ମୌଲାନା ମାସୁଦ ଅଜହରକୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷିତ କରିବା ବିପକ୍ଷରେ କାହିଁକି ଚୀନ ରହିଛି ଜାଣନ୍ତୁ

Published By : Prameya-News7 Bureau | February 16, 2019 IST

ନୂଆଦିଲ୍ଲୀ୧୫|୨: ଜମ୍ମୁ କଶ୍ମୀରର ପୁଲୱାମାରେ ବଡ ଧରଣର ଆତଙ୍କି ହମଲା ପରେ ଏବେ ସମସ୍ତଙ୍କ ନଜର ଚୀନ ଉପରେ ରହିଛି । କାରଣ ଚୀନ ଏକମାତ୍ର ଦେସ ଯେ, କି ମାସୁଦ ଅଜହରକୁ ଆତଙ୍କବାଦୀ ଆଖ୍ୟା ଦେବା ସପକ୍ଷରେ ନାହିଁ । ସୁଚନାଯୋଗ୍ୟ ଯେ, ୪୨ଜଣ ଜବାନ ସହିଦ ହେବା ପାଇଁ ମସୁଦ ଅଜହରର ଜୈଶ ଏ ମହମ୍ମଦ ଆତଙ୍କି ସଂଗଠନ ଦାୟୀ । ଏହି ସଂଗଠନର ମୁଖ୍ୟ ଆଡ୍ଡା ପାକିସ୍ତାନର ରାଓଲପିଣ୍ଡିରେ ରହିଛି ।

{"id":85759,"width":593,"height":272}

୨୦୦୦ମସିହାରେ ମୌଲାନା ମାସୁଦ ଅଜହର ପାକିସ୍ତାନରେ ପରଭେଜ ମୁସ୍ରଫଙ୍କ ଶାସନକାଳରେ ଜୈଶ୍‌ ର ସ୍ଥାପନା କରିଥିଲା । ସେବେଠାରୁ ଭାରତ ବିରୋଧରେ ପାକିସ୍ତାନ ରାଷ୍ଟ୍ରଶକ୍ତିକୁ ଭାରତ ବିରୋଧରେ ବ୍ୟବହାର କରିବାରେ ଲାଗିଛି । ଏହି ସଂଗଠନର ପ୍ରାଧନ୍ୟ ସମ୍ପର୍କରେ ଗୋଟିଏ ତଥ୍ୟରୁ ବେଶ ବୁଝାପଡେ । ଜୈଶ-ଏ-ମହମ୍ମଦ ଏବଂ ଅଜହରକୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା କରିବା ପାଇଁ ଜାତିସଂଘରେ ଭାରତ, ଆମେରିକା ଏବଂ ବ୍ରିଟେନର ଚାପ ସତ୍ତ୍ବେ ଚୀନ ତାକୁ ସୁରକ୍ଷା ଦେଇ ଆସୁଛି । ସୂଚନାଯୋଗ୍ୟ ଯେ, ଅଲ-ରହମତ ଟ୍ରଷ୍ଟ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ଆଳରେ ଅଜହର ଆତଙ୍କି ସଂଘଠନ ଚଳାଇଆସୁଛି । ଏହି ସ୍ବେଚ୍ଛାସେବୀ ସଂଗଠନ ଆଧାରରେ ଅଜହରକୁ ପାକିସ୍ତାନ ସମାଜସେବୀର ଆଖ୍ୟା ଦେଇଆସୁଛି । ନିଜ ସ୍ବାର୍ଥ ପାଇଁ ଏଭଳି ଭୟଙ୍କର ଆତଙ୍କବାଦୀ ଓ ସଂଗଠନ ଉପରେ ଆନ୍ତର୍ଜାତିକ ସ୍ତରରେ କଟକଣା ଜାରି କରିବା ପାିଁ ସମସ୍ତ ଉଦ୍ୟମକୁ ଚୀନ ପାଣି ଫଟାି ଆସୁଛି । ପୁଲୱାମା ଘଟଣା ପରେ ଆଶା କରାଯାଉଥିୁଲା ଯେ, ହୁଏତ ଅଜହର ସମ୍ପର୍କରେ ଚୀନ ତାର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବ । କିନ୍ତୁ ସେଭଳି କିଛି ପରିବର୍ତ୍ତନର ସୂଚନା ମିଳୁନାହିଁ ।

