କାଶ୍ମୀର ବିଭାଜନ ଓ ଧାର ୩୭୦ ଉଚ୍ଛେଦକୁ କେଉଁ କେଉଁ ଦଳ କଲେ ସମର୍ଥନ ଜାଣନ୍ତୁ…

Published By : Prameya-News7 Bureau | August 05, 2019 IST

ନୂଆଦିଲ୍ଲୀ୫|୮: ଆଜି ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହା ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସ୍ତାବ ଆଗତ କରିଥିଲେ। ଏହି ପ୍ରସ୍ତାବକୁ ରାଷ୍ଟ୍ରପତି ମଞ୍ଜୁରି ପ୍ରଦାନ ମଧ୍ୟ କରିଥିଲେ।ଏନେଇ ରାଜ୍ୟସଭାରେ ଅସମ୍ଭାଳ ହଟଗୋଳ ଆରମ୍ଭ ହୋଇଥିଲା। ଏହି ପ୍ରସ୍ତାବକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରି ଦେବା ପରେ ବିଭିନ୍ନ ରାଜନୈତିକ ମହଲରୁ ପ୍ରତିକ୍ରିୟା ଆସିବାରେ ଲାଗିଛି।

ଜମ୍ମୁ- କାଶ୍ମୀରକୁ ବିଭାଜନ କରାଯିବ ବୋଲି ବିଲରେ ଉଲ୍ଲେଖ ରହିଥିଲା। ସେହପରି  ଲଦାଖ ଅନ୍ୟ ଏକ କେନ୍ଦ୍ର ଶାସିତ ରାଜ୍ୟ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଗୃହରେ ସଂକଳ୍ପ ଉପସ୍ଥାପନା କରିଥିଲେ। ଜାମ୍ମୁ- କାଶ୍ମୀର ମଧ୍ୟ କେନ୍ଦ୍ର ଶାସିତ ରାଜ୍ୟ ପରିଣତ ହେବ ବୋଲି ବିଲରେ ଲଲ୍ଲେଖ ରହିଥିଲା

ଲୋକତନ୍ତ୍ର ପାଇଁ ଆଜି କଳା ଦିନ କହି ବିରୋଧୀ ରାଜ୍ୟସଭାରେ ହଟଗୋଳ ଜାରି ରଖିଥିଲେ। ଏଆଇଏଡିଏମକେ ସାସଂଦ ନବାନୀଥକ୍ରୀଷ୍ଣ କହିଛନ୍ତି, ଆମ୍ମା ଅଭୁତ ଅଖଣ୍ଡତାର ପ୍ରତୀକ। ତେଣୁ ଜମ୍ମୁ-କାଶ୍ମୀରର ପୂର୍ଣ୍ଣଗଠନ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ। ସେହିପରି ବିଜେଡି ସାସଂଦ ପ୍ରସନ୍ନ ଆଚର୍ଯ୍ୟ ଏହି ବିଲକୁ ସମର୍ଥନ ଜଣାଇ କହିଛନ୍ତି, ସେ ଆଞ୍ଚଳିକ ଦଳ ହେଲେ ବି ତାଙ୍କ ପାଇଁ ରାଷ୍ଟ୍ର ପ୍ରଥମ। ଓ୍ବାଇଏସଆର କଂଗ୍ରେସ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଛି।

ଏହି ପ୍ରସ୍ତାବକୁ ତାଙ୍କ ଦଳ  ସମର୍ଥନ କରୁଛି ବୋଲି  ପ୍ରସନ୍ନ କହିଥିଲେ। ବିଏସପି ସାସଂଦ  ସତୀଶ ଚନ୍ଦ୍ର ମିଶ୍ର କହିଛନ୍ତି, ଏହି ପ୍ରସ୍ତାବକୁ ପାର୍ଟି ପକ୍ଷରୁ ସମ୍ପୂର୍ଣ୍ଣ ସମର୍ଥନ କରୁଛି। ଏହି ପ୍ରସ୍ତବକୁ  ତାଙ୍କ ପାର୍ଟି ବିରୋଧ ନକରି ସ୍ବାଗତ ଜଣାଇଛନ୍ତି ବୋଲି ସେ କହିଥିଲେ। ଲଦାଖର ବିଜେପି ସାସଂଦ ଜାମୟାଙ୍ଗ ସେରିଙ୍ଗ ନାମଗ୍ୟାଲ କହିଛନ୍ତି, ଲଦାଖର ନାଗରିକ ହିସାବରେ ଏହି ପ୍ରସ୍ତାବକୁ ସେ ସମର୍ଥନ କରୁଛନ୍ତି।ଶିବସେନା  ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି।

!

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.