Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଜାଣନ୍ତୁ ମୁକେଶ ଅମ୍ବାନୀଙ୍କ ଉପରେ ଧନବର୍ଷା ପଛରେ ରହିଛି କାହାର ହାତ, କିଏ ଏହି ମନୋଜ ମୋଦି?

13/06/2020 at 7:37 PM

ଭାରତର ବିତ୍ତଶାଳୀ ଉଦ୍ୟୋଗପତି  ମୁକେଶ ଅମ୍ବାନୀଙ୍କ ଡାହାଣ ହାତ କହିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିରେ ମନୋଜ ମୋଦି ବେଶ ଜଣାଶୁଣା। ହୁଏତ ଦେଶ ବାହାରେ ଖୁବ୍ କମ୍‌ ଲୋକେ ତାଙ୍କୁ ଜାଣନ୍ତି। ହେଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁକେଶ ଅମ୍ବାନୀଙ୍କ ବ୍ୟବାସାୟୀକ ସଫଳତା ପଛରେ ଯଦି କେହି ଥାଏ ସେ ହେଉଛନ୍ତି ମନୋଜ ମୋଦି। ସମୂହର ଜିଓ ପ୍ଲାଟଫର୍ମରେ ଫେସ୍‌ବୁକ୍‌ ନିବେଶ କରିବା ପରେ ପ୍ରାଇଭେଟ୍ ଇକ୍ୱିଟି ଫଣ୍ଡ ୧୩ ବିଲିୟନ ଡଲାରର କାରବାର କରିଥିବା ବେଳେ ସିଲିକନ ଭ୍ୟାଲି ରାଡାରରେ ନିଜର ସ୍ଥିତି ମଜବୁତ କରିଛି ରିଲାଏନ୍ସ ଇଣ୍ଡଷ୍ଟ୍ରି। ତେବେ ଏଥିଲାଗି ସମସ୍ତ ସଫଳତାର ଶ୍ରେୟ ମନୋଜ ମୋଦିଙ୍କୁ ଦିଆଯାଇପାରେ।

ଅମ୍ବାନୀ ପେଟ୍ରୋକେମିକାଲରୁ ଇଣ୍ଟରନେଟ୍‌କୁ ତାଙ୍କ କାରବାର ସମ୍ପ୍ରସାରଣ କରିଛନ୍ତି। ଗତ ଏପ୍ରିଲ ମାସରେ ଫେସବୁକ୍‌ ଇଙ୍କ୍ ରିଲାଏନ୍ସ ଜିଓ ପ୍ଲାଟଫର୍ମରେ ୫.୭ ବିଲିୟନ ଡଲାର ନିବେଶ ଲାଗି ରାଜିନାମା କରିଥିଲେ। ଅମ୍ବାନୀ ଓ ତାଙ୍କ ପିଲାମାନଙ୍କୁ ସୋସିଆଲ ନେଟୱାର୍କିଂ ଜିଆଣ୍ଟଙ୍କ ସହ ଏହି ରାଜିନାମା କରାଇବାରେ ମନୋଜଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଗ୍ରୁପରେ ଫେସବୁକ୍‌ର ବିନିଯୋଗ ପରେ ଅନେକ ଘରୋଇ ଇକ୍ୱିଟି ପାଣ୍ଠିରୁ ସମାନ କାରବାର ହୋଇଥିଲା। ଫଳରେ ଅମ୍ବାନୀଙ୍କ ବ୍ୟବସାୟକୁ ୧୩ ବିଲିୟନ ଡଲାର ଇଞ୍ଜେକ୍ସନ ହୋଇଥିଲା। ପ୍ରଥମ କରି ରିଲାଏନ୍ସ ସିଲିକନ ଭ୍ୟାଲି ରାଡାରକୁ ଆସିବା ସହ ନିଜର ସ୍ଥିତି ବି ମଜଭୁତ କରିପାରିଛି।

୬୦ ବର୍ଷ  ପାଖାପାଖି ବୟସ୍କ ମନୋଜ ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କିୟ ନୁହଁନ୍ତି। କେବେ କେମିତି ଗଣମାଧ୍ୟମ ସାକ୍ଷାତକାରରେ ଆସନ୍ତି, ହେଲେ ସାର୍ବଜନିକ କ୍ଷେତ୍ରରେ ମଧ୍ୟ ତାଙ୍କର ଏତେଟା ପ୍ରବେଶ ବି ନାହିଁ।  ତେବେ କର୍ପୋରେଟ କ୍ଷେତ୍ରରେ ଦୀର୍ଘ ସମୟରୁ ଚଳି ଆସୁଥିବା ସମ୍ପର୍କ ହିଁ ଏହି ସଫଳତାର ମୂଳମନ୍ତ୍ର ବୋଲି  କହିଛନ୍ତି ଭେଞ୍ଚର କ୍ୟାପିଟାଲ ଫାର୍ମ ଓ କଲାରି କ୍ୟାପିଟାଲ ପାର୍ଟନର୍ସର ପରିଚାଳନା ନିର୍ଦ୍ଦେଶକ ବାଣୀ କୋଲା।

ସେ କୁହନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏକ କମ୍ପାନୀ ନୁହେଁ ଯାହା ନିଜର ସାଙ୍ଗଠନିକ ସଂରଚନାର ବିଜ୍ଞପାନ କରେ, ତେବେ ଉଦ୍ୟୋଗ ଜାଣେ ଅମ୍ବାନୀ ଓ ମୋଦିଙ୍କ ସମ୍ପର୍କ କଣ ।  ଏକତ୍ର ବସି ଆଲୋଚନା କରିବା ସହ  ସମ୍ପ୍ରସାରଣର ଚୂଡାନ୍ତ ସ୍ତର ପର୍ଯ୍ୟନ୍ତ ପହଞ୍ଚିବା ଲାଗି ସେମାନଙ୍କର ଅଥକ ଗହନ ବିଚାର ବିମର୍ଷ ଓ ଅକ୍ଲାନ୍ତ ପରିଶ୍ରମର ଫଳ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବୋଲି କହିଛନ୍ତି ବାଣୀ।

   Related Posts