ଜାଣନ୍ତୁ କିଏ ଯମରାଜାଙ୍କୁ ଦେଇଥିଲେ ଅଭିଶାପ, ପୃଥିବୀରେ କାହାଘରେ ତାଙ୍କର ହୋଇଥିଲା ଜନ୍ମ

Published By : Prameya-News7 Bureau | July 27, 2019 IST

ମୃତ୍ୟୁର ଦେବତା ଯମରାଜ ହେଉଛନ୍ତି ନ୍ୟାୟର ଦେବତା । ଜନ୍ମ ନେଇଥିବା ପ୍ରତ୍ୟେକ ଜୀବକୁ ଶେଷରେ ଯମଙ୍କୁ ଭେଟିବାକୁ ପଡିଥାଏ ଓ ଜୀବନ କାଳରେ କରିଥିବା ଭୁଲ ତ୍ରୁଟିର ଯମ ହିସାବ ନେଇଥାନ୍ତି। ହେଲେ ଯମରାଜଙ୍କୁ ଥରେ ଏକ ପ୍ରାଣୀ ଭେଟି ସେ କରିଥିବା ଭୁଲର ହିସାବ ମାଗିଥିଲା । ହେଲେ ଯମ ଯେଉଁ ଉତ୍ତର ଦେଇଥିଲେ ସେଥିରେ ସେ ସନ୍ତୁଷ୍ଟ ନ ହୋଇ ଓଲଟି ଯମଙ୍କୁ ଦୋଷୀ କରିଦେଇଥିଲା। ଏଥିପାଇଁ ତାଙ୍କୁ ଅଭିଶାପ ମଧ୍ୟ ଦେଇଥିଲା। ଯେଉଁଥି ଯୋଗୁ ମୃତ୍ୟୁର ଦେବତାଙ୍କୁ ପୃଥିବୀରେ ଜନ୍ମ ନେବାକୁ ପଡିଥିଲା। ତେବେ ଆସନ୍ତୁ ଜାଣିବା କାହାଦ୍ୱାରା, କେଉଁଠି କେତେବେଳେ ଯମରାଜ ଶାପିତ ହୋଇଥିଲେ ଓ କେଉଁ ଘରେ ଜନ୍ମ ନେଇଥିଲେ ।

{"id":138053,"width":581,"height":399}

ଯମ ରାଜଙ୍କୁ କେଉଁଠି କିଏ କେତେବେଳେ ଅଭିଶାପ ଦେଇଥିଲେ ମହାଭାରତରେ ତାର ସୁନ୍ଦର ବର୍ଣ୍ଣନା ରହିଛି। କଥା ଅନୁସାରେ ଭାରତରେ ମାଣ୍ଡବ୍ୟ  ନାମରେ ଜଣେ ଋଷି ଥିଲେ। ଥରେ ସେ ଧ୍ୟାନସ୍ଥ ଥିବା ବେଳେ ରାଜାଙ୍କ ସିପାହୀ ଗୋଡାଇଥିବା ଏକ ଚୋର ଦଳ ଆସି ତାଙ୍କ ଆଶ୍ରମରେ ଲୁଚି ପଡିଥିଲେ। ସିପାହୀ ସେମାନଙ୍କୁ ଖୋଜିବା ବେଳେ ଚୋରଙ୍କୁ ଋଷିଙ୍କ ଆଶ୍ରମରୁ ପାଇଥିଲେ। ତେବେ ଋଷି ଚୋର ଓ ସିପାହୀଙ୍କ ସମ୍ପର୍କରେ କିଛି ଜାଣିବା ପୂର୍ବରୁ ରାଜାଙ୍କ ସୈନିକମାନେ ଚୋରଙ୍କ ସହ ଋଷିଙ୍କୁ ବାନ୍ଧି ନେଇ ରାଜାଙ୍କ ସମ୍ମୁଖରେ ଉପସ୍ଥାପିତ କରିଦେଇଥିଲେ।

{"id":138059}

ତେବେ ଘଟଣା ସମ୍ପର୍କରେ କିଛି ଜାଣି ନଥିବା ଋଷିଙ୍କୁ ରାଜା ବି ଭୂଲବସତଃ ଚୋରଙ୍କ ସହ ଦଣ୍ଡିତ କରିଥିଲେ। ଏଥିରେ ରାଜା ଋଷିଙ୍କୁ ଶୁଳି ଚଢାଇବାକୁ ନିର୍ଦ୍ଦେଶ ଦେଇଥିବାରୁ ଦଣ୍ଡ ପାଳନ କରାଯାଇଥିଲା। ଋଷିଙ୍କୁ ସୈନିକ ଶୁଳିରେ ବସାଇ ଦେଇଥିଲେ। ତେବେ ଅନେକ ଦିନ ପର୍ଯ୍ୟନ୍ତ ଋଷିଙ୍କ ମୃତ୍ୟୁ ନ ହେବାରୁ ଖବର ରାଜାଙ୍କ ନିକଟକୁ ଯାଇଥିଲା । ରାଜା ଭୁଲ କରିଥିବା ଜାଣି ତୁରନ୍ତ ଋଷିଙ୍କୁ ଶୁଳିରୁ ବାହାର କରିବା ସହ ନିସର୍ତ୍ତ କ୍ଷମାଯାଚନା ପୂର୍ବକ ମୁକ୍ତ କରିଦେଇଥିଲେ। ତେବେ ଶୁଳିରେ ବସିବା ଯୋଗୁ ଯନ୍ତ୍ରଣାରେ କ୍ରୋଧିତ ମାଣ୍ଡବ୍ୟ ଋଷି ସିଧା ପହଞ୍ଚିଥିଲେ ମୃତ୍ୟୁ ଲୋକରେ।

