Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

କରୋନା ଲକଡାଉନ୍ ଓ ହଟ୍‌ସ୍ପଟ୍ ସିଲ୍ ମଧ୍ୟରେ ପାର୍ଥକ୍ୟ କ’ଣ? ଜାଣନ୍ତୁ ଆପଣଙ୍କ ଉପରେ ପଡିବ କିପରି ପ୍ରଭାବ

9/04/2020 at 1:25 PM

ନୋଭେଲ କରୋନା ଭାଇରସ୍ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଦିନକୁ ଦିଗୁଣ ରାତି ୪ଗୁଣା ହାରରେ ସଂକ୍ରମଣ ଯୋଗୁ ଶହଶହ ଲୋକେ ସଂକ୍ରମିତ ହେଉଛନ୍ତି। ତେବେ ଭାରତରେ ସରକାର ପ୍ରଥମରୁ ସତର୍କତା ଅବଲମ୍ବନ କରୁଥିବା ବେଳେ ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବା ଲାଗି ସରକାର ଦେଶକୁ ୨୧ ଦିନିଆ ଲକଡାଉନ୍‌ରେ ରଖିଛନ୍ତି। ଏହା ସତ୍ତ୍ୱେ ଥମୁନି କରୋନା ସଂକ୍ରମଣ । ଏଣୁ ସରକାର ହଟ୍‌ସ୍ପଟ୍‌ ଚିହ୍ନଟ କରି ଏରିଆ ସିଲ୍ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ଲକଡାଉନ୍‌ ଓ ହଟ୍‌ସ୍ପଟ୍‌ ସିଲ୍‌ ମଧ୍ୟରେ ପାର୍ଥକ୍ୟ କ’ଣ ଓ କିପରି ରହିବ ଆପଣଙ୍କ ଉପରେ ଏହାର ପ୍ରଭାବ।

ସରକାର ଦେଶରେ ଲକଡାଉନ୍‌ ଜାରି କରିବା ବେଳେ ଜରୁରି ଅତ୍ୟାବଶକୀୟ ସାମଗ୍ରୀ ସଂଗ୍ରହରେ କଟକଣା ଜାରି କରିନଥିଲେ। ଏଣୁ ଲୋକେ ସତର୍କତା ସ୍ୱରୂପ ଘରେ ରହିବା ସହ ଆବଶ୍ୟକ ବେଳେ ବାହାରକୁ ଯାଇ ସାମଗ୍ରୀ ସଂଗ୍ରହ କରିପାରୁଛନ୍ତି। ଦେଶରେ ଗତ ମାର୍ଚ୍ଚ ୨୫ ତାରିଖରୁ ଲକଡାଉନ୍‌ ଜାରି ରହିଛି। ଏହା ସତ୍ତ୍ୱେ ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି। ମହାରାଷ୍ଟ୍ର, ରାଜସ୍ଥାନ, କେରଳ, ମଧ୍ୟପ୍ରଦେଶ ଓ ରାଜଧାନୀ ଦିଲ୍ଲୀରେ ପରିସ୍ଥିତି ବିଗିଡି ଯାଇଛି।

ଏଣୁ ଲକଡାଉନ ସତ୍ତ୍ୱେ ବଢୁଥିବା ସଂକ୍ରମଣ ରୋକିବା ଲାଗି ହଟ୍‌ସ୍ପଟ୍‌ ଚିହ୍ନଟ କରି ଏରିଆ ସିଲ୍ କରିବା ଏବେ ଜରୁରି ହୋଇଯାଇଛି। ଏଥିରେ ଲୋକଙ୍କ ଘରୁ ପଦାକୁ ବାହାରିବାରେ କଟକଣା ଜାରି କରାଯିବା ସହ ସମ୍ପୃକ୍ତ ଅଞ୍ଚଳର ଦୋକାନ ବଜାରକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ଏହା ଦ୍ୱାରା ଲୋକଙ୍କ ସହ ଲୋକଙ୍କ ଦୂରତା ବଢିବା ସହ ସଂକ୍ରମଣ ଶୃଙ୍ଖଳା ଛିନ୍ନ ହେବ ବୋଲି ଆଶା କରାଯାଉଛି।

ତେବେ ହଟ୍‌ସ୍ପଟ୍‌ ସିଲ ଯୋଗୁ ଲୋକଙ୍କୁ ଖୀର ଓ ଦୈନିକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସଂଗ୍ରହ ଲାଗି ମଧ୍ୟ ଅନୁମତି ନାହିଁ। ଏଣୁ ଘରେ ଲୋକେ ବନ୍ଦୀ ହୋଇଯାଉଛନ୍ତି। ଉପୁଜିଥିବା ପରିସ୍ଥିତିରେ କୌଣସି ବି ସ୍ଥାନରେ ଏଭଳି କଟକଣା ଜାରି ହୋଇପାରେ। ଏଣୁ ଏଥିପ୍ରତି ସର୍ବଦା ସତର୍କ ରହିବା ସହ ସାଧାରଣ ସମୟ ଭଳି ଦୈନିକ ବଜାରକୁ ଯାଇ ରେସନ ଓ ତାଜା ପରିବା ସଂଗ୍ରହ କରିବା ବଦଳେ ଥରକେ କିଛି ଦିନ ପାଇଁ କିଣି ଘରେ ମହଜୁଦ ରଖନ୍ତୁ। କାରଣ ଆପଣଙ୍କ ଅଞ୍ଚଳରୁ ଯଦି କେହି ସଂକ୍ରମିତ ଠାବ ହୁଅନ୍ତି ତେବେ ହୁଏତ ଆପଣଙ୍କ ଅଞ୍ଚଳକୁ ମଧ୍ୟ କିଛି ଘଣ୍ଟା ଲାଗି ସିଲ କରିଦିଆଯାଇପାରେ। ହୁଏତ ଏହା ୭୨ ଘଣ୍ଟା ଲାଗି ହୋଇପାରେ।

ଦେଶ ବିଭିନ୍ନ ସହରାଞ୍ଚଳରେ ସଂଖ୍ୟାଧିକ ସଂକ୍ରମିତ ଲୋକେ ମିଳୁଛନ୍ତି। ଏଣୁ ଯେଉଁ ଅଞ୍ଚଳରୁ ଅଧିକ ଲୋକେ ମିଳୁଛନ୍ତି ସେହି ଅଞ୍ଚଳକୁ ହଟ୍‌ସ୍ପଟ୍ ଚିହ୍ନଟ କରାଯିବା ସହ ଅଞ୍ଚଳ ସିଲ ହେଉଛି। ଏଥିରେ ଉତ୍ତରପ୍ରଦେଶ, ଦିଲ୍ଲୀ ଓ ମଧ୍ୟପ୍ରଦେଶ ଆଦି ରାଜ୍ୟର  ଜିଲ୍ଲା ସିଲ ହେବା ଏବେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ତେବେ ସରକାର ଜିଲ୍ଲା ନୁହେଁ ସଂକ୍ରମଣ ଅଞ୍ଚଳ ଚିହ୍ନଟ କରି ସିଲ କରାଯିବ ବୋଲି କହିଛନ୍ତି ରାଜ୍ୟ ସରକାର ।

   Related Posts