୧୦ ବର୍ଷ ହେଲା ସାଂଗ ହୋଇ ରହିଆସୁଥିବା ଜଣେ ଯୁବତୀଙ୍କୁ ହତ୍ୟା କଲେ ଆଉ ଜଣେ ଯୁବତୀ: ଜାଣନ୍ତୁ ପୂରା କାହାଣୀ

Published By : Prameya-News7 Bureau | January 20, 2019 IST

ଭୁବନେଶ୍ବର୨୦|୧: ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ । ଜଣେ ଯୁବତୀଙ୍କୁ ହତ୍ୟା କଲେ ଆଉ ଜଣେ ଯୁବତୀ । ପରିବା କଟା ଛୁରିରେ ଅତି ନାରକୀୟ ଭାବେ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ରାଜଧାନୀ ସ୍ଥିତ ଗୌରୀନଗର ଅଞ୍ଚଳରେ ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟଣା ଘଟିଛି ଶନିବାର ବିଳମ୍ବିତ ରାତି । ସେପଟେ ଘଟଣା ସ୍ଥଳରେ ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉଭୟ ଗୋଟିଏ ରୁମ୍ ରେ ଦୀର୍ଘ ସାଢେ ତିନି ବର୍ଷ ଧରି ରହୁଥିଲେ । ତେବେ କେଉଁ କାରଣରୁ ଜଣେ ଆଉଜଣଙ୍କୁ ହତ୍ୟା କଲା ତାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।

{"id":76314}

ବାନ୍ଧବୀ କାଟିଲା ବାନ୍ଧବୀର ବେକ । ଅତି ନିର୍ଧୟ ହୋଇ ବେକରେ ଭୁସି ଥିଲା ଛୁରୀ । ସମ୍ପର୍କ ଭିତରେ ସଇତାନ କାଟି ଦେଇଥିଲା ବନ୍ଧୁତ୍ବର ଡୋରି । ଭୁଲିଗଲା ଦୀର୍ଘ ଦଶ ବର୍ଷର ନିବିଡ ସମ୍ପର୍କ । ଗୋଟିଏ କୋଠରୀରେ ବିତୁଥିଲା ଜୀବନ । କି ଦିନ କି ରାତି । ଉଭୟ ଉଭୟଙ୍କୁ ଘଡିଏ ନ ଦେଖିଲେ ରହି ପାରୁ ନ ଥିଲେ । ତେବେ ଏମିତି କଣ ହେଲା ଯେ, ଅମିଷା ମିତ୍ର ନିଜର ଅତି ଘନିଷ୍ଠ ବାନ୍ଧବୀ ଅଳକା ନନ୍ଦା ଦାସଙ୍କୁ ହତ୍ୟା କରିବାକୁ ପଛାଇ ନ ଥିଲା । ପରିବା କଟା ଛୁରିରେ ସେ ଅତି ବିଭତ୍ସ ଭାବେ ଅଳକାକୁ ହତ୍ୟା କରିଛନ୍ତି ଅମିଷା । ରାଜଧାନୀ ସ୍ଥିତ ଗୌରୀନଗର ଲେନ ୫ ଅଞ୍ଚଳରେ ଏଭଳି ନାରକୀୟ ହତ୍ୟାକାଣ୍ଡ ଘଟଣା ଘଟିଛି ଶନିବାର ବିଳମ୍ବିତ ରାତି । ଯାହାକୁ ନେଇ ରାଜଧାନୀରେ ଏକ ପ୍ରକାର ଚାଞ୍ଚଲ୍ୟ ଖେଳିଯାଇଛି । ରକ୍ତ ଜଡୁବୁଡୁ ଅବସ୍ଥାରେ ଅଳକାଙ୍କ ମୃତ ଦେହ ପଡିଛି । ଥରେ ନୁହେଁ କି ଦୁଇ ଥର ନୁହେଁ । ପାଖି ପାଖି ଦଶଥରରୁ ଉର୍ଧ ହେବ ଅଳକାର ବେକରେ ଚୋଟ ପକାଇଥିଲା ଅମିଷା । କହିବା ପାଇଁ ଗଲେ ଅଳକାକୁ ମାରିବା ପାଇଁ ପ୍ରତିଜ୍ଞା କରିଥିଲା ଅମିଷା ।

{"id":76315}

ତେବେ ଖବର ପାଇଁ ଖବର ପାଇ ଘଟଣା ସ୍ଥଳରେ ଲିଙ୍ଗଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଅମିଷାଙ୍କ ଘର କୋଣାର୍କ ହୋଇଥିବାବେଳେ ତାଙ୍କ ପରିବା ଲୋକ ଝାରପଡାରେ ରହୁଛନ୍ତି । ମାତ୍ର ସେ ପାଖା ପାଖି ଦଶ ବର୍ଷ ହେବ ଅଳକାଙ୍କ ସହ ସାଥୀ ହୋଇ ରହୁଛି । ସେପଟେ ଅଳକାଙ୍କ ଘର ବାଲେଶ୍ବର ବାସ୍ତା ଅଞ୍ଚରେ । ତେବେ ଗତ ସାଢେ ତିନି ବର୍ଷ ଧରି ଉଭୟ ଗୌରୀନଗର ଲେନ ୫ ଅଞ୍ଚଳରେ ରହୁଥିଲେ ।

