ସୁନା ଦରରେ ୧୬୨ ଓ ରୂପା କେଜି ପିଛା ଦରରେ ସିଧା ୬୫୭ ଟଙ୍କା ହ୍ରାସ

Published By : Prameya-News7 Bureau | January 28, 2020 IST

ନୂଆଦିଲ୍ଲୀ୨୮।୧: ପୁଣି କମିଲା ସୁନା ଓ ରୂପା ଦର। ଦିଲ୍ଲୀ ସର୍ରଫା ବଜାରରେ ସୋମବାର ପ୍ରତି ୧୦ ଗ୍ରାମ ସ୍ୱର୍ଣ୍ଣଳଙ୍କାର ୪୧ ହଜାର ୪୫୬ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ମଙ୍ଗଳବାର ଏଥିରେ ସିଧା ୧୬୨ ଟଙ୍କା  ହ୍ରାସ ହୋଇଛି। ଫଳରେ ଏବେ ପ୍ରତି ୧୦ ଗ୍ରାମ ସୁନାଦର ୪୧ହଜାର ୨୪୯ ଟଙ୍କାରେ ବିକ୍ରି ହେଉଛି।

{"id":217165,"sizeSlug":"large"}

ସେହିପରି ରୂପାର ଚମକ୍ ମଧ୍ୟ ହଜିଛି। ପ୍ରତି କେଜି ରୂପା ଦରରେ ୬୫୭ ଟଙ୍କା ହ୍ରାସ ହୋଇଛି। ଫଳରେ କେଜି ପିଛା ୪୮ ହଜାର ୧୮୪ ଟଙ୍କା ଦରରେ ବିକ୍ରି ହେଉଥିବା ରୂପାଦର ମଙ୍ଗଳବାର ୪୭ ହଜାର ୫୨୭ଟଙ୍କାକୁ ଖସିଛି। ଏଚଡିଏଫସି ସିକ୍ୟୁରିଟିଜର  ବରିଷ୍ଠ ସମୀକ୍ଷକ (କମୋଡିଟି) ତପନ ପଟେଲଙ୍କ କହିବା ଅନୁସାରେ ଦିଲ୍ଲୀରେ ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ୧୬୨ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ଡଲାର ତୁଳନାରେ ଟଙ୍କା ଆହୁରି ୧୧ ପଇସା ମଜଭୁତ ହେବା ସ୍ୱର୍ଣ୍ଣଳଙ୍କାର ବଜାରରେ ହ୍ରାସ ଦେଖାଦେଇଛି।

{"id":217166,"sizeSlug":"large"}

ମଙ୍ଗଳବାର ଫୋରେକ୍ସ ଟ୍ରେଡିଂ ଆରମ୍ଭରେ ଟଙ୍କା ଡଲାର ତୁଳନାରେ ୬ ପଇସା ବଢି ୭୧.୩୭ ପଇସାରେ କାରବାର ହୋଇଥିଲା। ହେଲେ ଏଥିରେ ପୁଣି ହ୍ରାସ ଟଙ୍କାକୁ ସୁହାଇଛି। ଚୀନ ଏବେ କରୋନା ଭାଇରସ ଯୋଗୁ ଅଧା ବନ୍ଦ ଅବସ୍ଥାକୁ ଚାଲିଆସିଛି। ଭୂତାଣୁ ସଂକ୍ରମଣ ରୋକିବା ଲାଗି ସରକାର ଛୁଟି ସମ୍ପ୍ରସାରିତ କରିଥିବା ବେଳେ ବେପାର ବଣିଜରେ ବି ହ୍ରାସ ଦେଖାଦେଇଛି। ଏଣୁ ନିବେଶକ ଏବେ ଭୂତାଣୁ ସଂକ୍ରମଣର ଗୁରୁତ୍ୱକୁ ବଜାରରେ ତଉଲୁଥିବା କହିଛନ୍ତି ପଟେଲ। ସେପଟେ ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ହ୍ରାସ ଦେଖାଦେଇଛି। ଏବେ ସୁନା ପ୍ରତି  ଆଉନ୍ସ ହଜାର ୫୭୯ ଡଲାରରେ ବିକ୍ରି ହେଉଛି। ସେହିପରି ରୂପା ଆଉନ୍ସ ପିଛା ମୂଲ୍ୟ ୧୮ ଡଲାର ଥିବା ଦେଖାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.