ଦୈବୀ ଶକ୍ତି ଆପଣଙ୍କୁ ସାହାଯ୍ୟ କରୁଛି ନା ନାହିଁ କେମିତି ଜାଣିବେ ? ମିଳିଥାଏ ଏହି ୧୧ଟି ସଂକେତ

Published By : Prameya-News7 Bureau | May 30, 2019 IST

ଭୁବନେଶ୍ୱର ୩୦/୫: ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନଙ୍କୁ ଦୈବୀ ସହାୟତା ମିଳିଥାଏ । କାହାକୁ ଅଧିକ ମିଳିଥାଏ ତ କାହାକୁ କମ୍ ମିଳିଥାଏ । ଆଉ କିଛି ଲୋକ ଅଛନ୍ତି ଯେଉଁମାନଙ୍କ ମାଧ୍ୟମରେ ଦୈବୀଶକ୍ତି କମ ପ୍ରାପ୍ତ ହୋଇଥାଏ । ତେବେ ଏଠାରେ ପ୍ରଶ୍ନ ଉଠୁଛି, ସାଧାରଣ ବ୍ୟକ୍ତି କେମିତି ଜାଣିବ ଯେ ସେ ଦୈବୀ ଆଶୀର୍ବାଦ ବା ସହାୟତା ପ୍ରାପ୍ତ ଗେଉଛି କି ନାହିଁ । ତା ପୂଜା ପାଠ, ସାଧନା ଓ ପ୍ରାର୍ଥନାର ପ୍ରଭାବ ପଡୁଛି କି ନାହିଁ । ଏହା ଜାଣିବା ପାଇଁ ଆସନ୍ତୁ ନଜର ପକାଇବା ଏହି ୧୧ଟି ବିଷୟ ଉପରେ ଏକ ନଜର-

{"id":117626}

୧. ଭଲ ଚରିତ୍ର – ଶାସ୍ତ୍ର ଅନୁସାରେ, ଦୈବୀ ଶକ୍ତି ସେହିମାନଙ୍କୁ ସାହାଯ୍ୟ କରିଥାଏ ଯେଉଁମାନେ ଅନ୍ୟମାନଙ୍କ ଦୁଃଖ ବୁଝିଥାନ୍ତି, ଯେଉଁମାନେ ନକାରାତ୍ମକ ବିଚାରଧାରାରୁ ଦୁରେଇ ରୁହନ୍ତି । ଯେଉଁମାନେ ନିୟମିତ ନିଜ ଇଷ୍ଟଦେବଙ୍କ ପୁଜାର୍ଚ୍ଚନା କରିଥାନ୍ତି କିମ୍ବା ଯେଉଁମାନେ ପୁଣ୍ୟ କାମ କରିଥାନ୍ତି ।

{"id":117638}

୨. ବ୍ରହ୍ମ ମୁହୂର୍ତ୍ତ – ବିଦ୍ୱାନ ଲୋକଙ୍କ କହିବାନୁଯାୟୀ, ଯଦି ବ୍ରହ୍ମ ମୁହୂର୍ତ୍ତ ଅର୍ଥାତ ରାତି ୩ଟା ରୁ ୫ଟା ମଧ୍ୟରେ ଅଚାନକ ଆପଣଙ୍କ ଆଖି ଖୋଲିଯାଏ ତାହେଲେ ଜାଣିବେ ଦୈବୀ ଶକ୍ତି ଆପଣଙ୍କ ସହ ରହିଛି । କାରଣ ଏହି ସମୟରେ ଦେବତାମାନେ ଜାଗ୍ରତ ଥାଆନ୍ତି । ଯଦି ବାଲ୍ୟ କାଳରୁ ଯୌବନ ଯାଏଁ ଆପଣଙ୍କ ନିଦ ଏହି ସମୟରେ ଭାଙ୍ଗେ ତାହେଲେ ଜାଣିବେ ଦୈବୀ ଶକ୍ତି ଆପଣଙ୍କ ମାଧ୍ୟମରେ କିଛି କରାଇବା ପାଇଁ ଚାହୁଁଛନ୍ତି । ସେ ଆପଣଙ୍କୁ ଏକ ଭଲ ଆତ୍ମା ଭାବି ସଂକେତ ଦେଉଛନ୍ତି । ଆପଣଙ୍କର ଏହି ଜୀବନ ଶୋଇବା ପାଇଁ ନୁହେଁ, ଆପଣଙ୍କୁ ବହୁତ କାମ କରିବାର ଅଛି । ଆୟୁର୍ବେଦରେ ଏହି ସମୟକୁ ଅମୃତବେଳା କୁହାଯାଏ । ଏହି ସମୟରେ ଦୁନିଆର ମାତ୍ର ୧୩ ପ୍ରତିଶତ ଲୋକଙ୍କ ନିଦ ଭାଙ୍ଗିଥାଏ ।

