Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଅଯୋଧ୍ୟା ମାମଲାରେ ହିନ୍ଦୁ ପକ୍ଷଙ୍କୁ ବିଜୟୀ କରିଥିବା ଓକିଲ କେ. ପରାଶରନଙ୍କୁ ଜାଣନ୍ତୁ

9/11/2019 at 8:29 PM

ନୂଆଦିଲ୍ଲୀ :  ରାମଜନ୍ମଭୂମି ଓ ବାବ୍ରି ମସଜିଦ ମାମଲାରେ ସୁପ୍ରିମକୋର୍ଟ ଉଭୟ ପକ୍ଷଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଏଥିରେ ରାମଲାଲା ବିରାଜମାନଙ୍କୁ ତାଙ୍କ ସ୍ଥାନ ମିଳିଥିବା ବେଳେ କୋର୍ଟ ସୁନ୍ନି ୱାକଫ ବୋର୍ଡକୁ ତୁରନ୍ତ ଅଯୋଧ୍ୟାର ଏକ ଉଚିତ ସ୍ଥାନରେ ୫ ଏକର ଭୂମି ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ରାୟରେ ଘୋଷଣା କରିଛନ୍ତି। ତେବେ ରାମଲାଲାଙ୍କୁ ତାଙ୍କ ବିରାଜମାନ ସ୍ଥାନ କୋର୍ଟଙ୍କ ଦ୍ୱାରା ପ୍ରଦାନ କରିବାରେ ଯାହାର ପ୍ରମୁଖ ଭୂମିକା ରହିଛି ସେ ହେଉଛନ୍ତି ବରିଷ୍ଠ ଆଡଭୋକେଟ କେ. ପରାଶରନ। ଆସନ୍ତୁ ଜାଣିବା ୯୩ ବର୍ଷ ବୟସ୍କ ଏହି ବୁଦ୍ଧିଜୀବି ତଥା ବରିଷ୍ଠ ଅଧିକବକ୍ତାଙ୍କ ସମ୍ପର୍କରେ।

କେ. ପରାଶରନ ବୟସାଧିକ୍ୟ କାରଣରୁ କୋର୍ଟରେ ମୋକଦ୍ଦମା ପରିଚାଳନା କରିବା ଭଳି ପରିସ୍ଥିତିରେ ନାହାନ୍ତି । ତେବେ ନିଜ ଯୁବ ଟିମ ଜରିଆରେ ସେ ତାଙ୍କ ଦୀର୍ଘ ଅଭିଜ୍ଞତାର ସଫଳ ପ୍ରଦର୍ଶନ କରିପାରିଛନ୍ତି। କୋର୍ଟରେ ପରାଶରନଙ୍କ ଟିମ୍ ଭଗବାନ ରାମଙ୍କ ପକ୍ଷରୁ ମୋକଦ୍ଦମା ଚଳାଇଥିଲେ। ୯ ଅକ୍ଟୋବର ୧୯୨୭ ମସିହାରେ ତାମିଲନାଡୁର ଶ୍ରୀରଙ୍ଗମରେ ଜନ୍ମିତ କେ. ପରାଶରନ ତାମିଲନାଡୁ ରାଜ୍ୟର ଆଡଭୋକେଟ ଜେନେରାଲ ପଦବୀ ସମେତ ଭାରତର ଆଟର୍ଣ୍ଣି ଜେନେରାଲ ମଧ୍ୟ ଥିଲେ। ଏହା ଛଡା ୨୦୧୨ରୁ ୨୦୧୮ ପର୍ଯ୍ୟନ୍ତ ସେ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ।

