Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ବାସି ଖାଦ୍ୟକୁ ପୁଣି ଗରମ କରି ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ: ଏହିସବୁ ଜିନିଷ ଭୁଲରେ ଗରମ କରି ଖାଆନ୍ତୁ ନାହିଁ

1/02/2021 at 5:45 PM

ଭୁବନେଶ୍ୱର ୦୧/୦୨ : ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଲୋକଙ୍କ ଖାଇବା ପିଇବା ଅଭ୍ୟାସ ବହୁତ ବଦଳି ଯାଇଛି। ସେଥିପାଇଁ ଲୋକେ ଏକାଥରେ ଅଧିକ ରୋଷେଇ କରିଦେଇ ତାକୁ ଦୁଇ ତିନି ଥର ଗରମ କରି ଖାଉଛନ୍ତି। ଲୋକେ ଭାବନ୍ତି ଫ୍ରିଜରେ ରଖାଯାଇଥିବା ଖାଦ୍ୟ ଖରାପ ହୁଏନାହିଁ। କିନ୍ତୁ ଖାଦ୍ୟ ଖରାପ ନ ହେଲେ ବି ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ। ସେଥିପାଇଁ କୌଣସି ବି ଜିନିଷ ବାସି ଖାଇବା ଉଚିତ ନୁହେଁ। କିନ୍ତୁ କିଛି ଜିନିଷ ଭୁଲରେ ବି ବାସି ଖାଇବା ଉଚିତ ନୁହେଁ। ଏହିଭଳି ଜିନିଷ ବାସି ଖାଇଲେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ। ତାଛଡା ଝାଡା, ବାନ୍ତି, ପେଟରେ ଯନ୍ତ୍ରଣା ଆଦି ମଧ୍ୟ ହୋଇଥାଏ। କେଉଁ କେଉଁ ଜିନିଷ ବାସି ଖାଇବା ଉଚିତ ନୁହେଁ ଜାଣନ୍ତୁ :

. ଆଳୁ ଆଳୁରେ ତିଆରି କୌଣସି ବ୍ୟଞ୍ଜନ କେବେ ବି ବାସି ଖାଇବା ଉଚିତ ନୁହେଁ। ଏପରିକି ତାକୁ ପୁଣି ଗରମ କରି ବି ଖାଇବା କଥା ନୁହେଁ। ଆଳୁକୁ ବାସି ଖାଇଲେ କିମ୍ବା ପୁଣି ଗରମ କରି ଖାଇଲେ ତାର ପୋଷାକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ। ଏହା ଶରୀରର ପାଚନ କ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ। 

. ଅଣ୍ଡାଅଣ୍ଡାକୁ ବି ପୁଣିଥରେ ଗରମ କରି ଖାଇବା ଉଚିତ ନୁହେଁ। ଅଣ୍ଡାରେ ଭରପୁର ମାତ୍ରାରେ ପ୍ରୋଟିନ ରହିଛି। ତାକୁ ପୁଣି ଗରମ କଲେ ତାହା ବିଷାକ୍ତ ହୋଇଯାଇଥାଏ। ଯାହାଫଳରେ ତାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ବିଗିଡ଼ିବାର ପୁରା ସମ୍ଭାବନା ଥାଏ।

. ବିଟ୍ ରୁଟ୍ ସ୍ୱାସ୍ଥ୍ୟ ପାଇଁ ଉପାଦେୟ ବିଟ୍ ରୁଟ୍ ବି କେବେ ବାସି ଖାଇବା ଉଚିତ ନୁହେଁ। ଏଥିରେ ପ୍ରଚୁର ମାତ୍ରାରେ ନାଇଟ୍ରେଟ୍ ରହିଛି। ସେଥିପାଇଁ ତାକୁ ପୁଣି ଗରମ କଲେ ନାଇଟ୍ରେଟ ସମାପ୍ତ ହୋଇଯାଇଥାଏ।

. ଚିକେନ୍ ଚିକେନ୍ ବି କେବେ ବାସି କିମ୍ବା ପୁଣିଥରେ ଗରମ କରି ଖାଇବା ଉଚିତ ନୁହେଁ। ବାସି ଚିକେନ୍ ଖାଇବା ଦ୍ୱାରା ପାଚନ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ। ଚିକେନକୁ ଗରମ କରିବା ଦ୍ୱାରା ଏଥିରେ ଥିବା ପ୍ରୋଟିନ୍ କମ୍ପୋଜିସନ୍ ବଦଳି ଯାଇଥାଏ।

୫. ପାଳଙ୍ଗ ଶାଗ – ପାଳଙ୍ଗ ଶାଗ ବି କେବେ ବାସି କିମ୍ବା ପୁଣି ଗରମ କରି ଖାଇବା ଉଚିତ ନୁହେଁ। ପୁଣିଥରେ ଗରମ କରିବା ଦ୍ୱାରା ଏଥିରେ ଥିବା ନାଇଟ୍ରେଟ୍ ଏମିତି ତତ୍ତ୍ୱରେ ବଦଳି ଯାଇଥାଏ ଯାହାଦ୍ୱାରା କ୍ୟାନ୍ସର ହେବାର ସମ୍ଭାବନା ବଢି ଯାଇଥାଏ।

(ବି ଦ୍ର :ଉପରେ ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ)

   Related Posts