ଜାଣନ୍ତୁ କିଏ ଏହି ଦାଦା ସାହେବ ଫାଲକେ, ଯାହାଙ୍କ ନାମରେ ଦିଆଯାଉଛି ଦେଶର ଶିର୍ଷ ଚଳଚିତ୍ର ସମ୍ମାନ

Published By : Prameya-News7 Bureau | September 25, 2019 IST

ବଲିଉଡ୍ ଶହଂଶାହ ଅମିତାଭ ବଚ୍ଚନଙ୍କୁ ଭାରତୀୟ ଚଳଚିତ୍ରର ସର୍ବୋଚ୍ଚ ସମ୍ମାନ ‘ଦାଦା ସାହେବ ଫାଲକେ’ରେ ସମ୍ବର୍ଦ୍ଧିତ କରାଯିବ। ଦାଦା ସାହେବଙ୍କୁ ଭାରତୀୟ ସିନେମାର ଜନ୍ମଦାତା ବୋଲି କୁହାଯାଏ। ୧୮୭୦ ମସିହା ଏପ୍ରିଲ ୩୦ତାରିଖରେ ଜନ୍ମିତ ଦାଦା ସାହେବ ଫାଲକେ ୧୯୧୩ ମସିହାରେ ‘ରାଜା ହରିଶ୍ଚନ୍ଦ୍ର’ ନାମରେ ଏକ ପୂର୍ଣ୍ଣାଙ୍ଗ ଚଳଚିତ୍ର ନିର୍ମାଣ କରିଥିଲେ। ଖୁବ୍ କମ ସମୟ ଥିଲା ତାଙ୍କର  ଫିଲ୍ମ କ୍ୟାରିୟର।  ମାତ୍ର  ୧୯ ବର୍ଷରେ ସେ ନିର୍ମାଣ କରିଥିଲେ ୯୫ଟି ଫିଲ୍ମ ଓ ୨୭ଟି ସର୍ଟ ଫିଲ୍ମ । ଆସନ୍ତୁ ଜାଣିବା ଦାଦାସାହେବ ଫାଲକେଙ୍କ ସମ୍ପର୍କରେ

{"id":162694}

ସେ କେବଳ ଜଣେ ନିର୍ଦ୍ଦେଶକ ନଥିଲେ ପ୍ରଡ୍ୟୁସର ସାଙ୍ଗକୁ ସ୍କ୍ରିନ୍ ରାଇଟର ମଧ୍ୟ ଥିଲେ। ତେବେ ଦାଦା ସାହେବ ନାମରେ ପରିଚିତ ଏହି ବହୁମୁଖୀ ବ୍ୟକ୍ତିତ୍ୱଙ୍କ ନିଜ ବାସ୍ତବ ନାମ ଥିଲା ଧୁନ୍ଦିରାଜ ଗୋବିନ୍ଦ ଫାଲକେ। ସେ ଅନେକ ଚଳଚିତ୍ର ନିର୍ମାଣ କରିଥିଲେ ହେଲେ ଫିଲ୍ମ ‘ଲାଇଫ ଅଫ କ୍ରିଷ୍ଟ’ ତାଙ୍କ ଜୀବନର ମୋଡ ବଦଳାଇଦେଇଥିଲା। କୁହାଯାଏ ଏହି ଫିଲ୍ମ ଲାଗି ସେ ତାଙ୍କ ପତ୍ନୀଙ୍କ ଠାରୁ ଟଙ୍କା ଉଧାର ନେଇଥିଲେ।

{"id":162695}

ଦାଦା ସେହେବଙ୍କ ପ୍ରଥମ ଫିଲ୍ମ ରାଜା ହରିଶ୍ଚନ୍ଦ୍ର ନିର୍ମାଣ ଲାଗି ସେତେବେଳେ ୧୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ଦାଦାସାହେବଙ୍କ ଉପରେ ଗବେଷଣା କରିଥିବା ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁସାରେ ଏହି ଭାରତୀୟ ଚଳଚିତ୍ର ନିର୍ମାତା ଓ ନିର୍ଦ୍ଦେଶ ତାଙ୍କ ଫିଲ୍ମରେ ମହିଳାଙ୍କୁ ମଧ୍ୟ ପ୍ରାଧାନ୍ୟ ଦେଇଥିଲେ। ତାଙ୍କ ଫିଲ୍ମ ‘ଭଷ୍ମାସୁର ମୋହିନୀ’ରେ ୨ ଜଣ ମହିଳା ଅଭିନୟ କରିଥିଲେ। ସେମାନେ ହେଲେ ଦୁର୍ଗା ଓ କମଳା। ତାଙ୍କର ଶେଷ ନିର୍ବାକ ଚଳଚିତ୍ର ଥିଲା ‘ସେତୁ ବନ୍ଧନ’। ଏହି ଫିଲ୍ମ ଶେଷ ହେବା ପରେ ୧୬ ଫେବୃଆରୀ ୧୯୪୪ରେ ତାଙ୍କର ପରଲୋକ ହୋଇଥିଲା।

{"id":162697,"width":578,"height":419}

ଭାରତୀୟ ସିନେମା ଲାଗି ଦାଦାସାହେବଙ୍କ ଐତିହାସିକ ଯୋଗଦାନ ଲାଗି ଭାରତ ସରକାର ୧୯୬୯ ମସିହାରେ ତାଙ୍କ ସମ୍ମାନରେ ‘ଦାଦା ସାହେବ ଫାଲକେ’ ପୁରସ୍କାର ଆରମ୍ଭ କରିଥିଲେ। ଏହି ପୁରସ୍କାର ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ମଧ୍ୟରେ ଅନ୍ୟତମ ତଥା ପ୍ରମୁଖ। ସର୍ବପ୍ରଥମେ ଦେବୀକାରାଣୀ ଚୌଧୁରୀ ଏହି ପୁରସ୍କାରରେ ସମ୍ମାନୀତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.