Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ମଣିକର୍ଣ୍ଣିକା ଚଳଚ୍ଚିତ୍ରର କାହାଣୀ କ’ଣ ଅଧା ? ଜାଣନ୍ତୁ ରାଣୀଙ୍କ ମୃତ୍ୟୁ ଓ ତା’ପରର ସତ୍ୟତା

25/01/2019 at 4:37 PM

ମୁମ୍ୱାଇ ୨୫|୦୧: ମହାରାଣୀ ଲକ୍ଷ୍ମୀବାଇଙ୍କ ଉପରେ ଆଧାରିତ ମଣିକର୍ଣ୍ଣିକା ଦ କୁଇନ ଅଫ ଝାଂସି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ମଣିକର୍ଣ୍ଣିକା ସୁଟିଂ ଆରମ୍ଭରୁ ହିଁ ବିବାଦରେ ଅଛି। ସ୍ବାଧୀନତା ପାଇଁ ଲକ୍ଷ୍ମୀବାଇ ଇଂରେଜଙ୍କ ବିରୋଧରେ ଲଢି ୧୮୫୭ ମସିହାରେ ସହିଦ ହୋଇଥିଲେ। ମହାରାଣୀ ଲକ୍ଷ୍ମୀବାଇଙ୍କ କାହାଣୀ ବିଷୟରେ ସମସ୍ତେ ପଢିଥିବେ କିନ୍ତୁ ତାଙ୍କ ପୁଅଙ୍କ ସହ କଣ ହୋଇଥିଲା ତାହା କେହି ଜାଣିନଥିବେ।

୧୮୫୧ ମସିହାରେ ରାଣୀ ଲକ୍ଷ୍ମୀବାଇ ପୁଅକୁ ଜନ୍ମ କରିଥିଲେ। କିନ୍ତୁ ୪ ମାସ ପରେ ତାଙ୍କ ସନ୍ତାନର ମୃତ୍ୟୁ ହୋଇଥିଲା। ଲକ୍ଷ୍ମୀବାଇଙ୍କ ସ୍ୱାମୀ ରାଜା ଗଙ୍ଗାଧର ରାୱଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇଥିବାରୁ ପୋଷ୍ୟପୁତ୍ର ପାଇଁ  ଚିନ୍ତା କରାଯାଇଥିଲା। ପୋଷ୍ୟପୁତ୍ର ଗ୍ରହଣ କରିଲା ପରେ ୧୮୫୩ ମସିହା ନଭେମ୍ୱର ୨୧ ତାରିଖରେ ରାଜା ଗଙ୍ଗାଧର ରାୱଙ୍କର ମୃତ୍ୟୁ ହୋଇଥିଲା। ପୁଅଙ୍କ ନାଁ ଆନନ୍ଦ ରାୱ ଥିଲା। କିନ୍ତୁ ମହାରାଣୀ ଲକ୍ଷ୍ମୀବାଇ ତାଙ୍କ ନୂଆ ନାଁ ଦାମୋଦର ରାୱ ରଖିଥିଲେ।

ସୂଚନାଯୋଗ୍ୟ ଯେ ରାଣୀ ଲକ୍ଷ୍ମୀବାଇ ସହିଦ ହେବାପରେ ଦାମୋଦର ରାୱଙ୍କୁ ବହୁତ କଷ୍ଟର ସାମ୍ନା କରିବାକୁ ପଡିଥିଲା। ସେହି ସମୟରେ ତାଙ୍କୁ ଭିକ ମାଗି ଜୀବନ ଜାପନ କରିବାକୁ ପଡିଥିଲା। ରାଣୀ ଲକ୍ଷ୍ମୀବାଇ ମଧ୍ୟ ତାଙ୍କ ପୋଷ୍ୟପୁତ୍ର ଦାମୋଦର ରାୱଙ୍କୁ ନିଜ ପିଠିରେ ବାନ୍ଧି ଯୁଦ୍ଧ କରିଥିଲେ। ଯାହା ଶୁଣିଲେ ଆଜି ମଧ୍ୟ ଲୋକଙ୍କ ଆଖିରେ ପାଣି ଆସିଯାଏ। ଲୋକପ୍ରିୟ କବିତା- ‘ଖୁବ ଲଡି ମର୍ଦ୍ଦାନୀ ୱ ତୋ ଝାଂସି ୱାଲି ରାନୀ’ ରେ ଖୁବ୍‌ ରୋଚକ ବର୍ଣ୍ଣନା କରାଯାଇଛି।

ଇତିହାସ ଅନୁସାରେ ୧୮୫୭ ମସିହାର ଯୁଦ୍ଧ ସମୟରେ ରାଣୀ ଲକ୍ଷ୍ମୀବାଇ ଦତ୍ତପୁତ୍ର ଦାମୋଦରଙ୍କ ଦେଖା ରଖାର ଦାୟିତ୍ୱ ନିଜ ବିଶ୍ୱାସପାତ୍ର ରାମଚନ୍ଦ୍ର ରାୱ ଦେଶମୁଖଙ୍କୁ ପ୍ରଦାନ କରିଥିଲେ। ଦାମୋଦରଙ୍କୁ ନିଜ ସହ ରଖି ୨ ବର୍ଷ ପର୍ଯ୍ୟନ୍ତ ରାମଚନ୍ଦ୍ର ଲଳିତପୁର ଜିଲ୍ଲା ଜଂଗଲରେ ବୁଲୁଥିଲେ। ଇଂରାଜୀଙ୍କ ଭୟରେ କେହି ସହାୟତା ମଧ୍ୟ କରିନଥିଲେ। ଖାଇବା ପିଇବା ମଧ୍ୟ ମିଳିନଥିଲା। ଅନେକ ଦିନ କଷ୍ଟ ଭୋଗିବା ପରେ ଦାମୋଦରଙ୍କୁ ନେଇ ରାମଚନ୍ଦ୍ର ରାୱ ଦେଶମୁଖ ଝାଲରାପାଟଣା ପହଞ୍ଚିଥିଲେ।

