Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ମୃତ୍ୟୁ ପରେ ମୃତ୍ୟୁଲୋକରେ ଆତ୍ମୀୟ ମାନଙ୍କୁ ଚିହ୍ନିବା ପାଇଁ କରାଯାଉଥିଲା ଟାଟୁ, ଏବେ ଫ୍ୟାଶନ ଓ ବିଚାରଧାରା ବ୍ୟକ୍ତ କରିବାର ପ୍ଲାଟଫର୍ମ

22/10/2018 at 3:37 PM

ଭୁବନେଶ୍ବର ୨୨|୧୦: ବିଗତ କିଛି ବର୍ଷ ହେଲା ବିଭିନ୍ନ ଦେଶରେ ଟାଟୁର ଫ୍ୟାସନ ଚାଲିଛି | ସାଧାରଣତଃ ଯୁବପିଢ଼ି ମଧ୍ୟରେ ଏହାର ଚାହିଦା ଦେଖିବାକୁ ମିଳିଛି | ତେବେ ଦେହରେ ଟାଟୁ ଆଙ୍କିବା ଭାରତର ବହୁ ପୁରାତନ ପରମ୍ପରା | ବହୁ ପୁରାତନ କାଳରୁ ଭାରତର ଆଦିବାସୀ ଜନଜାତି ଟାଟୁକୁ ଏକ ଗହଣା ଭାବେ ଗ୍ରହଣ କରୁଥିଲେ | ଏମିତି ଏକ ଗହଣା ଯାହାକୁ ତାଙ୍କଠୁ କେହି ଚୋରି କରିପାରିବେନି , ନେଇ ପାରିବେନି କି ହଜିବ ନାହିଁ |  ତେବେ ଆସନ୍ତୁ ଜାଣିବା ଟାଟୁର ପ୍ରଚଳନ ଭାରତର କେଉଁ ଅଂଚଳରେ କେମିତି :-

ଅରୁଣାଚଳ ପ୍ରଦେଶ ଏବଂ ଆସାମର ସିଂଘପୋ ଆଦିବାସୀମାନେ ସର୍ବ ପ୍ରଥମେ ଟାଟୁର ପ୍ରଚଳନ ଆରମ୍ଭକରିଥିଲେ | ଏହି ଆଦିବାସୀ ଜନଜାତିର ଯୁବତୀମାନେ ନିଜକୁ ଶତ୍ରୁଙ୍କଠାରୁ ରକ୍ଷା କରିବା ପାଇଁ ଟାଟୁ ଆଂକୁଥିଲେ  | ଅପାତନି ଆଦିବାସୀ  ଯୁବତୀମାନେ ନିଜକୁ ଅସୁନ୍ଦର କରିବା ପାଇଁ ଦେହରେ ଟାଟୁ ଅଂକୁଥିଲେ  | ଅସୁନ୍ଦର ହେଲେ କେହି ସେମାନଙ୍କ ସହ ଅସଦାଚରଣ କରିବାକୁ ଚାହିଁବେ ନାହିଁ ବୋଲି ଏଭଳି ଉପାୟ ବାଛିଥିଲେ ।  ପଶୁ ଚର୍ବିରେ ଏକ ପ୍ରକାର ପ୍ରାକୃତିକ ନୀଳ ରଙ୍ଗ ମିଶାଇ ଏମାନେ ଦେହର ବିଭିନ୍ନ ସ୍ଥାନକୁ କାଟି ଦାଗ କରିବା ସହ ସେଥିରେ ଏହି ରଙ୍ଗ ଭର୍ତ୍ତି କରୁଥିଲେ  |  ତେବେ ପରବର୍ତ୍ତି ସମୟରେ ଭାରତ ସରକାର ଏଭଳି ପ୍ରକ୍ରିୟା କୁ ବ୍ୟାନ କରିଦେଇଥିଲେ  |

ଆସାମର ସିଂଘପୋ ଆଦିବାସୀ ସମ୍ପ୍ରଦାୟର ଟାଟୁ ଆଙ୍କିବା ପରମ୍ପରା ସମ୍ପୂର୍ଣ ଭିନ୍ନ | ଏହି ଆଦିବାସୀ ଜନଜାତିର ପୁରୁଷମାନେ କେବଳ ହାତରେ ହିଁ ଟାଟୁ କରନ୍ତି | ଆଉ ମହିଳମାନେ ଆଂଠୁରୁ ତଳକୁ ଗୋଇଠି ଯାଏଁ ଟାଟୁ କରଥିଲେ | ଅବିବାହିତା ଯୁବତୀମାନଙ୍କୁ କିନ୍ତୁ ଟାଟୁ କରିବା ମନା |

ଇଏ ତା ଗଲା ଉତ୍ତର ଭାରତ କଥା | ଏବେ ଆସନ୍ତୁ ଯିବା ଦକ୍ଷିଣ ଭାରତ | ଦକ୍ଷିଣ ଭାରତରେ ଟାଟୁକୁ ପଚକୁଥରାଠୁ ବୋଲି କୁହାଯାଇଥାଏ |

