ନେତା ହେବାକୁ ଚାହୁଁଥିଲେ ଅଭିଜିତଙ୍କ ପତ୍ନୀ, ଏବେ ସାଙ୍ଗ ହୋଇ ଜିତିଲେ ନୋବେଲ

Published By : Prameya-News7 Bureau | October 14, 2019 IST

ମୂଳ ଭାରତୀୟ ଆମେରିକା ନାଗରିକ ଅଭିଜିତ ବାନାର୍ଜୀଙ୍କୁ ୨୦୧୯ ବର୍ଷ ନିମନ୍ତେ ନୋବେଲ ପୁରସ୍କାରରେ ସମ୍ମାନୀତ କରାଯାଇଛି।  ବାନାର୍ଜୀଙ୍କ ବ୍ୟତୀତ ଆଉ ୨ ଜଣ ମଧ୍ୟ ଇକନୋମିକ ନୋବେଲରେ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଅଭିଜିତଙ୍କ ପତ୍ନୀ ୪୬ ବର୍ଷ ବୟସ୍କା ଇସ୍ତର ଡୁଫ୍ଲୋ ଓ ମାଇକେଲ କ୍ରେମର। ସାରା ବିଶ୍ୱରୁ ଦାରିଦ୍ର୍ୟ ଦୂରିକରଣ  ଲାଗି ଏହି ଅର୍ଥଶାସ୍ତ୍ରୀମାନଙ୍କର ଯୋଗଦାନ ନିମନ୍ତେ ସେମାନଙ୍କୁ ମିଳିତ ନେବେଲରେ ସମ୍ବର୍ଦ୍ଧିତ କରାଯାଇଛି। ତେବେ ଆସନ୍ତୁ ଜାଣିବା ଅଭିଜିତଙ୍କ ପତ୍ନୀ ଓ ମିଳିତ ଭାବେ ନେବେଲ ପାଇଥିବା ଇସ୍ତୋର ଡୁଫ୍ଲୋଙ୍କ ସମ୍ପର୍କରେ।

{"id":170117}

ଡୁଫ୍ଲୋଙ୍କ ଜନ୍ମ ପ୍ୟାରିସରେ ହୋଇଥିଲା। ୨୫ ଅକ୍ଟୋବର ୧୯୭୨ରେ ଜନ୍ମିତା ଡୁଫ୍ଲୋ ୧୯୯୯ ମସିହାରେ ମାସାଚ୍ୟୁସେଟସ୍ ଇଂଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲଜିରୁ ପିଏଚଡି ଡିଗ୍ରି ହାସଲ କରିଥିଲେ। ଇକୋନମିକ ସାଇନ୍ସେସ୍ ଲାଗି ନୋବେଲ ପାଇବାରେ ଡୁଫ୍ଲୋ ବିଶ୍ୱର ସବୁଠୁ ଯୁବା ମହିଳା। ତାଙ୍କ ପିତା ମାଇକେଲ ଡୁଫ୍ଲୋ ଗଣିତ ପ୍ରଫେସର ଓ ମା ଜଣେ ଡାକ୍ତର ଥିଲେ। ଚତୁର୍ଥ ହେନରୀ ହାଇସ୍କୁଲରୁ ଉତୀର୍ଣ୍ଣ ହେବା ପରେ ଉଚ୍ଚ ଶିକ୍ଷା ନିମନ୍ତେ ହାୟର ନର୍ମାଲ ସ୍କୁଲରେ ନାମ ଲେଖାଇଥିଲେ। ଦ୍ୱିତୀୟ ବର୍ଷ ଛାତ୍ରୀ ଥିବା ବେଳେ ସେ ସିଭିଲ ସର୍ଭିସ ଅଥବା ରାଜନୀତିରେ କ୍ୟାରିୟର କରିବାକୁ ଆଗ୍ରହୀ ଥିଲେ। ତେବେ ୧୯୯୩ ମସିହାରେ ସେ ମସ୍କୋରେ କଟାଇଥିବା ୧୦ ମାସ ତାଙ୍କ ଜୀବନର ରାସ୍ତାକୁ ବଦଳାଇ ଦେଇଥିଲା। 

{"id":170118}

ମସ୍କୋରେ ସେ ଜଣେ ଫରାସୀ ଅର୍ଥନୀତିଜ୍ଞଙ୍କ ସହ ରିସର୍ଚ୍ଚ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ବେଳେ ବ୍ୟାଙ୍କ ଅଫ ଋଷିଆ ସହ ସମ୍ପୃକ୍ତ ହୋଇଯାଇଥିଲେ। ହାୟର ନର୍ମାଲ ସ୍କୁଲରୁ ୧୯୯୪ ମସିହାରେ ଇକନୋମିକ୍ସରେ ଡିଗ୍ରୀ ଉତୀର୍ଣ୍ଣ ହେବା ପରେ 'ଡେଲ୍ଟା'( ଏବେ ପ୍ୟାରିସ୍ ସ୍କୁଲ ଅଫ ଇକନୋମିକ୍ସ)ରୁ ମାଷ୍ଟରଡିଗ୍ରି ହାସଲ କରିଥିଲେ। ୧୯୯୯ ମସିହାରେ ଡଫ୍ଲୋ ଅଭିଜିତ ବାନାର୍ଜୀ ଓ ଜୋସୁଆ ଏଙ୍ଗ୍ରିଷ୍ଟଙ୍କ ତତ୍ୱାବଧାନରେ ଇକନୋମିକ୍ସରେ ପିଏଚଡି ଶେଷ କରି ମାସାଚ୍ୟୁସେଟସ୍ ଇଂଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜିରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ପଢାଇବା ଆରମ୍ଭ କରିଥିଲେ। ୨୦୧୫ ମସିହାରେ ଅଭିଜିତଙ୍କୁ ଡୁଫ୍ଲୋ ବିବାହ କରିଥିଲେ । ହେଲେ ତା ପୂର୍ବରୁ ୨୦୧୨ ମସିହାରେ ଅଭିଜିତଙ୍କ ସନ୍ତାନକୁ ଜନ୍ମ ଦେଇଥିଲେ।

{"id":170119,"width":582,"height":363}

ଜଣ ଅର୍ଥନୀତିଜ୍ଞା ଭାବେ ଇସ୍ତର ଡୁଫ୍ଲୋ ଅନେକ ପୁରସ୍କାର ଓ ପ୍ରସିଦ୍ଧି ପ୍ରାପ୍ତ କରିଛନ୍ତି। ୨୦୧୪ ମସିହାରେ ତାଙ୍କୁ ସୋସିଆଲ ସାଇନ୍ସ ଇକନୋମିକ୍ସରେ 'ଇନଫୋସିସ୍ ପ୍ରାଇଜ'ରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଏହା ପୂର୍ବରୁ ୟୁନିଭର୍ସିଟି କ୍ୟାଥୋଲିକ୍ ଡି ଲୌଭେନ ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧିରେ ଭୂଷିତ କରିଥିଲା। କେବଳ ଏତିକି ନୁହେଁ ଜନ ବେଟସ୍ କ୍ଲାର୍କ ମେଡାଲ, ମେକ୍ ଆର୍ଥର ଫାଉଣ୍ଡେସନ ଫେଲୋ ଓ ପ୍ରିନ୍ସେସ୍ ଅଫ ଏଷ୍ଟୁରିୟସ ସୋସାଲ ସାଇନସେସ୍ ଆୱାର୍ଡରେ ମଧ୍ୟ ଡୁଫ୍ଲୋ ସମ୍ମାନୀତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.