{"id":117627,"width":579,"height":373}

୩. ସ୍ବପ୍ନରେ ଦେବାଦେବୀଙ୍କୁ ଦେଖିବା - ଯଦି ଆପଣ ବାରମ୍ବାର ସ୍ୱପ୍ନରେ କୌଣସି ଦେବସ୍ଥାନ କିମ୍ବା ମନ୍ଦିର ଦେଖୁଛନ୍ତି, କିମ୍ବା ସ୍ୱପ୍ନରେ ଆପଣ ଦେବାଦେବୀଙ୍କ ସହ ବାର୍ତ୍ତାଳାର କରୁଛନ୍ତି ତାହେଲେ ବୁଝିଯିବେ ଦୈବୀ ଶକ୍ତି ଆପଣଙ୍କ ସହ ରହିଛି ।

{"id":117628,"width":582,"height":306}

୪. ପୂର୍ବାଭାସ - ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସମ୍ପର୍କରେ ଯଦି ଆପଣ ପୂର୍ବରୁ ଜାଣିପାରୁଛନ୍ତି, ତାହେଲେ ବୁଝିଯିବେ ଯେ, ଦୈବୀ ଶକ୍ତି ଆପଣଙ୍କ ସହ ରହିଛି ।

୫. ପାରିବାରିକ ପ୍ରେମ - ଯଦି ଆପଣଙ୍କ ପତ୍ନୀ, ପୁଅ ଝିଅ, ପରିଜନ ଆପଣଙ୍କ ଅଜ୍ଞା ପାଳନ କରୁଛନ୍ତି, ସେ ସମସ୍ତେ ଆପଣଙ୍କୁ ଭଲ ପାଉଛନ୍ତି ତାହେଲେ ବୁଝିଯିବେ ଦୈବୀ ଶକ୍ତି ଆପଣଙ୍କ ସହ ରହିଛି ।

{"id":117630,"width":578,"height":385}

୬. ଭାଗ୍ୟ ଠାରୁ ମଧ୍ୟ ତେଜ - ଜୀବନରେ ଆପଣଙ୍କୁ ଅଚାନକ ଲାଭ ପ୍ରାପ୍ତ ହୁଏ, ଆପଣଙ୍କ କାମରେ କୌଣସି ପ୍ରକାର ବାଧା ଉତ୍ପନ୍ନ ନହୁଏ, ଅଧିକ କଷ୍ଟ ନକରି ଆପଣଙ୍କୁ ସବୁକିଛି ସହଜରେ ମିଳିଯାଉଛି ତାହେଲେ ବୁଝିଯିବେ ଦୈବୀ ଶକ୍ତି ଆପଣଙ୍କୁ ସହାୟତା କରୁଛି ।

