Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଦିଲ୍ଲୀ ଅନାଜ ମଣ୍ଡି ଅଗ୍ନିକାଣ୍ଡରେ ଦେବଦୂତ ପାଲଟିଲେ ଫାୟାରମ୍ୟାନ୍ ରାଜେଶ ଶୁକ୍ଳା, ନିଆଁ ମୁହଁରୁ ଭିଡିଆଣିଲେ ୧୧ ଜୀବନ

8/12/2019 at 5:49 PM

ନୂଆଦିଲ୍ଲୀ ୮।୧୨:  ରାନୀ ଝାନସୀ ରୋଡସ୍ଥିତ ଅନାଜ ମଣ୍ଡି ନିକଟ ଫିଲ୍ମିସ୍ତାନରେ ରବିବାର ଘଟିଛି ଭୟାବହ ଅଗ୍ନିକାଣ୍ଡ। ଫଳରେ ୪୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ତେବେ ନିଆଁର ଲେଲିହାନ ଶିଖା ମୁହଁରୁ ୧୧ଟି ଜୀବନକୁ ଭିଡିଆଣିଛନ୍ତି ଦିଲ୍ଲୀ ଦମକଳ ବିଭାଗର ଆଗ୍ନିକ (ଫାୟାର ମ୍ୟାନ) ରାଜେଶ ଶୁକ୍ଳା। ଲୋକଙ୍କ ଲାଗି ସାବ୍ୟସ୍ତ ହୋଇଛନ୍ତି ଦେବଦୂତ।

ରାଜେଶ ଲୋକଙ୍କ ଜୀବନ ବଞ୍ଚାଇବା ଲାଗି ନିଜ ଜୀବନ ବାଜିରେ ଲଗାଇଦେଇଥିଲେ। ଜଳନ୍ତା ନିଆଁ ଭିତରୁ ଉଠାଇ ଆଣିଥିଲେ ୧୧ ଜଣଙ୍କୁ। ହେଲେ ଏଥିଲାଗି ନିଆଁର ରୋଷରୁ ରାଜେଶ ନିଜେ ମଧ୍ୟ ବର୍ତ୍ତି ପାରିନାହାନ୍ତି। ନିଆଁରେ ପୋଡି ହୋଇ ଆହତ ହୋଇଥିବା ରାଜେଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପ୍ରଥମେ ପହ଼ଞ୍ଚିଥିଲେ ଅଗ୍ନିକାଣ୍ଡ ସ୍ଥଳରେ
ନିଆଁ ଲାଗିଥିବା ସୂଚନା ପାଇ ପ୍ରଥମେ ଯେଉଁ ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା ସେଥିରେ ଥିଲେ ରାଜେଶ ଶୁକ୍ଳା। ପହଞ୍ଚିବା ମାତ୍ରେ ହିଁ ବିଲ୍ଡିଂରେ ଫଶି ରହିଥିବା ଲୋକଙ୍କ ଉଦ୍ଧାର ଲାଗି ଉଦ୍ୟମ ଆରମ୍ଭ କରିଥିଲେ। ଏଥିଲେ ସେ ୧୧ ଜଣଙ୍କୁ ସକୁଶଳେ ଅଗ୍ନିକାଣ୍ଡ ସ୍ଥଳରୁ ବାହାରକୁ ନେଇଆସିଥିଲେ।

ବାହାଦୂରଙ୍କୁ ସଲାମ କଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ
ଅଗ୍ନିକାଣ୍ଡ ସୂଚନା ପାଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ଘଟଣା ସ୍ଥଳରେ ପହ଼୍ଚିଥିଲେ। ନିଆଁ ଲାଗିଥିବା ବିଲ୍ଡିଂରୁ ଲୋକଙ୍କୁ ରାଜେଶ ଉଦ୍ଧାର କରୁଥିବା ଦେଖି ତାଙ୍କ ମୋବାଇଲରେ ରାଜେଶଙ୍କ ଫଟୋ ଉଠାଇ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରିଥିଲେ। ଏଥିରେ ସେ ରାଜେଶଙ୍କୁ ‘ରିୟଲ ହିରୋ’ ବୋଲି ଉଲ୍ଲେଖ କରିଛନ୍ତି।  ରାଜେଶଙ୍କ ଅଦମ୍ୟ ଶାହାସ ଲାଗି ଟ୍ୱିଟ୍ ରେ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ବାହାଦୂରଙ୍କୁ ସଲାମ ମଧ୍ୟ କରିଛନ୍ତି।

ଅଗ୍ନିଶମ ବିଭାଗ କର୍ମଚାରୀ ବଞ୍ଚାଇଛନ୍ତି ୫୦ରୁ ଅଧିକ ଲୋକଙ୍କ ଜୀବନ
ଫିଲ୍ମିସ୍ତାନ ଅଗ୍ନିକାଣ୍ଡରୁ ଦମକଳ ବିଭାଗ କର୍ମଚାରୀମାନେ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି। ତେବେ ବିଲ୍ଡିଂର ନିର୍ମାଣଗତ ତ୍ରୁଟି ଯୋଗୁ ପ୍ରାୟ ୪୫ ଜଣ ଲୋକ ସେଥିରୁ ବାହାରି ନ ପାରି ପୋଡି ହୋଇ ଅଥବା ନିଶ୍ୱାସ ରୁଦ୍ଧହୋଇ ପ୍ରାଣ ହରାଇଛନ୍ତି। ସମସ୍ତ ମୃତାହତ କାରଖାନାର ଶ୍ରମଜୀବିଥିବା ବେଳେ ସେମାନେ ଉତ୍ତରପ୍ରଦେଶ ଓ ବିହାର ଅଞ୍ଚଳର ବୋଲି କୁହାଯାଉଛି। ଏହି ଅଗ୍ନିକାଣ୍ଡ ମୃତକଙ୍କ ଲାଗି ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି, ଦିଲ୍ଲୀ ସରକାର ଓ ବିଜେପି ପକ୍ଷରୁ ସହାୟତା ଘୋଷଣା କରାଯାଇଛି।

   Related Posts