ଆଉ ଲାଗିବନି ଏକାଧିକ ଜରିମାନା , ଜାଣନ୍ତୁ କ'ଣ କଲେ ଦେବାକୁ ପଡିବ ଜରିମାନା

Published By : Prameya-News7 Bureau | September 07, 2019 IST

ଭୁବନେଶ୍ୱର - ରାଜ୍ୟରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଲୋକଙ୍କୁ ଏକାଧିକ କାରଣ ଦର୍ଶାଇ ବହୁ ପରିମାଣରେ ଜରିମାନା ଆଦାୟ କରାଯାଉଥିବା ନଜରକୁ ଆସିଥିଲା । ଏହାକୁ ନେଇ ରାଜଧାନୀର ରାଜମହଲ ଛକ ରଣକ୍ଷେତ୍ର ପାଲଟିଥିଲା । ସାଧାରଣ ଲୋକଙ୍କ ଠାରୁ ଅଧିକ ସକ୍ରିୟ ହୋଇ ପଡିଥିବା ପୁଲିସ ଜରିମାନା ଆଦାୟ କରିଥିବା ବେଳେ ପଲିସ ଗାଡିରେ ପୁଲିସ ଅଧିକାରୀ ସିଟ୍‌ ବେଲ୍ଟ ନ ବାନ୍ଧି ଆସୁଥିବା ଦେଖିବାକୁ ମିଳିଥିଲା । ଏହାପରେ ସେଠାରେ ବିଏମ୍‌ସି ଗାଡି ଓ ମୋ ବସ୍‌ରେ ଓଭର ଲୋଡିଂକୁ ନେଇ ଲୋକ ଅଭିଯୋଗ କରିଥିଲେ ।ପରେ ପୁଲିସ ଓ ଜନତା ମୁହାଁ ମୁହିଁ ହୋଇଥିଲେ । ପୁଲିସ ଗୋଡାଇ ସମସ୍ତଙ୍କୁ ପିଟିଥିଲା । ମାତ୍ର ଏଠାରେ ଏତେ ସକ୍ରିୟତା ଦେଖାଉଥିବା ପୁଲିସ , ପୁଲିସ ଅଧିକାରଙ୍କ ଠାରୁ ଜରିମାନା ଆଦାୟ କରି ନଥିବା ନେଇ ଅନେକ ପ୍ରଶ୍ନ କରିଥିଲେ ।
ଶୁକ୍ରବାରରେ ଗୋଟିଏ ଗାଡିରୁ ଏକାଧିକ ଜୋରିମାନା ଆଦାୟ କରାଯିବ ନାହିଁ ବୋଲି ରାଜ୍ୟ ପରିବହନ ସଚିବ ଜି ଶ୍ରୀନିବାସନ ସୂଚନା ଦେଇଥିଲେ । କେବଳ ସିରିୟସ୍ ଅଫେନ୍ସ ରେ ଗୋଟିଏ ରେ ଜରିମାନା ଆଦାୟ ହେବବୋଲି କହିଥିଲେ ।

ଏହାପରେ ପୁଲିସ କମିଶନର ୫ଟି ନିୟମ ପାଇଁ କମିଶନରେଟ୍ ପୁଲିସ ଜରିମାନା ଆଦାୟ କରିବ ବୋଲି କହିଛନ୍ତି । ସମସ୍ତ କାଗଜ ପତ୍ର ଠିକ୍ କରିବାପାଇଁ ସେ ପରାମର୍ଶ ଦେଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଅଧିକାରୀ ବି ଜୋରିମାନା ଦେବେ ବୋଲି କହିଛନ୍ତି ।
ଏବେ ନିମ୍ନୋକ୍ତ ୫ଟି କାରଣ ପାଇଁ ଜୋରିମାନା ଦେବାକୁ ହେବ ।

୧.ଗାଡିରେ ତିନି ଜଣଙ୍କୁ ବସାଇଲେ

୨.ମଦ ପିଇ ନିଶାସ୍ତ ଅବସ୍ଥାରେ ଗାଡିଚଳାଇଲେ

୩. ଗାଡି ଚଳାଇବା ବେଳେ ମୋବାଇଲରେ କଥା ହେଲେ

୪. ଚାରି ଚକିଆ ଯାନରେ ସିଟ୍ ବେଲ୍ଟ ନବାନ୍ଧିଲେ

୫. ଦୁଇ ଚକିଆ ଯାନପେ ହେଲମେଟ୍ ନପିନ୍ଧିଲେ

ସାରା ଦେଶରେ ନୂଆ ଟ୍ରାଫିକ ନିୟମ ଜାରି ରହିଛି । ଏବେ ଜରିମାନା ୧୦ ଗୁଣା ବଢିଥିବାବେଳେ ଆର୍ଟିଓ ଓ ପୁଲିସ ହଠାତ୍ ସକ୍ରିୟ ହୋଇଯାଇଛନ୍ତି । ଜରମାନା ନାମରେ ଜୁଲମ ହେଉଥିବ ସାଧାରଣ ଲୋକ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.