ଟ୍ରେନ କୋଚ୍‌ରେ କାହିଁକି ଥାଏ ହଳଦିଆ ଓ ଲାଲ ରଙ୍ଗର ଗାର, ଜାଣନ୍ତୁ ଯାତ୍ରା ସମୟରେ କାମରେ ଆସିବ…

Published By : Prameya-News7 Bureau | October 08, 2019 IST

ନୂଆଦିଲ୍ଲୀ୮|୧୦: ସାଧାରଣତଃ ଅଧିକାଂଶ ଯାତ୍ରୀ ଦୂର ସ୍ଥାନକୁ ଟ୍ରେନରେ ଯାତ୍ରା କରିଥାନ୍ତି। ରେଳ ବିଭାଗର ସର୍ବେକ୍ଷଣ ଅନୁସାରେ ଟ୍ରେନରେ ଅଧିକ ଲୋକ ଯାତ୍ରା କରିଥାନ୍ତି । ଯାତ୍ରୀମାନେ ଟ୍ରେନରେ ଯାତ୍ରା କରିବା ସମୟରେ ଟ୍ରେନରେ ଦିଆଯାଇଥିବା ସିଗନାଲ୍‌ ପ୍ରତି ନଜର ଦେଇ ନ ଥାନ୍ତି। ଟ୍ରେନ କୋଚ୍‌ ଗୁଡିକ ହଳଦିଆ, ଲାଲ ଓ ନୀଳ ରଙ୍ଗ ହୋଇଥାଏ। କିନ୍ତୁ ଏହି କୋଚ୍‌ ଉପରେ ୨/୩ ଟି ରଙ୍ଗର ଗାର ଟଣା ଯାଇଥାଏ।

ଭାରତରେ ରେଳ ଚଳାଚଳ ପ୍ରଥମେ ୧୮୫୩ ମସିହା ଏପ୍ରିଲ ୧୬ ତାରିଖରେ ଆରମ୍ଭ ହୋଇଥିଲା। ୧୯୫୧ ମସିହାରେ ଭାରତୀୟ ରେଳ ସେବାର ଜାତୀୟକରଣ କରାଯାଇଥିଲା। ଟ୍ରେନରେ ଏଭଳି ଚିହ୍ନ ଓ କୋଡ୍‌ ରହିଛି ଯାହା ସଂପର୍କରେ ଯାତ୍ରୀମାନେ ଜାଣିବା ଆବଶ୍ୟକ।

 ଟ୍ରେନର ନୀଳ ରଙ୍ଗର କୋଚ୍‌ର ଝରକାରେ ହଳଦିଆ କିମ୍ବା ଧଳା ରଙ୍ଗର ଗାର ଜଣାଇ ଦେଇଥାଏ ଯେ ଏହା ଦ୍ବିତୀୟ ଶ୍ରେଣୀ ବା ଜେନେରାଲ  ଡବା।

 ସେହିପରି ନୀଳ ଓ ଲାଲ ରଙ୍ଗର କୋଚ ଉପରେ ହଳଦିଆ ରଙ୍ଗର ଗାର ମଧ୍ୟ ଯାତ୍ରୀଙ୍କୁ ସାହାଯ୍ୟ କରିଥାଏ। ହଳଦିଆ ରଙ୍ଗର ଗାର ସୂଚାଇଥାଏ ଯେ କି ଏହି କୋଚ୍‌ରେ ଦିବ୍ୟାଙ୍ଗ କିମ୍ବା ରୋଗୀମାନେ ରହିଛନ୍ତି।

ସେହିପରି ଲୋକାଲ ଟ୍ରେନରେ ଧୂସର ରଙ୍ଗ କୋଚ୍ ଉପରେ ଲାଲ ରଙ୍ଗର ଗାର ଟଣା ଯାଇଥାଏ। ଏହା ଫାଷ୍ଟ କ୍ଲାସ କୋଚ ବୋଲି ସୂଚନା ଦେଇଥାଏ। ଅଧିକାଂଶ ସମୟରେ କୋଚ୍‌ ଖୋଜିବା ବେଳେ ଏହି  ଚିହ୍ନ ପ୍ରତି ନଜର ଦେବା ଆବଶ୍ୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.