{"id":138055,"align":"center","width":524,"height":524}

ଯମରାଜାଙ୍କୁ ଭେଟି ତାଙ୍କୁ ମିଳିଥିବା ଦଣ୍ଡ ସମ୍ପର୍କରେ ଜଣାଇବା ସହ କଣ ପାଇଁ ତାଙ୍କୁ ଏଭଳି ଦଣ୍ଡ ମିଳିଲା ସେ ନେଇ ପ୍ରଶ୍ନ କରିଥିଲେ। ଯମରାଜ ମାଣ୍ଡବ୍ୟ ଋଷିଙ୍କ ଭୁଲ ତ୍ରୁଟି ଖୋଜିବା ବେଳେ ସେ ବାଳୁତ ଥିବା ବେଳେ ଏକ କଙ୍କିର ପଛପଟେ କୁଶ ବିଧ କରିଥିବା କଥା ଯମ କହିଥିଲେ। ତେବେ ଏଥିରେ ମାଣ୍ଡବ୍ୟ ଋଷି ସନ୍ତୁଷ୍ଟ ହୋଇନଥିଲେ। କହିଥିଲେ ଧର୍ମାଧର୍ମ ଜ୍ଞାନ ନଥିବା ବାଳୁତ କାଳର ଭୁଲ ନିମନ୍ତେ ଏତେବଡ ଦଣ୍ଡ କେବେବି ଗ୍ରହଣୀୟ ନୁହେଁ। ଏଣୁ ଏହାକୁ ସେ ଅବିଚାର ବୋଲି କହିବା ସହ ମୃତ୍ୟୁର ଦେବତାଙ୍କୁ ପୃଥିବୀ ଲୋକରେ ଦାସୀପୁତ୍ର ଭାବେ ଜନ୍ମ ନେବାକୁ ଅଭିଶାପ ଦେଇ ପ୍ରସ୍ଥାନ କରିଥିଲେ।

{"id":138056}

ତେବେ ଯମରାଜଙ୍କ ନରଲୋକରେ ଜନ୍ମର ମଧ୍ୟ ସେହି ମହାଭାରତରେ ସୁନ୍ଦର ବୃତ୍ତାନ୍ତ ରହିଛି, ତାହା ହେଉଛି ଏପରି । ସତ୍ୟବତୀଙ୍କ ଦୁଇ ପୁତ୍ର  ଚିତ୍ରାଙ୍ଗଦ ଓ ବିଚିତ୍ର ବିର୍ଯ୍ୟଙ୍କ ଅସମୟ ମୃତ୍ୟୁରେ କୁରୁବଂଶକୁ  ବିପଦରେ ପକାଇ ଦେଇଥିଲା। ଏଣୁ ସମସ୍ୟାର ସମାଧାନ ନିମନ୍ତେ ସତ୍ୟବତୀ ତାଙ୍କ ଦୁଇ ପୁତ୍ରଙ୍କ ପତ୍ନୀ ଅମ୍ବିକା ଓ ଅମ୍ବାଳିକାଙ୍କୁ ଋଷି ପୁତ୍ର ବ୍ୟାସଙ୍କ ନିକଟକୁ ପଠାଇଥିଲେ। ବ୍ୟାସଙ୍କ ସଂସର୍ଗରୁ ସେମାନେ ଗର୍ଭବତୀ ହେବା ସହ ଧ୍ରୁତରାଷ୍ଟ୍ର ଓ ପଣ୍ଡୁଙ୍କୁ ଜନ୍ମ ଦେଇଥିଲେ। ତେବେ ଧ୍ରୁତରାଷ୍ଟ୍ର ଜନ୍ମରୁ ନେତ୍ରହୀନ ଥିବା ବେଳେ ପଣ୍ଡୁ ରୁଗ୍ଣ ହେବାରୁ ସତ୍ୟବତୀ ନିରାଶ  ହୋଇଥିଲେ।

{"id":138057,"width":577,"height":395}

ଏଣୁ ଦୁଇ ବୋହୁଙ୍କୁ ପୁଣି ଥରେ ବ୍ୟାସଙ୍କ ନିକଟକୁ ଯିବା ନିମନ୍ତେ ସତ୍ୟବତୀ କହିଥିଲେ। ହେଲେ ସେମାନେ ନଯାଇ ଜଣେ ଦାସୀଙ୍କୁ ପଠାଇ ଦେଇଥିଲେ। ବ୍ୟାସଙ୍କ ସହ ଶାରୀରିକ ସମ୍ପର୍କରୁ ଦାସୀ ଗର୍ଭବତୀ ହୋଇଥିବା ବେଳେ ତାଙ୍କ ଗର୍ଭରୁ ବିଦୂର ଜନ୍ମ ହୋଇଥିଲେ। ସେହି ବିଦୂର ହିଁ ହେଉଛନ୍ତି ମୃତ୍ୟୁର ଦେବତା ଯମରାଜ। ଯିଏ ରାଜଧର୍ମ ହେଉ କି ପ୍ରଜା ଧର୍ମ ସବୁଥିରେ ସମାନତା ଅବଲମ୍ବନ କରିବା ସହ ମନୁଷ୍ୟକୁ କଠିନ ଧର୍ମାଚରଣ ନିମନ୍ତେ  ପରାମର୍ଶ ଦେଇଯାଇଛନ୍ତି। ଏପରିକି ତାଙ୍କ ନୀତି ବିଦୂର ନୀତି ଭାବେ ଆଜିବି ଲୋକ ସମାଜରେ ଗ୍ରହଣୀୟ ହୋଇ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.