{"id":76316}

ଅଳକା ଏକ ବିପିଓ କଲ ସେଣ୍ଟର କାମ କରୁଥିଲେ । ସେପଟେ ଅମିଷା ଏକ ଏନଜିଓରେ କାମ କରୁଛନ୍ତି । ଖବର ପାଇ ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଛି । ସେପଟେ ଅମିଷାକୁ ଅଟକ ରଖି ପୋଲିସ ପଚରା ଉଚରା ଜାରି ରଖିଛି । ଅମିଷା ଅଳକାକୁ ହତ୍ୟା କରିଥିବା ସ୍ବିକାର କରିଛନ୍ତି ଭୁବନେଶ୍ବର ଡିସିପି କହିଛନ୍ତି ।

{"id":76317}

କଣ ଘଟଣା ଘଟିଥିଲା ଶନିବାର ରାତି । ହତ୍ୟାକାଣ୍ଡ ଘଟିବା ପୂର୍ବରୁ ଉଭୟ ମଧ୍ୟରେ କଣ କିଛି ଘଟିଥିଲା କି ତାକୁ ନେଇ ସମସ୍ତଙ୍କ ସନ୍ଦେହ ଘନିଭୁତ ହେଉଛି । ସେପଟେ ଘର ମାଲିକ ହତ୍ୟାକାଣ୍ଡ ଘଟଣାର ଭିନ୍ନ ଦିଗକୁ ଖୁଲାସା କରିଛନ୍ତ । ସମୟ ପାଖା ପାଖି ଅଢେଇଟା ରୁ ଦୁଇ ଟା ପାଇଁଚାଳିସ । ହଠାତ ସେମାନେ ରହୁଥିବା ରୁମ ଭିତରୁ ପାଟି ତୁଣ୍ଡ ଶୁଭିଥିଲା । କିଛି ସମୟ ପରେ ଚିତ୍କାର ଶବ୍ଦ ଶୁଭିଥିଲା । ଯାହାକୁ ନେଇ ଘର ମାଲିକ ଜ୍ଞାନ ରଞ୍ଜନ ମିଶ୍ର ସେମାନଙ୍କ ରୁମ ପାଖକୁ ଯାଇଥିଲେ । ତେବେ ଅମିଷା ଘର ଦ୍ବାର  ନ ଖୋଲିବାରୁ ସେ ବାଡେଇ କି ଖୋଲି ଥିଲେ । ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଳକାଙ୍କ ମର ଶରୀର ତଳେ ପଡିଥିବା ସେ ଦେଖିଥିଲେ । ଏ ସବୁ ଦେଖି ସେ ତୁରନ୍ତ ପୋଲିସକୁ ଖବର ଦେଇ ଥିଲେ ।

{"id":76318}

 ପୋଲିସ ସୂତରୁ ମିଳିଥିବା ସୂଚନା ଅନୁସାରେ ଅଳକାଙ୍କ ନିର୍ବନ୍ଧକୁ ନେଇ ଅମିଷା ବ୍ୟତିବ୍ୟସ୍ତ ଥିଲେ । ଆସନ୍ତା ୨୩ ତାରିଖରେ ଅଳକାଙ୍କର ନିର୍ବନ୍ଧ ଥିଲା । ଯାହାକୁ ବିରୋଧ କରୁଥିଲେ ଅମିଷା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଶନିବାର ବିଳମ୍ବିତ ରାତି ବଚସା ମଧ୍ୟ ହୋଇଥିଲା । ଅମିଷା କୌଣଷି ପରିସ୍ଥିତିରେ ଅଳାକାଙ୍କର ବାହାଘର ହେଉ ବୋଲି ଚାହୁଁନଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଥିଲା ।

{"id":76319}

ଅପରପକ୍ଷରେ ହତ୍ୟାକାଣ୍ଡର ଖୁଲାସା ହେବା ଦରକାର ବୋଲି ପରିବାରଲୋକ ଦାବି କରିଛନ୍ତି । କେଉଁ ପରିସ୍ଥିତିରେ ଅଳକାକୁ ହତ୍ୟା କରିଛନ୍ତି ଅମିଷା ତାର ଖୁଲାସା ହେବା ଦରକାର ବୋଲି ପରିବାର ପକ୍ଷରୁ ଦାବି କରାଯାଇଛି । ଏ ନେଇ ଲିଙ୍ଗରାଜ ଥାନାରେ ଅଳକାଙ୍କ ପରିବାର ପକ୍ଷରୁ ଏକ ମାମଲା ଦାୟର ପରେ ପୋଲିସ ଶବ ବ୍ୟବଛେଦ ପାଇଁ ପଠାଇଛି ।

{"id":76320}

ହତ୍ୟାକାଣ୍ଡ ପଛର କାରଣ କଣ ? ହତ୍ୟାକାଣ୍ଡ ପଛରେ ଅମିଷା ହାତ ରହିଛି । ନା ଆଉ କିଏ ବି ଏଥିରେ ସମ୍ପୃକ୍ତ । ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ନୁହେଁ ତ । ଏଭଳି ଅନେକ ପ୍ରଣ୍ନ ଏବେ ସାମ୍ନାକୁ ଆସିଛି । ଯାହାର ତଦନ୍ତ କରୁଛି କମିଶନରେଟ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.