ସେଠାରେ ତାଙ୍କର ନନ୍‌ହେଖାନ ସହ ଭେଟ ହୋଇଥିଲା। ମହାରାଣୀଙ୍କ ମୃତ୍ୟୁ ପରେ ନନ୍‌ହେଖାନ ଝାଲୱାଡରେ ବାସ କରୁଥିଲେ। ସେଠାରେ ସେ ଜଣେ ଇଂରାଜୀ ଅଧିକାରୀଙ୍କ ପାଖରେ କାମ କରୁଥିଲେ। ନନ୍‌ହେଖାନ ଦାମୋଦରଙ୍କୁ ମିଷ୍ଟର ଫ୍ଲିଙ୍କଙ୍କ ସହ ଦେଖା କରେଇଥିଲେ।  ମିଷ୍ଟର ଫ୍ଲିଙ୍କ ଦାମୋଦରଙ୍କ ପେନସନ୍‌ ପାଇବାର ବ୍ୟବସ୍ଥା କରିଥିଲେ। ପେନସନ୍‌ ପାଇବା ପାଇଁ ଦାମୋଦରଙ୍କୁ ଇଂରାଜୀ ସରକାରଙ୍କ ସାମ୍ନାରେ ସରେଣ୍ଡର କରିବାକୁ ପଡିବ ବୋଲି କୁହାଯାଇଥିଲା।

ଅନେକ ଗୁହାରୀ କରିଲା ପରେ ତାଙ୍କୁ ପ୍ରତି ମାସ ୨୦୦ ଟଙ୍କା ପେନସନ ମିଳୁଥିଲା। ୧୮୬୦ ମସିହାରେ ଦାମୋଦରଙ୍କ ଖୁଡି ଓ ତାଙ୍କ ଅସଲି ମାଁ ତାଙ୍କ ବିବାହ କରେଇଥିଲେ। କିଛି କାରଣରୁ ଦାମୋଦରଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ସେ ପୁଣି ଥରେ ବିବାହ କରିଥିଲେ। ଦ୍ବିତୀୟ ବିବାହ ପରେ ତାଙ୍କ ପୁଅଟିଏ ଜନ୍ମ ହୋଇଥିଲା। ଦାମୋଦରଙ୍କ ପୁତ୍ର ଲକ୍ଷ୍ମଣ ରାୱଙ୍କର ୨ଟି ପୁଅ ହୋଇଥିଲେ। ତାଙ୍କ ପୁଅଙ୍କ ନାଁ କୃଷ୍ଣ ରାୱ ଏବଂ ଚନ୍ଦ୍ରକାନ୍ତ ରାୱ। ପରବର୍ତ୍ତି ସମୟରେ କୃଷ୍ଣ ରାୱଙ୍କର ଦୁଇ ପୁଅ ଅରୁନ ରାୱ ଓ ମନୋହର ରାୱ ଏବଂ ଚନ୍ଦ୍ରକାନ୍ତଙ୍କର ତିନି ପୁଅ ଅକ୍ଷୟ ଚନ୍ଦ୍ରକାନ୍ତ ରାୱ, ଅତୁଲ ଚନ୍ଦ୍ରକାନ୍ତ ରାୱ ଓ ଶାନ୍ତି ପ୍ରମୋଦ ଚନ୍ଦ୍ରକାନ୍ତ ରାୱ ଏବେ ଇନ୍ଦୋର ତଥା ଦେଶର ଅନ୍ୟ ଜାଗାରେ ବାସ କରନ୍ତି।

ଝାଂସି ପରିବାର ଲୋକ ତାଙ୍କ ନାଁ ପଛରେ ଝାଂସିୱାଲା ଲେଖନ୍ତି। ଲକ୍ଷ୍ମଣ ରାୱ ଏବଂ କୃଷ୍ଣ ରାୱ ଇନ୍ଦୋର ନ୍ୟାୟଳୟରେ ଟାଇପିଷ୍ଟର କାମ କରନ୍ତି। ଅରୁନ ରାୱ ମଧ୍ୟପ୍ରଦେଶ ବିଦ୍ୟୁତ୍‌ ମଣ୍ଡଳରେ ଜୁନିଅର ଇଂଜିନିୟର ପୋଷ୍ଟରୁ ୨୦୦୨ ମସିହାରୁ  ସେବା-ନିବୃତ୍ତି ହୋଇଛନ୍ତି। ତାଙ୍କ ପୁଅ ୟୋଗେଶ ରାୱ ଏବେ ଜଣେ ସଫ୍ଟୱେର ଇଂଜିନିୟର।

   Related Posts