ଭାରତରେ Pornକୁ ନେଇ ଜାଣନ୍ତୁ କ’ଣ ରହିଛି ଆଇନ, ଦେଖିବା ଓ ସେୟାର କରିବାରେ ବେଆଇନ କ’ଣ?

Published By : Prameya-News7 Bureau | July 28, 2021 IST

ନୂଆଦିଲ୍ଲୀ ୨୮।୭: ବଲିଉଡ ସେଲିବ୍ରିଟିଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଗିରଫ ପରଠାରୁ ଦେଶରେ ପର୍ଣ୍ଣକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି।  ଶିଳ୍ପା ସେଟ୍ଟୀ ଓ ତାଙ୍କ ଓକିଲ ରାଜ କୁନ୍ଦ୍ରା କେବେ ଅଶ୍ଳୀଳ ଫିଲ୍ମ ବ୍ୟବସାୟ କରୁ ନଥିଲେ କି ଏପରି ଫିଲ୍ମର ନିର୍ମାଣ କରନ୍ତିନି ବୋଲି ଦାବି କରୁଛନ୍ତି। ଏଥିରେ ଏବେ ଆମଦେଶରେ ପର୍ଣ୍ଣ ଫିଲ୍ମକୁ ନେଇ ଥିବା ଆଇନକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  ତେବେ ଆସନ୍ତୁ ଜାଣିବା ପର୍ଣ୍ଣ ଦେଖିବାଠାରୁ ଆରମ୍ଭ କରି ଏହାକୁ ସେୟାର କରିବାରେ କ’ଣ ବେଆଇନ।

{"id":487221,"width":838,"height":545,"sizeSlug":"large","linkDestination":"none"}

ଭାରତର ସୂଚନା ଓ ପ୍ରଯୁକ୍ତି (ଆଇଟି) ଅଧିନିୟମ ୨୦୦୦, ଭାରତୀୟ ଦଣ୍ଡବିଧି ଆଇ(ଆଇପିସି) ଓ ଯୌନ ଅପରାଧରେ ଶିଶୁଙ୍କ ସଂରକ୍ଷଣ ଆଇନ (ପକସୋ) ଅଧିନିୟନ ୨୦୧୨ରେ ଅଶ୍ଳୀଳ ସାହିତ୍ୟ ସମ୍ପର୍କରେ ଆଲୋଚନା କରୁଛି। ଏଥିରେ ରୁଦ୍ଧ କୋଠରୀରେ ପର୍ଣ୍ଣ ଦେଖିବା ଅପରାଧ ବିବେଚିତ ହେଉ ନାହିଁ। ଜୁଲାଇ ୨୦୧୫ରେ ସୁପ୍ରିମକୋର୍ଟ ଏକ ମୌଖିକ ମନ୍ତବ୍ୟରେ ଜଣେ ପ୍ରାପ୍ତ ବୟସ୍କ ନିଜ କୋଠରୀରେ ଗୋପନୀୟ ଉପାୟରେ ଯଦି ପର୍ଣ୍ଣ ଫିଲ୍ମ ଦେଖୁଥାଏ ତେବେ ଏହା ତାଙ୍କର ସ୍ୱାଧୀନତାର ମୌଳିକ ଅଧିକାର ଭୁକ୍ତ ହେଉଛି ବୋଲି କହିଥିଲେ।

{"id":487222,"width":838,"height":626,"sizeSlug":"large","linkDestination":"none"}

