ନିଜ ଜୀବନକୁ ବାଜି ଲଗେଇ କସାଵର ଫଟୋ ଉଠେଇଥିବା ଫଟୋଗ୍ରାଫରଙ୍କୁ ଜାଣିଛନ୍ତି କି ? ଜାଣନ୍ତୁ ସେ କିଏ...

Published By : Prameya-News7 Bureau | November 26, 2018 IST

ଦିଲ୍ଲୀ ୨୬/୧୧ : ୨୬/୧୧ ମୁମ୍ବାଇ ଆକ୍ରମଣକୁ ପୁରିଛି ୧୦ ବର୍ଷ | ତଥାପି ଲୋକଙ୍କ ମନରୁ ସେହିଦିନର ଦୃଶ୍ୟ ଉଦ୍ଭିଯାଇ ନାହିଁ | ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ହୋଇଥିଲେ ୧୬୬ ଜଣ ନିରୀହ ଜନତା | ୩୦୦ରୁ ଅଧିକ ଆହତ ହୋଇଥିଲେ | ଆତଙ୍କବାଦୀ ଆକ୍ରମଣ ପରେ ଆତଙ୍କୀ ଅଜମଲ କସାଵକୁ ଜୀବନ୍ତ କାବୁ କରିବାରେ ସକ୍ଷମ ହୋଇଥିଲା ମହାରାଷ୍ଟ୍ର ପୋଲିସ | ୨୦୧୨ ମସିହାରେ କସାଵକୁ ଫସି ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା | କସାଵର ଆକ୍ରମଣ ବେଳର ଫଟୋ ଆଜି ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି | ତେବେ କସାଵଙ୍କ ସେହି ଫଟୋ କିଏ ଉଠେଇଥିଲେ ଜାଣିବା | ୨୦୦୮ ମସିହା ନଭେମ୍ବର ୨୬ ଆକ୍ରମଣ ବେଳେ ସେବେଷ୍ଟୀଆନ ଡି'ସୌଜା ନାମକ ଜଣେ ଫଟୋଗ୍ରାଫର କସାଵ ଏବଂ ତାର ସାଥି ଆତଙ୍କୀ ଇଶମେଲ ଖାନର ଫଟୋ ନେବାରେ ସଫଳ ହୋଇଥିଲେ | ପୋଲିସ ସହ ଫିରିଙ୍ଗ ବେଳେ ସେବେଷ୍ଟୀଆନ କସାଵର ଏହି ଫଟୋ ନେବାରେ ସକ୍ଷମ ହୋଇଥିଲେ | ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନାସ ଷ୍ଟେସନରେ ନିରୀହ ଲୋକଙ୍କ ଉପରକୁ ଗୁଳି ଚାଲିଥିବାବେଳେ ସେବେଷ୍ଟୀଆନ କସାଵର ଫଟୋ ଉଠାଇଥଲେ | ଏକ ଟ୍ରେନ ପଛପଟେ ଲୁଚି ନିଜ ଟେଲି ଫଟୋ ଲେନ୍ସ ଜରିଆରେ କସାଵର ଏହି ଫଟୋ ଉଠେଇଥିଲେ | ସେବେଷ୍ଟୀଆନଙ୍କ ଅଫିସ ଛତ୍ରପତି ଶିବାଜୁ ଷ୍ଟେସନର ଠିକ ପଛପଟେ ଥିଲା | ଫାଇରିଂ ଶବ୍ଦ ଶୁଣି ସେ ଷ୍ଟେସନକୁ ଦୌଡ଼ି ଆସିଥିଲେ | ନିଜ ଜୀବନକୁ ଖାତିର ନକରି କସାଵର ଫଟୋ ଉଠେଇଥିଲେ ସେବେଷ୍ଟୀଆନ ଯେଉଁଥିରେ କସାଵ ଏକେ୪୭ ଧରି ଗୁଳି କରୁଥିଲା | ତାଙ୍କର ଏହି ଫଟୋ ସାରା ବିଶ୍ୱର ମିଡ଼ିଆ ବ୍ୟବହାର କରିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.