୯୫% ଲୋକ ଜାଣିନାହାନ୍ତି କିପରି ସଫା କରାଯାଏ କାନ : ଜାଣନ୍ତୁ ସହଜ ଉପାୟ

Published By : Prameya-News7 Bureau | May 15, 2019 IST

କାନ ଆମ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଥାଏ। କାନ ଦ୍ବାରା ଆମେ ପରସ୍ପରର କଥା ଶୁଣିଥାଉ। କିନ୍ତୁ ଲୋକେ ଏହି ଗୁରୁତ୍ବପୂର୍ଣ୍ଣ ଅଙ୍ଗର ସ୍ବଚ୍ଛତା ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଯାହା ଦ୍ବାରା କାନରେ ଗଇ ଜମିଯାଇଥାଏ। ଏହା ଦ୍ବାରା କାନରେ ଭୀଷଣ ଯନ୍ତ୍ରଣା ହୋଇଥାଏ। ଏଥିପାଇଁ କାନକୁ ପରିଷ୍କାର କରିବା ନିହାତି ଜରୁରୀ। ଅଧିକାଂଶ ଲୋକେ କାନ ସଫା କରିବା ପାଇଁ ଦିଆସିଲି କାଠି ଏବଂ ନିକେଲ କିମ୍ବା ସେଫ୍ଟିପିନର ବ୍ୟବହାର କରିଥାଆନ୍ତି। ଏହା କାନ ପାଇଁ କ୍ଷତିକାରକ ହୋଇଥାଏ। ଯନ୍ତ୍ରଣା ବିନା କାନ କିପରି ସଫା କରାଯାଏ ଆସନ୍ତୁ ଜାଣିବା। ୯୫% ଲୋକେ ଜାଣିନଥିବେ କାନକୁ କିପରି ସଫା କରାଯାଏ।

{"id":112160,"width":595,"height":396}

କାନକୁ ବିନା ଯନ୍ତ୍ରଣାରେ ସଫା କରିବା ପାଇଁ ଆମେ ଇୟରବଡସ୍ ବ୍ୟବହାର କରିବା ଉଚିତ୍। ଯେଉଁ ଲୋକମାନେ ଠିକ୍ ସମୟରେ କାନ ସଫା କରନ୍ତି ନାହିଁ ତାଙ୍କ କାନରେ ସଂକ୍ରମଣ ହେବାର ଆଶଙ୍କା ବଢ଼ିଯାଇଥାଏ। ଏଥିପାଇଁ ଆମକୁ ସମୟ ସମୟରେ ସଫା ଇୟରବଡସରେ ନିଜ କାନକୁ ସଫା କରିବା ଆବଶ୍ୟକ।

{"id":112164,"width":594,"height":460}

ସର୍ବପ୍ରଥମେ ଦୁଇଟି କାନରେ ଇୟର ଡ୍ରପ୍ ପକାନ୍ତୁ। ଏହାକୁ ୩୦ମିନିଟ୍ ରଖନ୍ତୁ। ଏହାପରେ ଇୟର ବଡସ୍ ସାହାଯ୍ୟରେ କାନକୁ ସଫା କରନ୍ତୁ। ଇୟରବଡସ୍ ଦ୍ବାରା ମଇଳା ସହଜରେ କାନରୁ ବାହାରି ଯାଇଥାଏ। ଏପରି ସଫା କରିବା ଦ୍ବାରା କାନକୁ କୈାଣସି କ୍ଷତି ପହଞ୍ଚିନଥାଏ।  

{"id":112162,"width":593,"height":473}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.