ଅନେକ ମାଇଲ ଉଚ୍ଚରୁ ପୃଥିବୀପୃଷ୍ଠରେ ପଡ଼ି ପ୍ରାଣ ହରାଇଥିଲେ ଏହି ଅନ୍ତରୀକ୍ଷ ଯାତ୍ରୀ : ଜାଣନ୍ତୁ ଆଜିର ଇତିହାସ

Published By : Prameya-News7 Bureau | April 24, 2020 IST

ନୂଆଦିଲ୍ଲୀ ୨୪/୦୪ : ଇତିହାସ ପୃଷ୍ଠାରେ ୩୬୫ ଦିନ କୌଣସି ନା କୌଣସି କାରଣ ଯୋଗୁଁ ଖାସ ହୋଇଥାଏ | ଭାରତ କଥା ଯଦି କହିବା ସଚିନ ଡେ଼ନ୍ଦୁଲକରଙ୍କୁ ଭଗବାନ ମାନୁଥିବା ଏହି ଦେଶର କୋଟି କୋଟି କ୍ରିକେଟ ପ୍ରେମୀଙ୍କ ପାଇଁ ଏପ୍ରିଲ ୨୪ ତାରିଖ କୌଣସି ଉତ୍ସବ ଠାରୁ କମ ନୁହେଁ | କାରଣ ଏହି ଦିନ ଅର୍ଥାତ ୧୯୭୩ ମସିହା ଏପ୍ରିଲ ୨୪ ତାରିଖରେ ସଚିନ ଜନ୍ମ ହୋଇଥିଲେ | ସର୍ବ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ବହୁତ କମ ବୟସରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ | ସବୁଠାରୁ କମ ବୟସରେ ଟେଷ୍ଟ କ୍ରିକେଟରେ ନିଜ ଦେଶର ପ୍ରତିନିଧିତ୍ବ କରିବା ରେକର୍ଡ ନିଜ ନାଁରେ ଦର୍ଜ କରିଥିଲେ | ସେ ଦେଶର ପ୍ରଥମ ଖେଳାଳି ଯାହାକୁ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା | ଦେଶ ଓ ଦୁନିଆ ଇତିହାସରେ ଏପ୍ରିଲ ୨୪ ତାରିଖରେ ଘଟିଥିବା ଘଟଣା ସମ୍ପର୍କରେ ଜାଣନ୍ତୁ |

{"id":259178,"width":577,"height":323,"sizeSlug":"large"}

୧୮୭୭ ମସିହା ଏପ୍ରିଲ ୨୪ ତାରିଖରେ ଋଷ ଅଟୋମନ ସାମ୍ରାଜ୍ୟ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା |

୧୮୯୮ ମସିହା ଏପ୍ରିଲ ୨୪ ତାରିଖରେ ସ୍ପେନ ଆମେରିକା ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା |

୧୯୨୦ ମସିହା ଆଜିର ଦିନରେ ପୋଲାଣ୍ଡ ସେନା ୟୁକ୍ରେନ ଉପରେ ଆକ୍ରମଣ କରିଥିଲେ |

୧୯୨୬ ମସିହା ଆଜିର ଦିନରେ ବର୍ଲିନ ଚୁକ୍ତିରେ ହସ୍ତାକ୍ଷର ହୋଇଥିଲା |

୧୯୫୪ ମସିହା ଆଜିର ଦିନରେ ବ୍ରିଟିଶ ସରକାର କେନିଆର ବିଦ୍ରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଦେଶ ଦେଇଥିଲେ | କେନିଆର ବିଦ୍ରୋହୀମାନେ ଦେଶରେ ରହୁଥିବା ଗୋରାଙ୍କ ବିରୋଧରେ ଗରିଲା ଅଭିଯାନ ଆରମ୍ଭ କରିଥିଲେ ଯାହାକୁ ମାଉ ମାଉ ନାଁ ଦିଆଯାଇଥିଲା |