{"id":117632,"width":582,"height":259}

୭. ସୁଗନ୍ଧିତ ବାତାବରଣ - ଯଦି ଆପଣ ବେଳେ ବେଳେ ଅନୁଭବ କରୁଛନ୍ତି ଯେ, ଆପଣଙ୍କ ପାଖରେ କିଏ ଅଛି, କିମ୍ବା ବିନା କୌଣସି କାରଣରେ ଆପଣ ନିଜ ଆଖପାଖରେ ସୁଗନ୍ଧ ଅନୁଭବ କରୁଛନ୍ତି ତାହେଲେ ବୁଝିଯିବେ ଅଲୌକିକ ଶକ୍ତି ଆପଣଙ୍କୁ ସହାୟତା କରୁଛି ।

{"id":117633}

୮. ସୁଲୁସୁଲିଆ ପବନ - ଯଦି ଆପଣ ପୂଜା କରୁଥିବା ସମୟରେ ସୁଲୁସୁଲିଆ ପବନ ବହେ ଏବଂ ଆପଣଙ୍କ ଶରୀରରେ ଶିହରଣ ସୃଷ୍ଟି ହୁଏ ତାହେଲେ ବୁଝିବେ ଦେବଦେବୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ।

୯. ଥଣ୍ଡା ପବନ - ଯଦି ଆପଣ ଅନୁଭବ କରନ୍ତି ଯେ ଆପଣଙ୍କ ଆଖପାଖରେ ବାଦଲ ଖଣ୍ଡ ଆପଣଙ୍କୁ ଘେରି ରହିଛି ତାହେଲେ ବୁଝିଯିବେ ଅଲୌକିକ ଦୈବୀଶକ୍ତି ଆପଣଙ୍କୁ ଘେରି ରହିଛି । ଯେଉଁମାନେ ଅଧିକ ପୂଜା ପାଠ କରନ୍ତି ସେମାନଙ୍କ ସହ ଏଭଳି ଘଟିଥାଏ ।

{"id":117636,"width":581,"height":436}

୧୦. ଆଲୋକ ମାଳା - ଅଚାନକ ଆପଣଙ୍କୁ ତୀକ୍ଷ୍ଣ ଆଲୋକ ଦେଖାଦିଏ ଯାହା ଆପଣ କେବେ କଳ୍ପନା ମଧ୍ୟ କରିନଥିବେ ଏବଂ ଆପଣଙ୍କ କାନରେ ମଧୁର ସଂଗୀତ ଶୁଭାଯାଏ, କିନ୍ତୁ ଆପଣଙ୍କ ଆଖପାଖରେ ଏମିତି କୌଣସି ସଂଗୀତ ବାଜୁନଥିବ ତାହେଲେ ଜାଣିବେ ଆପଣ ଦୈବୀ ଶକ୍ତି ସାନ୍ନିଧ୍ୟରେ ଅଛନ୍ତି । ଯେଉଁମାନେ ନିରନ୍ତର ନିଜ ଇଷ୍ଟଦେବଙ୍କ ମନ୍ତ୍ର ଜପ କରନ୍ତି ସେମାନଙ୍କ ସହ ଏଭଳି ଘଟିଥାଏ ।

{"id":117635}

୧୧. କାହାର ପାଟି ଶୁଭାଯିବେ - ରାତିରେ ଆପଣ ଗଭୀର ନିଦରେ ଶୋଇଥିବା ବେଳେ ଆପଣଙ୍କୁ ଲାଗିବ ସତେ ଯେମିତି କିଏ ଆପଣଙ୍କୁ ଡାକୁଛି ଏବଂ ଆପଣ ହଠାତ ଉଠିଯାଆନ୍ତି, କିନ୍ତୁ ଦେଖିଲା ବେଳକୁ କେହିନଥିବେ ତାହେଲେ ବୁଝିଯିବେ ଆପଣଙ୍କ ଉପରେ ଅଲୌକିକ ଶକ୍ତିର ପ୍ରଭାବ ରହିଛି । ଏଭଳି ସ୍ଥିତିରେ ହନୁମାନଙ୍କୁ ଧ୍ୟାନ କରି ତାଙ୍କୁ ଧନ୍ୟବାଦ ଜଣାଇବେ ।

{"id":117634,"width":583,"height":388}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.