ସୁଧୁରିଲା ସୁନା ଓ ରୂପା ଦର, ଏଠାରେ ଦେଖନ୍ତୁ କେତେ ବଢିଲା ମୂଲ୍ୟ

Published By : Prameya-News7 Bureau | September 23, 2019 IST

ନୂଆଦିଲ୍ଲୀ: ବାଜରରେ  ସୁନା ଓ ରୂପା ମୂଲ୍ୟ ଲଗାତାର ହ୍ରାସ ହେବା ପରେ ସୋମବାର ସାମାନ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି। ସୁନାମୂଲ୍ୟରେ ପ୍ରାୟ ୦.୩୯ ପ୍ରତିଶତ ଅର୍ଥାତ ପ୍ରତି ୧୦ ଗ୍ରାମରେ ୧୪୯ ଟଙ୍କା ବୃଦ୍ଧି ହୋଇଛି। ଫଳରେ ଆସନ୍ତା ଅକ୍ଟୋବର ପହିଲାରୁ ବଜାରରେ ପ୍ରତି ୧୦ ଗ୍ରାମ ସୁନାମୂଲ୍ୟ ୩୭ ହଜାର ୮୪୩ ଟଙ୍କାରେ ବିକ୍ରି ହେବ ବୋଲି ଆଶା କରାଯାଉଛି। ତେବେ ଖାଲି ସୁନା ନୁହେଁ ରୂପାରେ ବି ମୂଲ୍ୟ ବୃଦ୍ଧି ହୋଇଛି । ତେବେ ଆସନ୍ତୁ ଜାଣିବା ଆଗକୁ କେତେ ହେବ ପ୍ରତି କେଜି ରୂପା ଦର  ।

{"id":161752}

ଏମସିଏକ୍ସ ଏକ୍ସଚେଞ୍ଜରେ ରୂପାର ଫ୍ୟୁଚର ମୂଲ୍ୟ ନିର୍ଦ୍ଧାରିତ ହୋଇଛି। ଏଥିରେ ଡିସେମ୍ବର ମାସରେ ୧.୭୯ ପ୍ରତିଶତ ଅଭିବୃଦ୍ଧି ଆକଳନ କରାଯାଇଥିବା ବେଳେ ପ୍ରତି କେଜି ରୂପାରେ ୮୩୩ ଟଙ୍କା ବୃଦ୍ଧି ହେବ ବୋଲି ଜଣାପଡିଛି। ଏଣୁ ବାଜରରେ ରୂପା ପ୍ରତି କେଜି ୪୭ ହଜାର ୨୯୮ ଟଙ୍କାକୁ ଛୁଇଁବ ବୋଲି ଆଶା କରାଯାଉଛି। ସେହିପରି ଏମସିଏକ୍ସ ଏକ୍ସଚେଞ୍ଜରେ ସୁନା ଲାଗି ଡିସେମ୍ବର ମାସରେ ୦.୩୧ ପ୍ରତିଶତ ଅଭିବୃଦ୍ଧିର ଆଶା କରାଯାଉଥିବାରୁ ଗତ ସପ୍ତାହରେ ସ୍ୱର୍ଣ୍ଣଳଙ୍କାର ବାଜରରେ ଉପୁଜିଥିବା ମୂଲ୍ୟ ହ୍ରାସ ଆଗକୁ ସୁଧୁରିବ ବୋଲି କୁହାଯାଉଛି।

{"id":161753}

ନ୍ୟୁୟର୍କରେ ସୁନାମୂଲ୍ୟ ୦.୫୫ ପ୍ରତିଶତ ବୃଦ୍ଧି ହୋଇଛି। ଫଳରେ ପ୍ରତି ଆଉନ୍ସ ସ୍ୱର୍ଣ୍ଣଳଙ୍କାର ମୂଲ୍ୟ ୧,୫୨୩.୫୦ ଡଲାରରେ ପହଞ୍ଚିଛି। ଗତ ସପ୍ତାହରେ ସୁନାମୂଲ୍ୟରେ ୧୭୦ ଟଙ୍କା ପର୍ଯ୍ୟନ୍ତ  ହ୍ରାସ ଦେଖାଯାଇଥିଲା। ଫଳରେ ପ୍ରତି ୧୦ ଗ୍ରାମ ସୁନା ମୂଲ୍ୟ ୩୮ ହଜାର ୩୯୦ ଟଙ୍କାରେ ପହଞ୍ଚିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.