ଲୋକସଭା ସାଂସଦଙ୍କୁ ଏହିସବୁ ସୁବିଧା ମିଳିଥାଏ : ଜାଣିବା ପାଇଁ ପଢ଼ନ୍ତୁ
10/03/2019 at 2:25 PM

ଯେତେବେଳେ ଆପଣ ଭୋଟ ଦେବାକୁ ଯାଆନ୍ତି ସେତେବେଳେ ଆପଣଙ୍କ ମନକୁ ଗୋଟିଏ କଥା ନିଶ୍ଚୟ ଆସୁଥିବ ଆପଣଙ୍କୁ ଦେଶର ସରକାରଠୁ କ’ଣ କଣ ସୁବିଧା ମିଳିବ? ଛାଡ଼ନ୍ତୁ,ଆପଣଙ୍କୁ କ’ଣ ମିଳିବ ଏହା ସରକାର ସ୍ଥିର କରିବେ । କିନ୍ତୁ ଆପଣଙ୍କ ଭୋଟ ଯୋଗୁଁ ସାଂସଦଙ୍କୁ କ’ଣ ମିଳିଥାଏ ଜାଣିଛନ୍ତି କି?
ଭାରତର ନାଗରିକ ହୋଇଥାଆନ୍ତୁ କିମ୍ବା କୈାଣସି ରାଜ୍ୟର ଭୋଟର , ନିର୍ବାଚନରେ ଆଶାୟୀ ପ୍ରାର୍ଥୀ ହୋଇପାରିବେ। ଲୋକସଭା ସାଂସଦ ହେବା ପାଇଁ ଅଭିଜ୍ଞତା ହେଉଛି ବ୍ୟକ୍ତିଙ୍କ ବୟସ ୨୫ବର୍ଷରୁ ଅଧିକ ହୋଇଥିବ ଏବଂ ସେ ନିର୍ବାଚନ ଲଢ଼ିବାକୁ କୋର୍ଟରେ ରୋକ ଲଗାଯାଇନଥିବ।
ଲୋକସଭା ସାଂସଦ ହେବାପରେ ତାଙ୍କୁ କେଉଁ କେଉଁ ସୁବିଧା ମିଳିଥାଏ ଜାଣିବା
ଲୋକସଭା ସଦସ୍ୟଙ୍କୁ ସାଂସଦ ହିସାବରେ ପ୍ରତି ମାସକୁ ୫୦ହଜାର ଟଙ୍କା ମିଳିଥାଏ। ଏହା ବ୍ୟତୀତ ଯଦି ସେ ସଂସଦକୁ କୈାଣସି ଅଧିବେଶନ ପାଇଁ ଆସନ୍ତି ତେବେ ତାଙ୍କୁ ୨୦୦୦ଟଙ୍କା ଦୈନିକ ଭତ୍ତା ମିଳିଥାଏ। କିନ୍ତୁ ଏହି ଭତ୍ତା ସେତେବେଳେ ମିଳିଥାଏ ଯଦି ସାଂସଦ ସଂସଦରେ ଥିବା ରେଜିଷ୍ଟ୍ରାରରେ ଦସ୍ତଖତ କରିଥାଏ। ସେ ଉପସ୍ଥିତ ଥିବା ନିହାତି ଆବଶ୍ୟକ।
ଲୋକସଭା ସାଂସଦଙ୍କୁ ଯାତ୍ରା ସୁବିଧା ମଧ୍ୟ ମାଗଣାରେ ମିଳିଥାଏ ଯାହା ତାଙ୍କ ଦରମା ସହିତ ଜଡ଼ିତ ନଥାଏ। ଯେପରିକି ପ୍ନେନ୍ ଟିକେଟ,ଟ୍ରେନ୍ ଟିକଟ କିମ୍ବା ଷ୍ଟିମରର ଟିକେଟ। ଏମିତି କି ଏୟାରପୋର୍ଟରୁ ସାଂସଦଙ୍କୁ ଆସିବା ପାଇଁ ମଧ୍ୟ ଖର୍ଚ୍ଚ ଦିଆଯାଇଥାଏ। ଏହିପରି ସାଂସଦଙ୍କୁ ବର୍ଷରେ ମୋଟ ୩୪ଟି ଉଡ଼ା ଜାହାଜ ଟିକେଟ କିମ୍ବା ଏସି ଟ୍ରେନର ଫାଷ୍ଟ କ୍ଲାସର ଟିକେଟ ଦିଆଯାଇଥାଏ।
ଯଦି ସାଂସଦ ଦିଲ୍ଲୀରେ ରହିଥାଆନ୍ତି ତେବେ ତାଙ୍କୁ ହଷ୍ଟେଲ୍ ଆବାସରେ ରହିବା ସୁବିଧା ସମ୍ପୂର୍ଣ୍ଣ ମାଗଣାରେ ମିଳିଥାଏ। ତାଙ୍କୁ ବିଜୁଳି ଏବଂ ପାଣିର ସୁବିଧା ମଧ୍ୟ ମାଗଣାରେ ମିଳିଥାଏ।
ଆପଣଙ୍କୁ ବିଶ୍ବାସ ହେବନାହିଁ କିନ୍ତୁ ସାଂସଦଙ୍କୁ ଅନ୍ୟାନ୍ୟ ସୁବିଧା ଯେପରିକି ସୋଫା କଭର ଏବଂ ସ୍କ୍ରିନ୍ କଭର ୩ମାସକୁ ଥରେ ସଫା କରାଯାଇଥାଏ।
ଟେଲିଫୋନ୍ ଏବଂ ଇଣ୍ଟରନେଟ୍ ସୁବିଧା ମଧ୍ୟ ମିଳିଥାଏ।
ସାଂସଦଙ୍କୁ ଲକ୍ଷେ ଟଙ୍କା କିମ୍ବା ଲକ୍ଷେ ଟଙ୍କାରୁ କମ୍ ଟଙ୍କାର ଗାଡ଼ି କିଣିବାର ଅଧିକାର ରହିଛି।