{"id":259182,"width":580,"height":325,"sizeSlug":"large"}

୧୯୫୪ ମସିହାରେ ଅଷ୍ଟ୍ରେଲିଆ ଓ ସୋଭିଏତ ସଂଘ ସମସ୍ତ ରାଜନୈତିକ ସମ୍ପର୍କ ଛିନ୍ନ କରିଥିଲେ |

୧୯୬୦ ମସିହା ଆଜିର ଦିନରେ ଦକ୍ଷିଣ ପର୍ସିଆରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ୫୦୦ ଜଣଙ୍କର ମୃତ୍ୟୁ ହୋଇଥିଲା |

୧୯୬୨ ମସିହାରେ ଏମଆଇଟି ପ୍ରଥମଥର ପାଇଁ ସାଟେଲାଇଟ ଦ୍ୱାରା ଟିଭି ସିଗ୍ନାଲ ପଠାଇଥିଲା |

୧୯୬୭ ମସିହାରେ ସୋଭିଏତ ସଂଘର ଅନ୍ତରୀକ୍ଷ ଯାତ୍ରୀ ବ୍ଳାଦିମିର କୋମାରୋବ ଏକ ଅନ୍ତରୀକ୍ଷ ଅଭିଯାନ ସମୟରେ ମୃତ୍ୟୁବରଣ କରିଥିଲେ | ଅନ୍ତରୀକ୍ଷ ଅଭିଯାନରେ ପ୍ରାଣ ହରାଇଥିବା ସେ ପ୍ରଥମ ବ୍ୟକ୍ତି | ପୃଥିବୀ ବାତାବରଣରେ ପ୍ରବେଶ କରିବାର କିଛି ସମୟ ପରେ ତାଙ୍କର ଅନ୍ତରୀକ୍ଷ ଯାନର ପାରାସୁଟର ତାର ଗୁଡ଼ାଇ ହୋଇଯାଇଥିଲା | ଫଳରେ ସେ ଅନେକ ମାଇଲ ଉଚ୍ଚରୁ ପୃଥିବୀପୃଷ୍ଠରେ ପଡି ପ୍ରାଣ ହରାଇଥିଲେ |

{"id":259181,"sizeSlug":"large"}

୧୯୭୦ ମସିହାରେ ଚୀନର ପ୍ରଥମ ଉପଗ୍ରହ ଡାଙ୍ଗ ଫାଙ୍ଗ ହାଙ୍ଗ ଲଞ୍ଚ କରାଯାଇଥିଲା |

୧୯୭୩ ମସିହାରେ ଭାରତ ରତ୍ନରେ ଅଳଙ୍କୃତ ମାଷ୍ଟର ବ୍ଲଷ୍ଟର ସଚିନ ତେନ୍ଦୁଲକର ମୁମ୍ବାଇରେ ଜନ୍ମ ନେଇଥିଲେ |

୧୯୭୪ ମସିହା ଆଜିର ଦିନରେ ପ୍ରସିଦ୍ଧ ହିନ୍ଦୀ କବି ରମଧାରୀ ସିଂହ ଦିନକରଙ୍କ ଜନ୍ମ ହୋଇଥିଲା |

୧୯୭୫ ମସିହାରେ ଜୈନ ଧର୍ମର ଅନୁଗାମୀ ଭଗବାନ ମହାବୀରଙ୍କ ନିର୍ବାଣର ୨୫୦୦ ବର୍ଷ ପୂର୍ତ୍ତି ଜୟନ୍ତୀ ପାଳନ କରିଥିଲେ

୨୦୧୧ ମସିହାରେ ଆଧ୍ୟାତ୍ମିକ ଗୁରୁ ସତ୍ୟ ସାଇ ବାବାଙ୍କ ନିଧନ ହୋଇଥିଲା |

୨୦୧୩ ମସିହା ଆଜିର ଦିନରେ ବାଙ୍ଗଲାଦେଶ ରାଜଧାନୀ ଢାକାରେ କୋଠା ଭାଙ୍ଗି ଶହ ଶହ ଲୋକ ପ୍ରାଣ ହରାଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.