ଦୁବାଇରେ ବାଣ ବିକ୍ରି ନିଷିଦ୍ଧ, ଫୁଟାଇଲେ ହୋଇପାରେ ଉଭୟ ଜେଲ ଓ ଜରିମାନା
26/10/2019 at 6:09 PM

ଦୁବାଇ : ଦୀପାବଳି ଭାରତରେ ଧୁମଧାମରେ ପାଳିତ ହୁଏ। ତେବେ ବିଦେଶରେ ବସବାସ କରୁଥିବା ଭାରତୀୟମାନେ ଯଦିଓ ଉତ୍ସବ ପାଳନ କରୁଛନ୍ତି ତେବେ ଉତ୍ସବ ଅବସରରେ ଭାରତ ଭଳି ସେସବୁ ଦେଶରେ କିନ୍ତୁ ଆତସବାଜୀ ଲାଗି ଏତେଟା ସ୍ୱାଚ୍ଛନ୍ଦ୍ୟ ମିଳେନା। ଦୁବାଇରେ ଲୋକେ ଦୀପାବଳ ପାଳନଆରମ୍ଭ କରିଦେଲେଣି। ହେଲେ ସେଠାରେ ଖୋଲା ବଜାରରେ ବାଣ ବିକ୍ରି ଉପରେ କଟକଣା ରହିଛି। ଯଦି କେହି ଲୁଚେଇ ବାଣ ପ୍ରସ୍ତୁତି ଅଥବା ବିକ୍ରି କରିବା ବେଳେ ଧରାପଡେ ତେବେ ଦେଶର ଆଇନରେ ଉଭୟ ଜେଲ ଓ ଜରିମାନା ପ୍ରାବଧାନ ରହିଛି। ତେବେ ଆସନ୍ତୁଜାଣିବା ଦୁବାଇରେ ଏଭଳି ଉତ୍ସବର ନିୟମ କାନୁନ।

ଦୁବାଇରେ ଏଭଳି ଉତ୍ସବ ପାଳିତ ହୁଏନି। ତେବେ କୌଣସି ଇଭେଣ୍ଟ ଆୟୋଜନ ନିମନ୍ତେ ଆୟୋଜକଙ୍କୁ ପୋଲିସ ଓ ନଗରନିଗମଙ୍କ ଠାରୁ ଅନୁମତି ଆଣିବାକୁ ହୁଏ। ଇଭେଣ୍ଟ କରୁଥିବା ସଂସ୍ଥା ଅନୁମତି ଅନୁସାରେ ଆତସବାଜୀ କରିଥାନ୍ତି। ତେବେ ଭାରତରେ ଦୀପାବଳି ପାଳନ ବେଳେ ଦୁବାଇରେ ଚୋରା ଲୁଚାରେ ବାଣ ବିକ୍ରି ହୁଏ। ଏହାକୁ ଆୟତ୍ତ କରିବା ଲାଗି ପୋଲିସ ଓ ପ୍ରଶାସନ ପ୍ରତିବର୍ଷ ବ୍ୟାପକ ବ୍ୟବସ୍ଥା କରିଥାନ୍ତି।

ଆତସବାଜୀ ଯୋଗୁ ପରିବେଶ ଦୂଷିତ ହେବା ସାଙ୍ଗକୁ ଦୁର୍ଘଟଣାର ସମ୍ଭାବନା ବି ଥାଏ। ଏଣୁ ଏଭଳି ଆୟୋଜନରେ ପ୍ରତିବନ୍ଧକ ଲଗାଯାଇଛି। ଏହା ସତ୍ତ୍ୱେ ୨୦୧୩ ମସିହାରେ ଦୁବାଇ ପୋଲିସ ୧୩ ଟନ ବାଣ ଜବତ କରିଥିବା ବେଳେ ୨୦୧୪ରେ ୨୫ ଟନ ଓ ୨୦୧୫ ମସିହାରେ ୨୩ ଟନ ବାଣ ଜବତ କରିଥିଲା। ସେହିପରି ଆଇନର ଉଲ୍ଲଂଘନ ଅଭିଯୋଗରେ ୩ ମାସ ଜେଲ ଦଣ୍ଡ ସହିତ ଅନେକ ଲୋକେ ୫ ହଜାର ଟଙ୍କା ଜରିମାନା ମଧ୍ୟ ଗଣିଛନ୍ତି।