ଅତୀତର କେଉଁ ବିଶ୍ୱକପ୍ ରେ କେତେ ଟଙ୍କା ଲେଖାଏଁ ପାଇଥଲେ ଖେଳାଳି ଦେଖନ୍ତୁ ଏହି ଐତିହାସିକ ଦସ୍ତାବେଜ୍

Published By : Prameya-News7 Bureau | July 16, 2019 IST

ଭାରତରେ କ୍ରିକେଟ୍ କହିଲେ ଏବେ ବେସୁମାର ଅର୍ଥ ଓ ସମ୍ମାନର ଖେଳ ବୋଲି ବୁଝା ଯାଉଛି। ଖେଳାଳିଙ୍କୁ  ମୋଟା ଅଙ୍କର ମ୍ୟାଚ୍ ଫିସ୍ ସାଙ୍ଗକୁ ଆକର୍ଷକ ଡେଲି ଆଲାଉନ୍ସ,, ଆଖି ଜଳକା କରିଦେବା ଭଳି ସେଣ୍ଟ୍ରାଲ କଣ୍ଟ୍ରାକ୍ଟ, କୋଟି କୋଟି ଟଙ୍କାର ଏଣ୍ଡ୍ରୋସମେଣ୍ଟ ଡିଲ ବାଦେ ବି ରହିଛି ଆଇପିଏଲର ଲାଭ। ଅର୍ଥାତ ଆଜିର ଦିନରେ ଜଣେ କ୍ରିକେଟର କହିଲେ ହଲିଉଡର କୌଣସି ନାମୀଦାମୀ ଷ୍ଟାରଙ୍କଠୁ କମ୍  ନୁହନ୍ତି। ହେଲେ ସୋସାଲ ମିଡିଆରେ ଭାଇରାଲ ହେଉଥିବା ଏକ ଦସ୍ତାବେଜ୍ ଏବେ ମନେ ପକାଇ ଦେଉଛି ସେ ଦିନ ଓ ଆଜିର ଖେଳାଳିଙ୍କ ଷ୍ଟାଟସ।  

{"id":134385}

ତେବେ ଯଦି ଆମେ ୩୬ ବର୍ଷ ପୂର୍ବକୁ ଫେରିଯିବା  ସେତେବେଳେ କ୍ରିକେଟରଙ୍କୁ ମିଳୁଥବା  ପାଉଣା ଓ ସୁବିଧା ସୁଯୋଗ କଥା ସୁଣିଲେ କ୍ରିକେଟ୍ ଖେଳିବା ଲାଗି ବାପାଙ୍କ ଆକଟ କଥା ଆପେ ଆପେ ମନକୁ ଆସିଯାଏ। ୧୯୮୩ରେ ବିଶ୍ୱ କପ୍ ଖେଳିଥିବା ଟିମ୍ ଇଣ୍ଡିଆର ଜଣେ ଜଣେ ଖେଳାଳିଙ୍କ ୩ ଦିନର  ପାଉଣା କେତେ ଥିଲା ଜାଣନ୍ତି ? ମାତ୍ର ୨ହଜାର ଶହେ ଟଙ୍କା। ସୋସାଲ ମିଡିଆରେ ଭାଇରାଲ ହେଉଥିବା ଏକ ଦସ୍ତାବେଜ୍ ରୁ ଏହା ଜଣାପଡିଛି। ଯେଉଁଥିରେ ଖେଳାଳିମାନେ ରେଭିନ୍ୟୁଷ୍ଟାମ୍ପ ରେ ଦସ୍ତଖତ କରି ସେମାନଙ୍କ ପାଉଣା ନେଇଥିବାର ପ୍ରମାଣ ବି ରହିଛି।

{"id":134386,"align":"center"}

ଏଥିରେ ସୁନିଲ ଗାଭାସ୍କରଙ୍କ ଭଳି ଖେଳାଳିଙ୍କ ଠାରୁ ଆରମ୍ଭ କରି ଟିମ୍ ମ୍ୟାନେଜର ବିଶନ ବେଦୀ ସମସ୍ତଙ୍କ ପାଇଁ ଦୈନିକ ଭତ୍ତା ୨ଶହ ଟଙ୍କା ସାଙ୍ଗକୁ ମ୍ୟାଚ୍ ଫିସ୍ ୫ଶହ ଟଙ୍କା ହିସାବରେ ୩ ଦିନ ନିମନ୍ତେ ପେମେଣ୍ଟ କରାଯାଇଛି। ଯେଉଁଥିରୁ ସେତେବେଳେ ଅନ୍ୟ କ୍ରିଡା ଭଳି ଦେଶରେ ଏକ ସାଧାରଣ କ୍ରିଡା ଥିଲା କ୍ରିକେଟ୍ ।ଏଥିନିମନ୍ତେ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସୁବିଧା ସୁଯୋଗ ଦେଉଥିଲେ ସରକାର।   ଏଣୁ ଏହି ଖେଳ ପ୍ରତି ଥିଲା ସମସ୍ତଙ୍କ ଆକର୍ଷଣ।

{"id":134387,"width":578,"height":434}

ହେଲେ ଏବେ ବଦଳି ଗଲାଣି ପରିସ୍ଥିତି । ଜଣେ ଜଣେ ଖେଳାଳି ଟେଷ୍ଟମ୍ୟାଚ୍ ନିମନ୍ତେ ୧୫ଲକ୍ଷ ଟଙ୍କା ଫିସ ନେଉଥିବା ବେଳେ ସେମାନଙ୍କ ୱାନଡେ ଫିସ ହେଉଛି ୬ଲକ୍ଷ ଟଙ୍କା। ଏହି ଫିସ୍ ଟି-୨୦ ପାଇଁ ୩ ଲକ୍ଷ ଟଙ୍କା ଥିବା ବେଳେ ମ୍ୟାଚ୍ ରେ ବ୍ୟକ୍ତିଗତ ପରଫର୍ମାନ୍ସ ଯେପରି କି ଶତକ ବା ଅଧିକ ୱିକେଟ୍ ନେଲେ ମିଳୁଛି ଅଲଗା ପେମେଣ୍ଟ। ଅର୍ଥାତ ସେଦିନର ଖେଳାଳିଙ୍କ ତୁଳନାରେ ଆଜିର ଖେଳାଳିଙ୍କ ପାଇଁ କ୍ରିକେଟ ରେ ରହିଛି ଅପାର ସୁଯୋଗ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.