Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚିବ ସିଡିଏସ୍ ବିପିନ ରାୱତଙ୍କ ମରଶରୀର, ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଦେବେ ଶ୍ରଦ୍ଧାଞ୍ଜଳୀ
  • ||
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||

ଯଦି ଝିଅଙ୍କ ନାଁ ‘J’ଅକ୍ଷରରେ ଆରମ୍ଭ ତେବେ କେମିତି ହୁଏ ତାଙ୍କ ସ୍ବଭାବ

19/05/2020 at 1:18 PM

ଆଜି ଆମେ ଆପଣଙ୍କୁ ‘J’ ଅକ୍ଷର ସହ ଜଡ଼ିତ ଖାସ୍ କଥା କହିବା। ଯେଉଁ ଝିଅଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କ ପ୍ରେମ ଜୀବନ ଭଲ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ନାଁ ଥିବା ଯୁବତୀମାନେ ଖୁବ୍ ଭାଗ୍ୟଶାଳୀ ହୋଇଥାନ୍ତି। ଆସନ୍ତୁ ଜାଣିବା ‘J’ ନାମକ ଝିଅଙ୍କ ସ୍ବଭାବ ଏବଂ ପ୍ରେମ ଜୀବନ ବିଷୟରେ କିଛି ଖାସ୍ କଥା

 ୧. ଭାଗ୍ୟଶାଳୀ : ପ୍ରତ୍ୟେକ ଝିଅ ଭାଗ୍ୟଶାଳୀ ଏବଂ ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି କିନ୍ତୁ ସମୁଦ୍ର ଶାସ୍ତ୍ରରେ ‘J’ ନାମକ ଝିଅଙ୍କୁ ଅତ୍ୟନ୍ତ ଭାଗ୍ୟଶାଳୀ ବୋଲି କୁହାଯାଇଥାଏ। ଏମାନେ କେବଳ ଜୀବନ ସାରା ନିଜ ସ୍ବାମୀଙ୍କୁ ଖୁସିରେ ରଖିନଥାନ୍ତି ବରଂ ଘର ପରିବାରର ନାଁ ମଧ୍ୟ ଉଜ୍ଜ୍ବଳ କରିଥାନ୍ତି।

 ୨. ଖୋଲା ହୃଦୟ : ଏହି ଅକ୍ଷରର ଯୁବତୀଙ୍କ ହୃଦୟ ନିର୍ମଳ ହୋଇଥାଏ ଏବଂ ଏମାନେ ଛନ୍ଦ କପଟଠୁ ଦୂରେଇ ରହିଥାନ୍ତି। କିନ୍ତୁ ଏହା କାରଣରୁ ଏମାନଙ୍କୁ ଅନେକ ଥର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏମାନଙ୍କ ମନରେ ଯାହା ଥାଏ ସେମାନେ ସଫା ସଫା କହି ଦେଇଥାନ୍ତି।

୩. ପ୍ରତିଷ୍ଠା ଲାଭ : ଟଙ୍କା,ମାନ,ପ୍ରେମ ସବୁ ଜିନିଷ ଏମାନଙ୍କ ପାଖରେ ପ୍ରବଳ ମାତ୍ରାରେ ଥାଏ। କେବଳ ଏତିକି ନୁହେଁ,ଜୀବନକୁ ଆନନ୍ଦମୟ କରୁଥିବା ଏହି ନାଁର ଝିଅ ଜୀବନରେ ଅନେକ ପ୍ରତିଷ୍ଠା ଲାଭ କରିଥାନ୍ତି। ନିଜେ ଭାଗ୍ୟଶାଳୀ ହେବା ସହ ସେମାନେ ନିଜ ଜୀବନସାଥୀଙ୍କ ଭାଗ୍ୟ ମଧ୍ୟ ଉଜ୍ଜ୍ବଳ କରିଥାନ୍ତି।

