ଜିଓ ୟୁଜରଙ୍କ ଲାଗି ଖୁସି ଖବର, ପ୍ୟାକ୍ ରିଚାର୍ଜରେ ମିଳିବ ଫ୍ରି ଟକ୍ ଟାଇମ, ଜାଣନ୍ତୁ ପୁରା ସ୍କିମ

Published By : Prameya-News7 Bureau | October 14, 2019 IST

ନିକଟରେ କଷ୍ଟମରଙ୍କ ଠାରୁ ଅନ୍ୟ ନେଟୱାର୍କକୁ କଲିଂ ନିମନ୍ତେ ଶୁଳ୍କ ଲାଗୁ କରିବ ବୋଲି ଜିଓ ଘୋଷଣା କରିଥିଲା। ତେବେ ଉପଲବ୍ଧ ଟାରିଫ ପ୍ଲାନକୁ ଜିଓ ଏପର୍ଯ୍ୟନ୍ତ ବଦଳାଇ ନାହାନ୍ତି। ଏଣୁ ଉପଭୋକ୍ତା ପ୍ଲାନର ବୈଧତା ଥିବା ପର୍ଯ୍ୟନ୍ତ ରିଚାର୍ଜ କରି ଉପଭୋକ୍ତା ଏହାର ଲାଭ ନେଇ ପାରନ୍ତି। ଏହା ଛଡା ରିଲାଏନ୍ସ ଜିଓ ୟୁଜରଙ୍କୁ ଖୁସ କରିବା  ଲାଗି ୩୦ ମିନିଟର ଫ୍ରି ଟକ୍ ଟାଇମ ବ୍ୟବସ୍ଥା ବି ଆରମ୍ଭ କରିଛି।

{"id":170132}

ତେବେ ଏହା ପୂର୍ବରୁ ୟୁଜରଙ୍କୁ ଜିଓ ବ୍ୟତୀତ ଅନ୍ୟ ଅପରେଟରଙ୍କ ନମ୍ବରରେ କଲ କଲେ ମିନିଟ୍ କ ୬ ପଇସା ଲେଖାଏଁ ଶୁଳ୍କ ଲାଗୁ କରିବେ ବୋଲି ଘୋଷଣା କରିଥିଲେ। ହେଲେ ଜିଓ ନିକଟରେ ନେଇଥିବା ଲିମିଟେଡ ପିରିୟଡ ନିଷ୍ପତ୍ତି ସମ୍ପର୍କରେ ନିକଟରେ ରିଚାର୍ଜ କରିଥିବା ୟୁଜରଙ୍କୁ ଏସଏମଏସ ଜରିଆରେ ସୂଚିତ କରିଛି। ଫୋନ ରିଚାର୍ଜ କଲେ ୩୦ ମିନିଟ୍ ଫ୍ରି ଟକ୍ ଟାଇମ ମିଳିବ ବୋଲି ମ୍ୟାସେଜରେ କୁହାଯାଇଛି।

{"id":170133,"width":580,"height":325}

ୱାନଟାଇମ ଅଫର ପ୍ଲାନ ଘୋଷଣାର ୭ ଦିନ ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ହେବ। ତେବେ ଜିଓର ଏବେ କୌଣସି ପ୍ରତିଶ୍ରୁତିରେ ଗ୍ରାହକ ଖୁସିନାହାନ୍ତି। କେତେକ ଗ୍ରାହକ ୩ ବର୍ଷ ପୂର୍ବେ ଜିଓ ଆରମ୍ଭ ବେଳେ ଦେଇଥିବା ଲାଇଫଟାଇମ ଭୟେସ କଲ ପ୍ରତିଶ୍ରୁତି ପୁରଣ ଲାଗି ବି ଦାବି କରୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.