ଏଭଳି ସ୍ୱପ୍ନ ଦିଏ ଦୁର୍ଭାଗ୍ୟର ସୂଚନା, ଜାଣନ୍ତୁ ଏଭଳି ୭ ସଙ୍କେତ

Published By : Prameya-News7 Bureau | November 14, 2019 IST

ସ୍ୱପ୍ନକୁ ଭବିଷ୍ୟତରେ ହେବାକୁ ଥିବା ଘଟଣାବଳିର ସଙ୍କେତ ବୋଲି କୁହାଯାଏ।  ଏ ସମ୍ପର୍କରେ ମହାଭାରତ ଓ ରାମାୟଣରେ ବି ବର୍ଣ୍ଣନା ରହିଛି। ରାମଚନ୍ଦ୍ର ବନବାସରେ ଥିବା ବେଳେ ସ୍ୱପ୍ନରୁ ତାଙ୍କ ପିତାଙ୍କ ନିଧନ ସୂଚନା ଜାଣିବାକୁ ପାଇଥିବା ପୁରାଣରେ ବର୍ଣ୍ଣନା ରହିଛି। ସେହିପରି ମହାଭାରତରେ ବି ଏଭଳି ସ୍ୱପ୍ନର ଅନେକ ବୃତ୍ତାନ୍ତ ଦେଖିବାକୁ ମିଳେ। ରାବଣକୁ ବି ତା ମୃତ୍ୟୁ ପୂର୍ବରୁ ସ୍ୱପ୍ନରେ ସଙ୍କେତ ମିଳିସାରିଥିଲା। ତେବେ ଆସନ୍ତୁ ଜାଣିବା ସେହି ସବୁ ସ୍ୱପ୍ନ ସମ୍ପର୍କରେ ଯେଉଁଗୁଡିକର ସିଧା ସମ୍ପର୍କ ରହିଛି ଦୁର୍ଭାଗ୍ୟ ସହିତ ।

{"id":184219,"width":577,"height":346,"sizeSlug":"large"}

 ଏଭଳି ଏକ ସ୍ୱପ୍ନ ହେଉଛି କୁଆ। ଯଦି ସ୍ୱପ୍ନରେ କୁଆକୁ ଦେଖନ୍ତି ତେବେ ଏହା ଅନର୍ଥର ପୂର୍ବ ସୂଚନା ବୋଲି ବୁଝି ଯାଆନ୍ତୁ। ଏମିତିରେ କୁଆ ରାବିବାରୁ ଘରକୁ କୁଣିଆ ଆସିବା ଓ କିଛି ଆଗତ ସୂଚନା ଲୋକେ ପାଇଥାନ୍ତି। ଏଣୁ ସ୍ୱପ୍ନରେ କୁଆ ଦେଖିବାର ଅର୍ଥ ହେଉଛି ସେହିଭଳି କିଛି ଅନାଗତ ଆଶଙ୍କା। ସ୍ୱପ୍ନରେ କୁଆ ଦେଖିଲେ ଜାଣନ୍ତୁ ଦୁର୍ଭାଗ୍ୟ ଖୁବ୍ ନିକଟରେ ପହଞ୍ଚିଯାଇଛି।

{"id":184218,"sizeSlug":"large"}

ସ୍ୱପ୍ନରେ ଯାତ୍ରା କରୁଥିବାର ଦେଖିବା ବି ଦୁର୍ଭାଗ୍ୟର ସୂଚନା ବୋଲି ବିବେଚନା କରାଯାଏ। ଏଭଳି ସ୍ୱପ୍ନ ଦେଖିବା ପରଦିନ ସମସ୍ତ ଯାତ୍ରା ସ୍ଥଗିତ ରଖନ୍ତୁ। ଏଭଳି ସ୍ୱପ୍ନ ଦୁର୍ଭାଗ୍ୟର ସୂଚନା ବୋଲି କୁହାଯାଏ। ସେହିପରି ମୁଣ୍ଡନ ହେଉଥିବାର ସ୍ୱପ୍ନ ଦେଖିବା ବି ଅଶୁଭ ସଙ୍କେତ ବୋଲି ଧରାଯାଏ। ଯଦି କାହାର ମୁଣ୍ଡନ ହେଉଛି ଅଥବା ନିଜେ ମୁଣ୍ଡନ ହେଉଥିବାର ସ୍ୱପ୍ନରେ ଦେଖନ୍ତି ତେବେ ଘରେ କାହାର ପରଲୋକ ହୁଏ।

{"id":184216,"sizeSlug":"large"}

ସୁଖିଲା ଫୁଲ ହାର ସ୍ୱପ୍ନକୁ ବି ଅଶୁଭ ବୋଲି ବିଚାର କରାଯାଏ । ଏଭଳି ସ୍ୱପ୍ନ କୁ ବହୁତ ଅଶୁଭ ବୋଲି କୁହନ୍ତି। ଗଧରେ ବସି ବୁଲିବାର ସ୍ୱପ୍ନ ମଧ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବିଚାର କରାଯାଏ। ଏହା ଆପଣଙ୍କର ଖରାପ ସମୟ ଆରମ୍ଭ ହେବାକୁ ଯାଉଥିବାର ସୂଚନା ଭାବି ସେହି ଅନୁସାରେ ଜିଗି ରହି ଚଳନ୍ତୁ। ସେହିପରି କୌଣସି ସ୍ତ୍ରୀ ଲୋକ ଯଦି ଶ୍ୱେତ ବସ୍ତ୍ରରେ ଚୁଟି ମୁକୁଳା କରିଥିବାର ସ୍ୱପ୍ନ ରେ ଆସନ୍ତି  ତେବେ ଜାଣନ୍ତୁ ଘରେ କାହାର ପରଲୋକ ହେବ। ସ୍ୱପ୍ନରେ ଦେବୀ ଦେବତାଙ୍କ ଭଙ୍ଗା ବା ଅଧାଗଢା ମୂର୍ତ୍ତି ଦେଖିବା ବି ଅଶୁଭ ସଙ୍କେତ ଧରାଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.