Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଏହି ହସ୍ପିଟାଲରେ ହେଉଛି ଆମେରିକା ରାଷ୍ଟ୍ରପତିଙ୍କ କରୋନା ଚିକିତ୍ସା, ଜାଣନ୍ତୁ ନିୟୋଜିତ ହୋଇଛନ୍ତି କେତେ ଷ୍ଟାଫ୍

4/10/2020 at 6:29 PM

ୱାସିଂଟନ : କୋଭିଡ ସଂକ୍ରମିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୱାସିଂଟନ ନିକଟସ୍ଥ ୱାଲ୍ଟର ରିଡ୍ ରାଷ୍ଟ୍ରୀୟ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ରାଷ୍ଟ୍ରପତିଙ୍କ କରୋନା ଚିକିତ୍ସା ଲାଗି ଦେଶର କେତେକ ଶୀର୍ଷ ଡାକ୍ତରଙ୍କ ସମେତ ଅନୁନ୍ୟ ୭ ହଜାର ହସ୍ପିଟାଲ କର୍ମଚାରୀ ଓ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହୋଇଛନ୍ତି। ଟ୍ରମ୍ପଙ୍କୁ ହସ୍ପିଟାଲର ୭୧ନମ୍ବର ୱାର୍ଡରେ ରଖାଯାଇଥିବା ବେଳେ ପ୍ରେସିଡେନ୍ସିଆଲ ସୁଟ୍‌ରେ ରହି ଚିକିତ୍ସିତ ହେଉଛନ୍ତି।

ଏ ନେଇ ହ୍ୱାଇଟ୍‌ ହାଉସ୍ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଏଥିରେ ରାଷ୍ଟ୍ରପତି ପ୍ରବାସ କାଳରେ ପ୍ରେସିଡେନ୍ସିଆଲ ସୁଟ୍‌ରେ ରହି କାର୍ଯ୍ୟକରିବେ ବୋଲି କୁହାଯାଇଛି। ଏଥିଲାଗି ହସ୍ପିଟାଲର କକ୍ଷକୁ ପ୍ରସ୍ତୁତ କରାଯାଇଛି। ଏହି କକ୍ଷରେ ରାଷ୍ଟ୍ରପତିଙ୍କ କାମ ସହଜ କରିବା ଲାଗି ଏକ କମ୍ପ୍ୟୁଟର ମଧ୍ୟ ଲଗାଯାଇଛି। ଏହା ଛଡା ରାଷ୍ଟ୍ରପତିଙ୍କ ବିଶ୍ରାମ ଲାଗି ଏକ ବେଡ ମଧ୍ୟ ରହିଛି। ୱାର୍ଡ ୭୧କୁ ଅତ୍ୟାଧୁନିକ ଯୋଗାଯୋଗ ଉପକରଣରେ ସଜ୍ଜିତ କରାଯାଇଥିବା ବେଳେ ଏହି ସମୟରେ ଯଦି ରାଷ୍ଟ୍ରପତିଙ୍କ ସହ ଜରୁରି ସାକ୍ଷାତ ଆଲୋଚନା ଆବଶ୍ୟକ ପଡେ ତେବେ ଆଗନ୍ତୁକଙ୍କ ଲାଗି ସ୍ୱତନ୍ତ୍ର କକ୍ଷର ବ୍ୟବସ୍ଥା ରହିଛି।

ସବୁବାଦେ ରାଷ୍ଟ୍ରପତିଙ୍କ କକ୍ଷରେ ଏକ ପରୀକ୍ଷଣ ଲ୍ୟାବ ମଧ୍ୟ ରହିଛି। ଏହି ୱାର୍ଡକୁ ମିସାଇ ହସ୍ପିଟାଲରେ ମୋଟ ୨୪୪ଟି ବେଡ ରହିଛି। ଏଥିରେ ୫୦ଟି ଆଇସିୟୁ ବେଡ ମଧ୍ୟ ରହିଛି। ୱାଲ୍ଡର ରିଡ ମେଡିକାଲ ସେଣ୍ଟର ଉଚ୍ଚ ପଦପଦବୀର ମିଲେଟ୍ରି ଅଫିସର ଏବଂ ହ୍ୱାଇଟ୍ ହାଉସ୍ କ୍ୟାବିନେଟ୍ ସଦସ୍ୟଙ୍କ ଲାଗି ଏକ ସଂରକ୍ଷିତ ଚିକିତ୍ସାଳୟ। ୱାଲ୍ଟର ରିଡ ନିଜକୁ ‘ଦି ନେସନ୍ସ ମେଡିକାଲ ସେଣ୍ଟର’ ଭାବେ ପରିଚୟ ଦିଏ। ଏହି ଚିକିତ୍ସାଳୟକୁ ଦେଶର ସୈନ୍ୟ ସ୍ୱାସ୍ଥ୍ୟ ସେବାର ଆଧାର ବୋଲି ମଧ୍ୟ କୁହାଯାଏ।

ଏହି ହସ୍ପିଟାଲର ୭ହଜାରରୁ ଅଧିକ କର୍ମଚାରୀ ଏଠାକାର ୧୦୦ କ୍ଲିନିକ୍ ଓ ସ୍ୱତନ୍ତ୍ର ୱାର୍ଡମାନଙ୍କରେ ମୁତୟନ ହୋଇଥାନ୍ତି। ଏଠାରେ ସାଧାରଣତଃ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହୋଇଥାଏ। ଏଠାକୁ ବାହ୍ୟ ରୋଗୀ ଓ ଲୋକଙ୍କ ଆଗମନ ପ୍ରାୟତଃ ନଥାଏ। ହସ୍ପିଟାଲର ଏହା ସବୁଠୁ ସୁରକ୍ଷିତ ଶାଖା ବୋଲି କୁହାଯାଏ।

   Related Posts