Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||
  • ସମ୍ବଲପୁର : ଜିପ୍ ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଚାଳକଙ୍କୁ ଅଟକ ରଖିଲା ପୋଲିସ
  • ||
  • ବଡବିଲ : ଭାରସାମ୍ୟ ହରାଇ ୨୫ଫୁଟ ଖାଇକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍‌ କାରବାରର ପର୍ଦ୍ଦାଫାଶ, ୩ ଗିରଫ, ୯୬ ହଜାର ଜାଲ୍ ନୋଟ୍ ଜବତ
  • ||
  • କଟକ : IIFLରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||

ସି ଜିନପିଙ୍ଗଙ୍କ ନିଆରା ପ୍ରେମକାହାଣୀ, ମାତ୍ର ୪୦ ମିନିଟ୍ ରେ ନିଷ୍ପତ୍ତି ନେଇଥିଲେ ସାରା ଜୀବନ ଏକାଠି ରହିବାକୁ

12/10/2019 at 6:34 PM

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭାରତ ଗସ୍ତ ଶେଷ ହୋଇଛି। ଜିନପିଙ୍ଗଙ୍କର ଏହା ଥିଲା ଦ୍ୱିତୀୟ ଭାରତ ଗସ୍ତ। ପ୍ରଥମ ଥର ୨୦୧୪ ମସିହାରେ ଚୀନ ରାଷ୍ଟ୍ରପତି ସପତ୍ନୀକ ୩ ଦିନିଆ ଭାରତ ଗସ୍ତରେ ଆସିଥିଲେ। ହେଲେ ଏଥର ଜିନପିଙ୍ଗ ଦୁଇ ଦିବସୀୟ ଭାରତ ଗସ୍ତ କରିଥିବା ବେଳେ ସାଙ୍ଗରେ କିନ୍ତୁ ପତ୍ନୀ ଆସିନଥିଲେ। ଚୀନ ରାଷ୍ଟ୍ରମୁଖ୍ୟମାନେ ଅତୀତରେ ଏକାକୀ ବିଦେଶ ଗସ୍ତ କରୁଥିଲେ। ହେଲେ ଜିନପିଙ୍ଗଙ୍କ ପତ୍ନୀ ପେଙ୍ଗ ଲ୍ୟୁୟାନ୍ ଭାରତ ଗସ୍ତ ଲାଗି ପ୍ରଥମ ଥର ପ୍ରୋଟକଲ ଭାଙ୍ଗିଥିଲେ।

ପେଙ୍ଗ ଲ୍ୟୁୟାନ ଜଣେ ଲୋକଗୀତ ଗାଇକା ଓ ତାଙ୍କୁ ଦେଶରେ ବହୁତ ଶକ୍ତିଶାଳୀ ମନେ କରାଯାଏ। ଆଧୁନିକ ଚୀନର ରାଜନୈତିକ ଇତିହାସରେ  ମାଓସେ ତୁଙ୍ଗଙ୍କ ପତ୍ନୀ ଜିଆଙ୍ଗ କିଙ୍ଗଙ୍କ ପରେ ଲୋକେ ପେଙ୍ଗଙ୍କ ନାମ ନେଉଛନ୍ତି। ଅନ୍ୟପକ୍ଷରେ ଏବେକାର ବିଶ୍ୱରେ ପେଙ୍ଗଙ୍କୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପତ୍ନୀ ମିସେଲ ଓବାମାଙ୍କ ସହ  ତୁଳନା କରାଯାଉଛି।  ତେବେ ସି ଜିନପିଙ୍ଗ ଓ ପେଙ୍ଗ ଲ୍ୟୁୟାନଙ୍କ ପ୍ରେମକାହାଣୀ ଖୁବ୍ କ୍ୱଚିତ ଜାଣିଥିବେ। ପ୍ରଥମ ଦେଖାରେ ଯଦିଓ ନୁହେଁ ତେବେ ଉଭୟ ସାରା ଜୀବନ ଏକାଠି ରହିବା ଲାଗି ମାତ୍ର ୪୦ ମିନିଟ୍ ରେ ନିଷ୍ପତ୍ତି ନେଇଥିଲେ।

ପେଙ୍ଗଙ୍କ ସହ ଜିନପିଙ୍ଗଙ୍କ ପ୍ରଥମ ଦେଖା ଜଣେ ସାଙ୍ଗଙ୍କ ଦ୍ୱାରା ହୋଇଥିଲା। ସେତେବେଳେ ପେଙ୍ଗ ଜଣେ ସୁପରଷ୍ଟାର ହୋଇସାରିଥିଲେ। ଦେଶର ଜଣେ ଚର୍ଚ୍ଚିତ ଗାୟିକା ଭାବେ ଲୋକେ ପେଙ୍ଗଙ୍କୁ ଜାଣୁଥିଲେ। ୧୯୮୬ ମସିହାର ଏହି ଦେଖା ସାକ୍ଷାତ ତା ପରବର୍ଷ ଅର୍ଥାତ ୧୯୮୭ ମସିହାରେ ବିବାହରେ ରୂପାନ୍ତରିତ ହୋଇଥିଲା। ବିବାହ କରିବା ଲାଗି ନିଷ୍ପତ୍ତି ନେବାକୁ ସେମାନଙ୍କୁ ମାତ୍ର ୪୦ ମିନିଟ୍ ସମୟ ଲାଗିଥିଲା। ଏହି ୪୦ ମିନିଟ୍ ରେ ଉଭୟ ଜୀବନବ୍ୟାପୀ ପରସ୍ପରକୁ ସାଥ ଦେବା ଲାଗି ସହମତ ହୋଇଯାଇଥିଲେ। ଚୀନ ସେନା ପ୍ୟୁପିଲ୍ସ ଲିବରେସନ ଆର୍ମିର ପେଙ୍ଗ ସବୁଠୁ କମ ବୟସ୍କା ମେଜର ଜେନରାଲ। ତାଙ୍କୁ ଦି ପିୟୋନୀ ଫେୟାରୀ ବୋଲି ବି ଲୋକେ କୁହନ୍ତି। କେବଳ ଏତିକି ନୁହେଁ ପେଙ୍ଗ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସଦଭାବନା ଦୂତ ବି ଥିଲେ।

   Related Posts