Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜାଣି ରଖନ୍ତୁ; Whats Appରୁ ଆରମ୍ଭ କରି ବୀମା ପଲିସି ଓ ରୋଷେଇ ଗ୍ୟାସ୍ ପର୍ଯ୍ୟନ୍ତ୧ ଏପ୍ରିଲରୁ ବଦଳିଯିବ ଏହି ସବୁ ନିୟମ

28/01/2020 at 9:51 PM

ନୂଆଦିଲ୍ଲୀ ୨୮।୧:  ଫେବୃଆରୀ ୧ ତାରିଖ ଦିନ ୨୦୨୦-୨୧ ଲାଗି ସଂସଦରେ ବାର୍ଷିକ ବଜେଟ୍ ଉପସ୍ଥାପିତ ହେବ। ଏଥିଲାଗି ଜନୁୟାରୀ ୩୧ ତାରିଖ ଦିନ ଆର୍ଥିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପନ କରାଯିବ । ବଜେଟ ସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯାହା ଘୋଷଣା କରିବେ ସାରା ବର୍ଷ ଦେଶରେ ଲାଗୁ ହେବ। ତେବେ ତା ପୂର୍ବରୁ ଏପରି କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ସମ୍ପର୍କରେ ଏଠାରେ ଆମେ ଉଲ୍ଲେଖ କରିବାକୁ ଯାଉଛୁ ଯାହା ୧ ଫେବୃଆରୀରୁ ସାରା ଦେଶରେ ଲାଗୁ ହେବାକୁ ଯାଉଛି । ଏଥିରେ ରହିଛି ରୋଷେଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟଠୁ ଆରମ୍ଭ କରି ବନ୍ଦହେବାକୁ ଯାଉଥିବା ଜୀବନବୀମା ପଲିସି, ବ୍ୟାଙ୍କ କର୍ମଚାରୀଙ୍କ ହରତାଳ ଓ ହ୍ୱାଟସ୍ ଆପ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାହା ଜାଣିବା ଆପଣଙ୍କ ଲାଗି ଅତ୍ୟନ୍ତ ଜରୁରି ବୋଲି କୁହାଯାଇପାରେ।

୭୫ ଲକ୍ଷ ସ୍ମାର୍ଟ ଫୋନରେ କାମ କରିବନି WhatsApp
ହ୍ୱାଟସ୍‌ ଆପ ୧ ଫେବୃଆରୀ ୨୦୨୦ରୁ ଲକ୍ଷଲକ୍ଷ ସ୍ମାର୍ଟ ଫୋନରେ ନିଜର ସପୋର୍ଟ ବନ୍ଦ କରିବାକୁ ଯାଉଛନ୍ତି। ଏଣୁ ପୁରୁଣା ଅପରେଟିଂ ସିଷ୍ଟମ ଥିବା ସ୍ମାର୍ଟଫୋନ ମାଲିକଙ୍କୁ ଜାନୁୟାରୀ ୩୧ ସୁଦ୍ଧା ନୂଆ ସ୍ମାର୍ଟ ଫୋନ କିଣିବା ଏବେ ଜରୁରି ହୋଇପଡିଛି। ଫେବୃଆରୀ ୧ ତାରିଖରୁ ଏଣ୍ଡ୍ରଏଡର ଭର୍ସନ ୨,୩ ଓ ୭ରେ ହ୍ୱାଟସ୍ ଆପ୍ ଆଉ କାମ କରିବନି। ସେହିପରି ଆଇଓଏସ-୭ ଆଇଫୋନରେ ବି ହ୍ୱାଟସ୍ ଆପ କାମ କରିବନି। ତେବେ ଏଭଳି ନିଷ୍ପତ୍ତିରେ ବେଶି ୟୁଜର ପ୍ରଭାବିତ ହେବେନି ବୋଲି ହ୍ୱାଟସ୍ ଆପ୍ ଆଶାବ୍ୟକ୍ତ କରିଛନ୍ତି। କାରଣ ଅଧିକାଂଶ ଲୋକେ ଏବେ ନୂଆ ଭର୍ସନ ସବୁ ବ୍ୟବହାର କରୁଛନ୍ତି।

ବଦଳିବ ରୋଷେଇ ଗ୍ୟାସ୍ ବିମାନ ଇନ୍ଧନ ମୂଲ୍ୟ
ଫେବୃଆରୀ ୧ ତାରିଖରୁ ରୋଷେଇ ଗ୍ୟାସର ମୂଲ୍ୟ ବଦଳିଯିବ। ଅନ୍ତର୍ଜାତୀୟ ବଜାରରେ ଗ୍ୟାସ ଦରର ପ୍ରଭାବ ଘରୋଇ ବଜାର ଉପରେ ପଡିଥାଏ। ଏଣୁ ପ୍ରତିମାସ ୧ ତାରିଖରେ ରୋଷେଇ ଗ୍ୟାସ ଓ ବିମାନ ଇନ୍ଧନର ନୂଆ ମୂଲ୍ୟ ଧାର୍ଯ୍ୟ ହୋଇଥାଏ। ସେହି ଅନୁସାରେ ବିମାନ ଯାତ୍ରା ଭଡା ବଦଳିବା ସହ ଘରର ବଜେଟ୍ ବି ବଦଳିଥାଏ।

