ପାନପତ୍ରରେ ଏଭଳି ଭାବେ କରନ୍ତୁ ଦୁର୍ଗା ପୂଜା : ପାଇବେ ଅଜସ୍ର ଧନ

Published By : Prameya-News7 Bureau | October 22, 2020 IST

ପାନ ପତ୍ର ଏକ ବିଶେଷ ଲତାର ପତ୍ର। ଏହାର ପ୍ରୟୋଗ ଔଷଧ ଭାବେ କରାଯାଇଥାଏ। ଏହା ପାଚନ ତନ୍ତ୍ରକୁ ଉତ୍ତମ ଏବଂ ଶରୀରକୁ ବିଷମୁକ୍ତ କରିଥାଏ। ଭାରତରେ ଏହାକୁ ପ୍ରାଚୀନ କାଳରୁ ଅତ୍ୟନ୍ତ ପବିତ୍ର କୁହାଯାଇଥାଏ। ଏପରିକି ଏହାର ଉଲ୍ଲେଖ ବେଦରେ ମଧ୍ୟ କରାଯାଇଛି। ପାଖାପାଖି ସବୁ ପ୍ରକାରର ପୂଜା ଅନୁଷ୍ଠାନରେ ଏହାର ବ୍ୟବହାର ହୋଇଥାଏ। ଏହାକୁ ଶୁଭ କାର୍ଯ୍ୟର ଆରମ୍ଭ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ଦେବୀଙ୍କ ଉପାସନାରେ ପାନପତ୍ର ଦ୍ବାରା ବିଶେଷ ମନୋସ୍କାମନା ପୂରଣ କରାଯାଇଥାଏ।

ପାନ ପତ୍ରଟି ସମ୍ପୂର୍ଣ୍ଣ ହେବା ଉଚିତ୍ ଏବଂ ଏଥିରେ ଡେମ୍ଫ ଲାଗିବା ଉଚିତ୍। ପାନପତ୍ର ଫାଟିନଥିବା ଦରକାର। ପୂଜା ଏବଂ ପ୍ରୟୋଗ ପାଇଁ ସବୁଜ ପତ୍ରର ପ୍ରୟୋଗ କରନ୍ତୁ।

ସିନ୍ଦୂରକୁ ଘିଅରେ ମିଶାଇ ପେଷ୍ଟ କରନ୍ତୁ। ପାନ ପତ୍ରରେ ଏହି ପେଷ୍ଟ ଦ୍ବାରା ନିଜ ନାଁ ଲେଖନ୍ତୁ। ଏହାକୁ ଦେବୀଙ୍କୁ ଅର୍ପଣ କରନ୍ତୁ। ଏପରି ନବରାତ୍ରିରେ ଲଗାତାର ୩ଦିନ କରନ୍ତୁ।

ନବରାତ୍ରି​‌ରେ ପ୍ରତିଦିନ ସନ୍ଧ୍ୟାରେ ମା ଲକ୍ଷ୍ମୀଙ୍କୁ କର୍ପୂରରେ ଆଳତୀ କରନ୍ତୁ। ଏହା ପରେ ପାନପତ୍ରରେ ଗୋଲାପ ପାଖୁଡ଼ା ରଖି ତାଙ୍କୁ ଅର୍ପଣ କରନ୍ତୁ। ନବରାତ୍ରି ପରେ ପ୍ରତ୍ୟେକ ପୂର୍ଣ୍ଣିମା ରାତିରେ ଏପରି କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.