{"id":85761,"width":597,"height":397}

କହିବାକୁ ଗଲେ ଦକ୍ଷିଣ ଏସିଆର ଦୁଇ ପ୍ରମୁଖ ଦେଶ ଭାରତ ପାକିସ୍ତାନ ମଧ୍ୟରେ ଅଶାନ୍ତି ଲାଗି ରହିଲେ ହିଁ ଚୀନ ସୁରକ୍ଷିତ ଏବଂ ଲାଭବାନ ହେବ ବୋଲି ଧରିନେଇଛି । ୧୯୬୧ ମସିହା ଯୁଦ୍ଧର ପ୍ରତିଶୋଧ କେତେବେଳେ ବି ଭାରତ ନେଇପାରେ ବୋଲି ମଧ୍ୟ ଚୀନ ଆଶଂକା କରୁଛି । ଅର୍ଥନୈତିକ ଦୃଷ୍ଟିରୁ ସଂଘର୍ଷ କରୁଥିବା ପାକିସ୍ତାନକୁ ସହାୟତା ପ୍ରଦାନ କରି ଚୀନ ଭାରତ ବିପକ୍ଷରେ ଅସ୍ତ୍ର କରିଛି । ଅପରପକ୍ଷରେ ଆତଙ୍କୁ କାର୍ଯ୍ୟକଳାପ ପାଇଁ ଅଜହର ବେଶ ପ୍ରସିଦ୍ଧି ଲାଭ କରିଥିବାରୁ ଅଜହରକୁ ମଧ୍ୟ ଚୀନ ବ୍ରହ୍ମସ୍ତ୍ର ବୋଲି ବିଚାର କରୁଛି ।

{"id":85762,"width":596,"height":308}

ପୁଲୱାମା ଘଟଣାପରେ ଚୀନ ବୈଦେଶିକମନ୍ତ୍ରୀ  ଜେଙ୍ଗ୍‌ ଶୁଆଙ୍ଗ୍‌ ଏ ପ୍ରସଂଗରେ ଚୀନ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ଏଭଳି ଯେ କୌଣସି ଆକ୍ରମଣକୁ ଚୀନ ନିନ୍ଦା କରିବା ସହ ସହିଦ ଯବାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରୁଛି । ଅପରପକ୍ଷରେ ଅଜହରକୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା ସମ୍ପର୍କରେ ଏକ ପ୍ରଶ୍ନକୁ ଏଡାଇଯିବା ଢଂଗରେ କହିଥିଲେ ଯେ, ଜାତିସଂଘର ଆତଙ୍କବାଦୀ ତାଲିକାରେ ଅଜହର ରହିଛି । ଦୁଇ ଦେଶ ଭାରତ ଓ ପାକିସ୍ତାନ ଆପୋସ ଆଲୋଚନା ମଧ୍ୟରେ ସମସ୍ୟାର ସମାଧାନ ପାଇଁ ମଧ୍ୟ ଚୀନ ବୈଦେଶିକ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ସୂଚନା ଯୋଗ୍ୟ ଯେତେ ଥର ଅଜହର ପ୍ରସଂଗ ଜାତିସଂଘରେ ଉଠିଛି ପ୍ରତିଥର ଚୀନ ଅଜହର ସପକ୍ଷରେ ଠିଆ ହୋଇଛି । ତେବେ ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନ ଏ ପ୍ରସଂଗରେ ଭାରତ ସପକ୍ଷରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.