାଙ୍କ ପାଖରେ ବିଶ୍ବର ସବୁଠୁ ଦାମୀ ବ୍ରାଣ୍ଡସର ଜିନିଷ ରହିଛି ଯେଉଁଥିରେ ତାଙ୍କର ହ୍ୟାଣ୍ଡବ୍ୟାଗ୍ ରହିଛି। କିଛି ଦିନ ତଳେ ପ୍ରିୟଭ୍କା ଚୋପ୍ରା ପାକୋ ରବାନେ ବ୍ରାଣ୍ଡର ଆଇକନିକ ୧୯୬୯ ସୋଲଡର ବ୍ୟାଗ୍ କ୍ୟାରି କରିଥିବାର ଦେଖାଯାଇଥିଲା। ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୧,୭୩,୪୯୧ଟଙ୍କା ଥିଲା।

ବିଭିଏଲଗରି ଗ୍ରିନ୍ ଲେଦର ବ୍ୟାଗ୍ : ମନେ ଅଛି କିଛି ଦିନ ତଳେ ପ୍ରିୟଙ୍କା ଚୋପ୍ରା ନିଜ ସ୍ବାମୀଙ୍କ ସହ ଏକ ଡିନର ପାର୍ଟି ଆଟେଣ୍ଡ କରିଥିଲେ। ସେ ଏକ ବ୍ଲାକ କଲରର ଡ୍ରେସ୍ ପିନ୍ଧିଥିଲେ। ସେ ନିଜ ସହ ଏକ ପର୍ସ ନେଇଯାଇଥିଲେ ଯେଉଁ ଏମରଲ୍ଡ ଗ୍ରିନ୍ ପର୍ସ ଯାହା ବିଭିଏଲଗରି ବ୍ରାଣ୍ଡର ଥିଲା ତାହାର ମୂଲ୍ୟ ୧,୫୫,୬୩୨ଟଙ୍କା ଥିଲା।

ଭାଲେଣ୍ଟିନୋ ଗରାଭାନି ବ୍ଲାକ୍ ଲେଦର ବ୍ୟାଗ୍ : ପ୍ରିୟଙ୍କାଙ୍କ ପାଖେ ଏକ ଭାଲେଣ୍ଟିନୋ ଗରାଭାନି ବ୍ଲାକ୍ ଲେଦର ବ୍ୟାଗ୍ରହିଛି ଯାହାର ମୂଲ୍ୟ ୨,୨୩,୭୦୦ଟଙ୍କା।

କରୀନା କପୁର

ହର୍ମସ୍ ବିରକିନ୍ ବ୍ରାଉନ୍ ଲେଦର ବ୍ୟାଗ୍ : ଏବେ କଥା ହେବା କରୀନା କପୁର ଖାନଙ୍କ ବିଷୟରେ ସେ ଟିଶାର୍ଟ ଏତେ ମହଙ୍ଗା ପିନ୍ଧନ୍ତି ଯେ ଏହାର ଦାମ୍ ଜାଣି ଲୋକେ ଆଶ୍ଚର୍ଯ୍ୟ ହେବେ। ଏପରି କ୍ଷେତ୍ରରେ ଯଦି ତାଙ୍କ ହ୍ୟାଣ୍ଡବ୍ୟାଗ୍ କଥା କହିବା ତେବେ ଏହାର ଦାମ୍ ଜାଣି ଲୋକଙ୍କ ମୁଣ୍ଡ ଖରାପ ହୋଇଯିବ। କରୀନା କପୁରଙ୍କ ହର୍ମସ୍ ବିରକିନ୍ ବ୍ରାଉନ୍ ଲେଦର ବ୍ୟାଗର ମୂଲ୍ୟ ୧୮,୨୩୭ଟଙ୍କା ଯାହାର ଭାରତୀୟ ମୂଲ୍ୟ ୧୩ଲକ୍ଷ ୬୬ହଜାର ୪୨ଟଙ୍କା।

ଚ୍ୟାନେଲ୍ ଲେଦର ବ୍ୟାଗ୍ : କରୀନାଙ୍କ ଚ୍ୟାନେଲ୍ ଲେଦର ବ୍ୟାଗର ମୂଲ୍ୟ ୨,୯୨ହଜାର ୪୯୦ଟଙ୍କା। ଏହା ହେଉଛି କରୀନାଙ୍କ ସବୁଠୁ ଶସ୍ତା ହ୍ୟାଣ୍ଡବ୍ୟାଗ୍

ଟମ୍ ଫୋର୍ଡ଼ କ୍ରସ୍ ବଡି ବ୍ୟାଗ୍ : କରୀନାଙ୍କ ଶସ୍ତା ବ୍ୟାଗ୍ କହିଲେ ଟମ୍ ଫୋର୍ଡ଼ ଯାହାର ମୂଲ୍ୟ ୧,୧୯,୧୭୪ଟଙ୍କା।

ସୋନମ୍ କପୁର

ଲୁଇସ୍ ଭୁଇଟନ୍ ବ୍ୟାଗ୍ : ଷ୍ଟାଇଲ୍ କଥା କହିବା ଯଦି ସୋନମ୍ କପୁରଙ୍କ ନାଁ ସବୁଠୁ ଆଗେ ଆସିଥାଏ। ତାଙ୍କ ଡ୍ରେସ୍ ଭଳି ତାଙ୍କ ବ୍ୟାଗ୍ ମଧ୍ୟ ଷ୍ଟାଇଲିସ୍ ଥାଏ। ତାଙ୍କ ଲୁଇସ୍ ଭୁଇଟନ୍ ବ୍ୟାଗକୁ ଦେଖି ନିଅନ୍ତୁ ଯେଉଁଥିରେ ମଲଟିପଲ୍ ପାଉଚ୍ ଅଛି। ଏହାର ମୂଲ୍ୟ ୨,୭,୭୫୪ଟଙ୍କା।

ହର୍ମସ୍ କେଲି ବ୍ୟାଗ୍ : ସୋନମଙ୍କ ହର୍ମସ୍ କେଲି ବ୍ୟାଗର ମୂଲ଼୍ୟ ୮,୪୭ହଜାର ୯୦୨ଟଙ୍କା।

​‌ବୋଟେଗା ଭେନେଟା ବ୍ରାଉନ୍ ବ୍ୟାଗ୍ : ତାଙ୍କର ଏହି ବ୍ୟାଗର ମୂଲ୍ୟ ୩,୫୬ହଜାର ୯୯୪ଟଙ୍କା।

   Related Posts