ଓଡିଶାର ଆଦିବାସୀ ଜନଜାତିର ଲୋକେ ମଧ୍ୟ ଦେହରେ ଟାଟୁ କରିଥାନ୍ତି । ଓଡିଆ ଭାଷାରେ ଏହାକୁ ଚିତା କୁଟାଇବା ବୋଲି କୁହାଯାଏ । ଓଡିଶାର ଏକ ନିର୍ଦ୍ଦିଷ୍ଟ ଜନଜାତି ଦେହରେ ଜ୍ୟାମିତିକ ଡିଜାଇନ ଥିବା ଟାଟୁ ଆଙ୍କିଥାନ୍ତି |  ସେମାନେ ବିଶ୍ବାସ କରନ୍ତି ଯେ, ଏଭଳି ଟାଟୁ ଫଳରେ ମୃତ୍ୟୁପରେ ଯେତେବେଳେ ତାଙ୍କ ଆତ୍ମା ଅନ୍ୟ ଦୁନିଆକୁ ଚାଲିଯିବ ସେତେବେଳେ ଏହି ଟାଟୁ ସେଠି ମଧ୍ୟ ପରସ୍ପରକୁ ଚିହ୍ନିବାରେ ସାହାଯ୍ୟ କରିବ ।  

ବିଗତ କିଛି ବର୍ଷ ହେଲା ଏହି ସବୁ ପୁରାତନ ପରଂପରା ଓ ବିଶ୍ବାସକୁ ଛାଡି ବର୍ତ୍ତମାନର ଯୁବପିଢ଼ି ଟାଟୁକୁ ଏକ ଫ୍ୟାସନ ଭାବେ ଗ୍ରହଣ କରିଛି | ଦେହରେ ବିଭିନ୍ନ ପ୍ରକାର ଟାଟୁ ଆଙ୍କିବା ଏବେ ଯୁବପିଢ଼ିର ଏକ ବଡ ରୁଚି | ନିଜ ପିୟ ଲୋକର ନାଁ, ବିଭିନ୍ନ ପଶୁପକ୍ଷୀ, ଭଗବାନଙ୍କ ନାଁ, ଭଗବାନଙ୍କ ପ୍ରତିମା ସହ ଅନେକ ପ୍ରକାର ଟାଟୁ ଲୋକେ ଦେହର ବିଭିନ୍ନ ଅଙ୍ଗରେ ଆଙ୍କୁଛନ୍ତି |

୨୦୧୫ ମସିହାରେ ବିଶ୍ୱର ୧୦୦ ଜଣ ଟାଟୁ ଆର୍ଟିଷ୍ଟଙ୍କ ମଧ୍ୟରେ ଭାରତର ୩ ଜଣ ଟାଟୁ ଆର୍ଟିଷ୍ଟଙ୍କ ନାଁ “ୱାର୍ଲଡ ଆଟ୍ଲାସ ଅଫ ଟାଟୁ” ରେ ପ୍ରକାଶ ପାଇଥିଲା | ଏହି ୩ ଜଣ ହେଲେ ନାଗାଲାଣ୍ଡର ମୋ ନାଗା, କୋଲକାତାର ଅଭିନନ୍ଦନ ବା ଅଭି ବାସୁ ଏବଂ ଦିଲ୍ଲୀର ମଞ୍ଜିତ ସିଂ |

ମଞ୍ଜିତ ସିଂ ଜଣେ ଅନ୍ତର୍ଜାତୀୟ ପୋଟ୍ରେଟ ଟାଟୁ ଆର୍ଟିଷ୍ଟ | ସେ ତାଙ୍କର ଫଟୋ ରିଅଲିଷ୍ଟିକ ଟାଟୁ ପାଇଁ ପ୍ରସିଦ୍ଧ | ସେ ଶିଖ ଧର୍ମ ଉପରେ ଆଧାରିତ ବିଭିନ୍ନ ଟାଟୁ କରିବା ପାଇଁ ଭଲପାଆନ୍ତି |

ଅଭିନନ୍ଦନ ବାସୁଙ୍କ ଟାଟୁ ବଙ୍ଗୀୟ ପରମ୍ପରା ଉପରେ ହୋଇଥାଏ । ତାର ନାଁ “ବଙ୍ଗୋ” ଯାହାକି ବଙ୍ଗାଳି ଲୋକ ପରମ୍ପରା ପଟ୍ଟଚିତ୍ର ଉପରେ ଆଧାରିତ |

ମୋ ନାଗା ଆଧୁନିକ ଚିତ୍ର ସହିତ ପୌରାଣିକ ଚିତ୍ରର ମିଶ୍ରଣରେ ଅଦ୍ଭୁତ ଟାଟୁ ଡିଜାଇନ କରିଥାନ୍ତି | ସେ ଗୁଆହାଟୀରେ ଏକ ଟାଟୁ ସ୍କୁଲ ମଧ୍ୟ ଖୋଲିଛନ୍ତି | ଏହି ସ୍କୁଲରେ ଅତ୍ୟାଧୁନିକ ମେସିନ ମଧ୍ୟ ରଖିଛନ୍ତି ଯେଉଁଥିରେ ସେ ଉତ୍ତର ଭାରତର ପାରମ୍ପରିକ ଟାଟୁ ଡିଜାଇନ ଆଙ୍କିଥାନ୍ତି |

ତେବେ ବର୍ତ୍ତମାନ ସମୟରେ ଟାଟୁ  କେବଳ ଏକ ପୁରୁଣା ବିଶ୍ୱାସ ବା ପରଂପରା ନୁହେଁ | ବରଂ ନିଜର ବିଶ୍ୱାସ ବ୍ୟକ୍ତ କରିବା, ସ୍ମୃତିକୁ ସାଇତି ରଖିବା, ନିଜର ବିଚାରଧାରାର ପରିପ୍ରକାଶ କରିବା ପାଇଁ ଏକ ମାଧ୍ୟମ ପାଲଟିଛି । ତା ସାଂଗକୁ ଏକ ଫେଶନ ହୋଇଛି ।

   Related Posts