ବନ୍ଦ ହୋଇଯିବା LICର ଏହି ୨୩ଟି ପଲିସି
୩୧ ଜାନୁୟାରୀ ୨୦୨୦ ପରେ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ତାଙ୍କର ଏକ ଡଜନ ପାଖାପାଖି ବୀମା ପଲିସି ବନ୍ଦ କରିବାକୁ ଯାଉଛନ୍ତି। ଯଦି ଆପଣ ଜୀବନବୀମା ନେବାକୁ ଚାହୁଁଥାନ୍ତି ତେବେ ଏବେଠୁ ସାବଧାନ ହୋଇଯାଆନ୍ତୁ। ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ ନଭେମ୍ବର ୨୦୧୯ରେ ବୀମା କମ୍ପାନୀମାନଙ୍କୁ ଏଭଳି ରାଇଡର୍ସ ଓ ବୀମା ପଲିସି ବନ୍ଦ କରିବାକୁ କହିଥିଲେ ଯାହା ପ୍ରଡକ୍ଟ ଗାଇଡଲାଇନ ଅନୁରୂପ ନଥିଲା। ସେହି ଅନୁସାରେ ଏଲଆଇସିଙ୍କର ୨୩ଟି ବୀମା ଓ ରାଇଡର ବନ୍ଦ ହେବାକୁ ଯାଉଛି। ଏଥିରେ ଯେଉଁ ସବୁ ବୀମା ପଲିସି ବନ୍ଦ ହେବ ସେଥିଲେ ୧- ଏଲଆଇସି ଭାଗ୍ୟଲକ୍ଷ୍ମୀ ପ୍ଲାନ, ୨-ଆଧାର ସ୍ତମ୍ବ, ୩-ଆଧାରଶୀଳା, ୪-ଜୀବନ ଉମଙ୍ଗ, ୫-ଜୀବନ ଶିରୋମଣୀ, ୬-ବୀମାଶ୍ରୀ, ୭-ମାଇକ୍ରୋ ବଚତ୍, ୮-ନ୍ୟୁ ଏଣ୍ଡୋମେଣ୍ଟ ପ୍ଲସ୍, ୯-ପ୍ରିମିୟମ ୱେବର ରାଇଡର, ୧୦-ନ୍ୟୁ ଗ୍ରୁପ ସୁପରଆନୁଏସନ କ୍ୟାସ୍ ଆକ୍ୟୁମୁଲେସନ ପ୍ଲାନ (ଗ୍ରୁପ), ୧୧-ନ୍ୟୁ ଗ୍ରୁପ ଗ୍ରାଚ୍ୟୁଟି ଆକ୍ୟୁମୁଲେସନ ପ୍ଲାନ( ଗ୍ରୁପ), ୧୨-ନ୍ୟୁ ଗ୍ରୁପ ଲିଭ ଏନକ୍ୟାସମେଣ୍ଟ ପ୍ଲାନ (ଗ୍ରୁପ), ୧୩-ଏଲଆଇସି ସିଙ୍ଗଲ ପ୍ରିମିୟମ ଏଣ୍ଡୋମେଣ୍ଟ ପ୍ଲାନ, ୧୪-ନ୍ୟୁ ଏଣ୍ଡୋମେଣ୍ଟ ପ୍ଲାନ, ୧୫-ନ୍ୟୁ ମନି ବ୍ୟାକ୍ ୨୦ ବର୍ଷ, ୧୬-ନ୍ୟୁ ଜୀବନ ଆନନ୍ଦ, ୧୭-ଅନମୋଲ ଜୀବନ-୨, ୧୮-ଲିମିଟେଡ୍ ପ୍ରିମିୟନ ଏଣ୍ଡୋମେଣ୍ଟ ପ୍ଲାନ, ୧୯-ନ୍ୟୁ ଚିଲ୍ଡ୍ରେନସ ମନିବ୍ୟାକ୍ ପ୍ଲାନ, ୨୦-ଜୀବନ ଲକ୍ଷ, ୨୧-ଜୀବନ ତଋଣ, ୨୨-ଜୀବନ ଲାଭ ଓ ୨୩-ନ୍ୟୁ ଜୀବନ ମଙ୍ଗଲ ପ୍ଲାନ ଆଦି ବନ୍ଦ ହେବ।

ମାସ ଆରମ୍ଭରୁ ବ୍ୟାଙ୍କ ହରତାଳ
ବ୍ୟାଙ୍କ କର୍ମଚାରୀ ସଂଘ ୩୧ ଜାନୁୟାରୀରୁ ୨ ଦିନିଆ ବ୍ୟାଙ୍କ ହରତାଳ ଆହ୍ୱାନ କରିଛନ୍ତି। ଫଳରେ ୧ ଫେବୃଆରୀରେ ବ୍ୟଙ୍କ ବନ୍ଦ ରହୁଥିବା ବେଳେ ୨ ଫେବୃଆରୀ ରବିବାର ଛୁଟି ଦିନ ଯୋଗୁ ବ୍ୟାଙ୍କ ବନ୍ଦ ରହିବ। ଏଣୁ ବ୍ୟାଙ୍କ ସମ୍ପର୍କିତ ଯଦି କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥାଏ ତେବେ ଜାନୁୟାରୀ ୨୯ ତାରିଖ ସୁଦ୍ଧା ନିପଟାଇ ଦିଅନ୍ତୁ।  

   Related Posts