ପରାଶରନ ପଦ୍ମଭୂଷଣ ଓ ପଦ୍ମ ବିଭୂଷଣ ଭଳି ଶୀର୍ଷ ନାଗରିକ ସମ୍ମାନରେ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି। ସେ ଆଇନରେ ସ୍ନାତକ ଉତୀର୍ଣ୍ଣ ହୋଇଥିଲେ। ସେ ସମୟରେ ହିନ୍ଦୁ ଆଇନ ଅଧ୍ୟୟନ ଲାଗି ତାଙ୍କୁ ଗୋଲ୍ଡ ମେଡାଲରେ ସମ୍ବର୍ଦ୍ଧିତ କରାଯାଇଥିଲା। ପାଠପଢା ଶେଷ ହେବା ପରେ ୫୦ ଦଶକରେ ସେ ଓକିଲାତି ପେଷାରେ ଯୋଗଦେଇଥିଲେ। ହିନ୍ଦୁ ଧର୍ମ ସମ୍ପର୍କରେ ପରାଶରନଙ୍କ ଗଭୀର ଜ୍ଞାନ ରହିଛି। ଏଣୁ ଅଯୋଧ୍ୟା ମାମଲାରେ ରାମଲାଲା ବିରାଜମାନଙ୍କ ଓକିଲ ରହିବା ସହ ସେ କେରଳ ଶାବରୀମାଲା ମାମଲାରେ ଭଗବାନ ଆୟପ୍ପାଙ୍କ ଓକିଲ ମଧ୍ୟ ଥିଲେ। ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ନିୟମିତ ୪୦ ଦିନ ପର୍ଯ୍ୟନ୍ତ ଶୁଣାଣି କରିଥିଲେ। ଏହି ସମୟରେ ପରାଶରନଙ୍କୁ ଖୁବ୍ ଅଧିକ ପରିଶ୍ରମ କରିବାକୁ ପଡୁଥିଲା। କୋର୍ଟରେ ସବୁଦିନ ପୂର୍ବାହ୍ନ ୧୦ଟା ୩୦ ମିନିଟରେ ମୋକଦ୍ଦମାର ଶୁଣାଣି ଆରମ୍ଭ ହେଉଥିଲା ଯାହା ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲୁଥିଲା। ତେବେ ଶୁଣାଣି ପୂର୍ବରୁ ପରାଶରନ ମୋକଦ୍ଦମାର ସମ୍ବେଦନଶୀଳ ଦିଗପ୍ରତି ଗୁରୁତ୍ୱ ଦେବା ସହ ଏଥିଲାଗି ଯଥେଷ୍ଟ ପ୍ରସ୍ତୁତି ମଧ୍ୟ କରୁଥିଲେ ବୋଲି ତାଙ୍କର ଜନୈକ ସହଯୋଗୀ କହିଛନ୍ତି।

ପରାଶରନଙ୍କ ଟିମରେ ଓକିଲ ପି.ଭି.ୟୋଗେଶ୍ୱରନ, ଅନିରୁଦ୍ଧ ଶର୍ମା, ଶ୍ରୀଧର ପୋଟ୍ଟା ରାଜୁ, ଅଦିତୀ ଦାନୀ, ଅଶ୍ୱିନୀକୁମାର ଡିଏସଙ୍କ ସମେତ ଭକ୍ତି ବର୍ଦ୍ଧନ ସିଂହଙ୍କ ଭଳି ଯୁବ ଆଇନଜୀବୀମାନେ କାର୍ଯ୍ୟ କରୁଥିଲେ। ୯୩ ବର୍ଷ ବୟସରେ ପରାଶରନଙ୍କ ସ୍ମୃତି ଶକ୍ତି ଓ କାର୍ଯ୍ୟ କରିବାର ସାମର୍ଥ୍ୟ ତାଙ୍କ ଟିମ୍ କୁ ଏକ ସମର୍ଥ ଟିମରେ ପରିଣତ କରିଥିଲା। ଏଣୁ କୋର୍ଟରେ ମୋକଦ୍ଦମା ଆରମ୍ଭ ହୋଇ ଶେଷ ହେବା ପର୍ଯ୍ୟନ୍ତ ପରାଶରନଙ୍କ ଟିମ୍ ସାମାନ୍ୟତମ ଅସୁବିଧାର ମଧ୍ୟ ସମ୍ମୁଖୀନ ହୋଇନଥିଲେ।