୪. ସୁନ୍ଦର ସ୍ବଭାବ : ମନ ସୁନ୍ଦର ହେବା ସହ ‘J’ ନାମକ ଝିଅମାନେ ଦେଖିବାକୁ ବହୁତ ସୁନ୍ଦର ଥାଆନ୍ତି,ଯାହା କାରଣରୁ ସେମାନେ ସମସ୍ତଙ୍କ ହୃଦୟ ଜିତିଥାଆନ୍ତି। ହସମୁଖ ସ୍ବଭାବ କାରଣରୁ ସେମାନେ ଯେଉଁଠି ବି ଯାଆନ୍ତି ସମସ୍ତଙ୍କ ସହ ମିଶି ଯାଇଥାନ୍ତି।

୫. ସାଥୀଙ୍କ ପ୍ରତି ସଚ୍ଚୋଟ : ସେମାନେ ଲଭ ମ୍ୟାରେଜରେ ବିଶ୍ବାସ ରଖନ୍ତି କିନ୍ତୁ ଏପରି ନୁହେଁ ଯେ ଆରେଞ୍ଜ ମ଼୍ୟାରେଜକୁ ଲିଭାନ୍ତି ନାହିଁ। ବିବାହ ପରେ ସେମାନେ ନିଜ ଜୀବନସାଥୀଙ୍କ ପ୍ରତି ପୂରା ସଚ୍ଚୋଟ ଥାଆନ୍ତି ଏବଂ ସବୁ ସୁଖ-ଦୁଃଖରେ ତାଙ୍କ ସହ ରହନ୍ତି।

୬. ଜୀବନକୁ ଭରପୂର କରନ୍ତି ଉପଭୋଗ : ଏପରି ଝିଅମାନେ ଜୀବନର ପ୍ରତିଟି ମୁହୂର୍ତ୍ତର ମଜା ନେବାକୁ ଉଦ୍ୟମ କରିଥାନ୍ତି।

୭. ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ରହିଥାନ୍ତି ଚିନ୍ତିତ : ସେମାନଙ୍କ କିଛି ନା କିଛି ସ୍ବାସ୍ଥ୍ୟ ସମସ୍ୟା ରହିଥାଏ। ସେମାନେ ଶୀଘ୍ର ଠିକ୍ ହୋଇଯାଆନ୍ତି କିନ୍ତୁ ସବୁବେଳେ ନିଜ ସ୍ବାସ୍ଥ୍ୟକୁ ନେଇ ସଜାଗ ରହିଥାନ୍ତି।

୮. ପରିଶ୍ରମ ଉପରେ କରନ୍ତି ଭରସା : ସେମାନେ ପରିଶ୍ରମୀ ହୋଇଥାନ୍ତି। ସେମାନେ ନିଜର କଠିନ ପରିଶ୍ରମ ଯୋଗୁଁ ସବୁ ହାସଲ କରିଥାନ୍ତି।

୯. ବିଶ୍ବାସୀ ସାଙ୍ଗ : ଏମାନେ ଭରସାଯୁକ୍ତ ହେବା ସହ ଛନ୍ଦ କପଟଠୁ ଦୂରେଇ ରୁହନ୍ତି। ଏମାନଙ୍କର ଅନେକ ସାଙ୍ଗ ଥାଆନ୍ତି। କେବଳ ଏତିକି ନୁହେଁ ସେମାନେ ଅନ୍ୟର ସାହାଯ୍ୟ ପାଇଁ ସବୁବେଳେ ପ୍ରସ୍ତୁତ ରହିଥାନ୍ତି।

୧୦. ନଖରାରେ ଥାଆନ୍ତି ଭରପୂର : ସେମାନେ ନିଜର ନଖରା ପାଇଁ ସବୁ ସ୍ଥିତିର ସାମନା କରିଥାନ୍ତି। ସେମାନେ ସବୁ କାମକୁ ଥଣ୍ଡା ମନରେ ବୁଝି ବିଚାରି କରିଥାନ୍ତି।

   Related Posts