Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||
  • ସୁନ୍ଦରଗଡ : ବାଲି ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
  • ||

ପାକିସ୍ତାନରେ ଏବେ ଏକ କିଲୋ ଚିକେନର ମୂଲ୍ୟ କେତେ ଜାଣନ୍ତୁ…

30/09/2019 at 12:18 PM

ନୂଆଦିଲ୍ଲୀ୩୦|୯:ପାକିସ୍ତାନର ଅର୍ଥ ବ୍ୟବସ୍ଥାର ମୂଳଦୁଆ ଭୁଶୁଡି ପଡିଛି। ଯାହାର ପ୍ରଭାବ ସିଧା ସଳଖ ପାକିସ୍ତାନର ଖାଉଟିଙ୍କ ଉପରେ ପଡିଛି। ଏପରିକି ପାକିସ୍ତାନ ବଜାରରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀର ମୂଲ୍ୟ ହୁ ହୁ ହୋଇ ବୃଦ୍ଧି ପାଉଛି। ଏହି କାରଣ ଯୋଗୁଁ ପାକିସ୍ତାନର ସାଧାରଣ ଲୋକମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ପାକିସ୍ତାନର ବିଭିନ୍ନ ଖାଦ୍ୟ ସାମଗ୍ରୀର ମୂଲ୍ୟ ସଂପର୍କରେ ଆଲୋଚନା କରାଯାଇଥିଲା। କିନ୍ତୁ ଆଜି ପାକିସ୍ତାନରେ ଏକ କିଲୋ ଚିକେନର ମୂଲ୍ୟ କେତେ ରହିଛି ଆସନ୍ତୁ ଜାଣିବା।

ବର୍ତ୍ତମାନ ସମୟରେ ପାକିସ୍ତାନର ଆମିଷ ବଜାରର ଖାଁ ଖାଁ ଦେଖାଯାଉଛି। ଆମିଷ ବଜାରରେ ପୂର୍ବଭଳି ଗ୍ରାହକ ଦେଖାଯାଉ ନାହାନ୍ତି। କାହିଁକି ନା ପାକିସ୍ତାନର ଆମିଷ ଦର ଆକାଶ ଛୁଆଁ। ପାକିସ୍ତାନରେ ଏକ କିଲୋ ଚିକେନର ମୂଲ୍ୟ ୪୮୦ରୁ ୫୦୦ ଟଙ୍କା ରହିଥିବା ବେଳେ ବୋନଲେସ ଚିକେନର କିଲୋପିଛା ମୂଲ୍ୟ ୬୫୦ରୁ ୭୦୦ ଟଙ୍କା ରହିଛି।

ସାଧାରଣତଃ ଚିକେନ ଏକ କିଲୋ ଚିକେନର ମୂଲ୍ୟ ୧୫୦ରୁ ୨୦୦ ଟଙ୍କା ଭିତରେ  ରହିଥାଏ। କିନ୍ତୁ କିଛିଦିନ ହେବ ପାକିସ୍ତାନରେ ଚିକେନ ମୂଲ୍ୟ ହୁହୁ ହୋଇ ବୃଦ୍ଧି ପାଇଛି। ଚିକେନ ଦୋକାନୀଙ୍କ କହିବା ଅନୁସାରେ ଏବେ ବାହାଘର ସିଜିନ ଥିବାରୁ ଏଭଳି ଚଢ଼ା ଦରରେ ଚିକେନ ବିକ୍ରି କରାଯାଉଛି। କିନ୍ତୁ ପ୍ରକୃତରେ ପାକିସ୍ତାନରେ ଅର୍ଥବ୍ୟବସ୍ଥା ଧୀମେଇ ଯାଇଛି। ତେଣୁ ସବୁ ଖାଦ୍ୟ ସାମଗ୍ରୀକୁ ଚଢ଼ା ମୂଲ୍ୟରେ ବିକ୍ରି କରାଯାଉଛି।

   Related Posts