ରାମଲାଲା ବିରାଜମାନଙ୍କ ଲାଗି କୋର୍ଟରେ ଏଭଳି ତର୍କ ରଖିଥିଲେ ପରାଶରନ
ରାମଲାଲା ବିରାଜମାନ ପକ୍ଷରୁ କୋର୍ଟରେ ଓକିଲାତି କରି ପରାଶରନ ମାମଲାରେ ମଜଭୁତ ପ୍ରମାଣ ପ୍ରଦାନ କୋହଳ କରିବା ଲାଗି ନିବେଦନ କରିଥିଲେ। କାରଣ ହିନ୍ଦୁ ମାନ୍ୟତା ଅନୁସାରେ ଲୋକେ ଦାବି କରୁଥିବା ସ୍ଥାନରେ ଭଗବାନ ଶ୍ରୀରାମଙ୍କ ଆତ୍ମା ଅବସ୍ଥାନ କରୁଛି। ଏଣୁ ଭଗବାନ ରାମଙ୍କ ଜନ୍ମସ୍ଥାନ ସହ ଭକ୍ତଙ୍କ ଅତୁଟ ସମ୍ପର୍କ ଥିବା ପରାଶରନ କୋର୍ଟଙ୍କୁ କହିଥିଲେ।

ଏ ନେଇ ଜଷ୍ଟିସ୍ ଏସ.ଏ.ବୋବଡେ ଜିଶୁ ଖ୍ରୀଷ୍ଟଙ୍କ ଜନ୍ମସ୍ଥାନ ବେଥଲହାମ, ଏ ନେଇ କୌଣସି କୋର୍ଟରେ କେବେ ପ୍ରଶ୍ନ ହୋଇଛି କି ବୋଲି ପରାଶରନଙ୍କୁ ପଚାରିଥିଲେ। ଏହାର ଜବାବରେ ପରାଶରନ କୋର୍ଟଙ୍କୁ ଅନେକ ତର୍କ ଦେଇଥିଲେ ସାଙ୍ଗକୁ ରାମ ଜନ୍ମଭୂମିକୁ ନ୍ୟାୟିକ ବ୍ୟକ୍ତିତ୍ୱ ବୋଲି କହିବା ସହ ଏହା ଉପରେ କୌଣସି ଯୁଗ୍ମ ଅଧିକାର ଦିଆଯାଇ ପାରିବ ନାହିଁ ବୋଲି କହିଥିଲେ। କାରଣ ଏହା ଅଭିଭାଜ୍ୟ ବୋଲି ପରାଶରନ କହିଥିଲେ। ସେ ରାମଜନ୍ମଭୂମି ବ୍ୟତୀତ ବାବରୀ ମସଜିଦ ଉପରେ ମଧ୍ୟ ପ୍ରଶ୍ନ ଛିଡା କରିଥିଲେ। ଏହି ମସଜିଦକୁ ଇସ୍ଲାମ ଧାର୍ମିକ ବ୍ୟବସ୍ଥାରେ ନିର୍ମିତ ଏକ ଧର୍ମସ୍ଥଳ କୁହାଯାଇପାରିବ କି ବୋଲି କୋର୍ଟଙ୍କୁ ପ୍ରଶ୍ନ କରିଥିଲେ। କାରଣ ଏକ ଧାର୍ମିକ ସ୍ଥଳକୁ ଭାଙ୍ଗି ସେଠାରେ ଇସ୍ଲାମ ଆରାଧନା ସ୍ଥଳ କରାଯାଇଥିଲା। ଏଣୁ ଏହା ମସଜିଦ ରୂପେ ମଧ୍ୟ ବନ୍ଦ ହୋଇଯାଇଥିଲା। କୌଣସି ଧର୍ମାବଲମ୍ବି ସେଠାରେ କେବେ ନମାଜ ପାଠ କରୁନଥିଲେ ବୋଲି ପରାଶରନ କୋର୍ଟରେ ଯୁକ୍ତି ରଖିଥିଲେ।

   Related Posts