ତେବେ ଏପରି ସାହିତ୍ୟ, କଳା ଓ ଚିତ୍ର ( ଦୃଶ୍ୟ ଏବଂ ଶ୍ରାବ୍ୟ)ର ବିକ୍ରି, ପ୍ରସାର ଓ ବିତରଣ  ଆଇପିସିର ଧାରା ୨୯୨ରେ ଅପରାଧ ଶ୍ରେଣୀଭୁକ୍ତ। ଆଇନର ପ୍ରାବଧାନରେ ଏପରି କୌଣସି ସାମଗ୍ରୀକୁ ଅଶ୍ଳୀଳ ମନେ କରାଯିବ ଯାହା ମୂଳ ଉଦ୍ଦେଶ୍ୟ କାମୁକତାକୁ ପ୍ରୋତ୍ସାହନ କରେ, ଯାହା କୌଣସି ବ୍ୟକ୍ତିକୁ ଭ୍ରଷ୍ଟ ଓ ଭ୍ରଷ୍ଟ କରିବା ଉଦ୍ଦେଶ୍ୟରେ ଉପଯୋଗ କରାଯାଏ ବୋଲି ସ୍ପଷ୍ଟ ନିର୍ଦ୍ଦେଶିତ ରହିଛି। ଏଥିଲାଗି ଆଇପିସିର ଧାରା ୨୯୩ରେ ୨୦ ବର୍ଷରୁ କମ ବୟସ୍କ କୌଣସି ବ୍ୟକ୍ତିଙ୍କୁ ଯଦି ଅଶ୍ଳୀଳ ସାମଗ୍ରୀ ବିକ୍ରି, ବିତରଣ, ପ୍ରଦର୍ଶନ ଅଥବା ପ୍ରସାରଣ କରେ ତେବେ ଏହାକୁ ବେଆଇନ ଧରାଯିବ ବୋଲି କୁହାଯାଇଛି।

{"id":487223,"width":839,"height":470,"sizeSlug":"large","linkDestination":"none"}

ଏହି ଆଇନର ସେକ୍ସନ ୬୭ ଓ ୬୭(ଅ) ଧାରାରେ ବୈଦୁତିକ ରୂପେ ସ୍ପଷ୍ଟ ଯୌନକୃତ୍ୟର ପ୍ରକାଶନ ଓ ପ୍ରସାରଣକୁ ବେଆଇନ ସୂଚୀଭୁକ୍ତ କରୁଛି। ଏଥିଲାଗି ଆଇନରେ ଦଣ୍ଡ ପ୍ରାବଧାନ ମଧ୍ୟ ରହିଛି। ସେହିପରି ଯଦି ଏପରି ସାମଗ୍ରୀ ଯାହାର କାମୁକ ଅବେଦନ ରହୁଛି ଅଥବା ଏହାକୁ ଦେଖିଲେ, ଶୁଣିଲେ ଓ ପଢିଲେ ଯଦି ଲୋକେ ଭ୍ରଷ୍ଟ ହୁଅନ୍ତି ଅଥବା ଏଥିଲାଗି ପ୍ରେରିତ ହୁଅନ୍ତି ଏହା ମଧ୍ୟ ଦଣ୍ଡନୀୟ। ଏପରି କାର୍ଯ୍ୟ କରୁଥିବା ଲୋକଙ୍କୁ ୩ ବର୍ଷ ଜେଲ ଓ ୫ଲକ୍ଷ ଟଙ୍କା ଜରିମାନାର ମଧ୍ୟ ଆଇନରେ ପ୍ରାବଧାନ ଅଛି।

{"id":487224,"width":837,"height":479,"sizeSlug":"large","linkDestination":"none"}

ଆଇନର ସେକ୍ସନ ୬୭(ଅ) ଧାରାରେ ଏଥିଲାଗି ୫ ବର୍ଷ ଜେଲ ଓ ୧୦ଲକ୍ଷ ଟଙ୍କା ଜରିମନାର ବ୍ୟବସ୍ଥା ରହିଛି। ସେହିପରି ଆଇଟି ଅଧିନିୟମ ଧାରା ୬୬ (ଇ)ରେ ଗୋପନୀୟତାର ଉଲ୍ଲଂଘନ ଦଣ୍ଡନୀୟ ଓ ଧର୍ତ୍ତବ୍ୟ ଅପରାଧ ବିବେଚିତ ହେଉଛି। ଜାଣିଶୁଣି କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିଗତ ଶରୀର ଅଂଶକୁ କ୍ୟାପଚର କରିବା, ପ୍ରସାରିତ ଅଥବା ପ୍ରକାଶିତ କରିବା ମଧ୍ୟ ବେଆଇନ। ଏପରି ମାମଲାରେ ୩ ବର୍ଷ ଜେଲ ଓ ୨ଲକ୍ଷ ଟଙ୍କା ଜରିମନା ବ୍ୟବସ୍ଥା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.