ଜାଣନ୍ତୁ ଭାଙ୍ଗ ଓ ଗଞ୍ଜେଇ ମଧ୍ୟରେ ଫରକ କ’ଣ? ଗୋଟିଏ ଅବୈଧ ତ ଅନ୍ୟଟି କାହିଁକି ବିକ୍ରି ହେଉଛି ପଟ୍ଟାରେ ?

Published By : Prameya-News7 Bureau | March 10, 2021 IST

ନୂଆଦିଲ୍ଲୀ : ସାରା ଦେଶରେ ଗୁରୁବାର ପାଳିତ ହେବ ମହାଶିବରାତ୍ରି। ଏଣୁ ଶିବରାତ୍ରି ସହ ଭାଙ୍ଗକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା। ଯେଉଁଥିରେ ଏବେ ଅନେକ କଥା ଆଲୋଚନା ହେଉଛି। କେତେକ ଭାଙ୍ଗକୁ ଭଗବାନ ଶଙ୍କରଙ୍କ ପ୍ରିୟ ବୋଲି କହୁଛନ୍ତି। ଖାସ ଏଥି ଲାଗି ଲୋକେ ଶିବ ମନ୍ଦିରରେ ଭାଙ୍ଗ ଅର୍ପଣ କରନ୍ତି। ଯେହେତୁ ଶିବଙ୍କ ପୂଜାରେ ଲାଗୁଛି ଏଣୁ ଲୋକେ ପ୍ରସାଦ ଭାବେ ଭାଙ୍ଗ ସେବନ ମଧ୍ୟ କରୁଛନ୍ତି।

{"id":420777,"width":579,"height":325,"sizeSlug":"large","linkDestination":"none"}

ଭାଙ୍ଗ ଖାଇଲେ ନିଶା ହୁଏ ସମସ୍ତେ ଜାଣନ୍ତି। ତେବେ କେତେକ ଏହାକୁ ସ୍ୱାସ୍ଥ୍ୟପକ୍ଷେ ହୀତକର କହୁଛନ୍ତି। ଏଣୁ ଭାଙ୍ଗକୁ ନେଇ ଚର୍ଚ୍ଚା ହେଉଥିବାରୁ ଗଞ୍ଜେଇ ବାଦ ପଡନ୍ତା ବା କିପରି। ଏଣୁ ଭାଙ୍ଗ ସହ ଲୋକେ ଗଞ୍ଜେଇ ସେବାରେ ମଧ୍ୟ ଲାଗିପଡିଛନ୍ତି। ଭାଙ୍ଗ ଓ ଗଞ୍ଜେଇ ଗୋଟିଏ ପ୍ରଜାତିର, ହେଲେ ବଜାରରେ ଭାଙ୍ଗ ବିକ୍ରି ହୋଇପାରୁଥିବା ବେଳେ ଗଞ୍ଜେଇ ବିକ୍ରିରେ କିନ୍ତୁ କଟକଣା ରହିଛି।

{"id":420780,"width":578,"height":463,"sizeSlug":"large","linkDestination":"none"}

ଯଦି ଭାଙ୍ଗ ଓ ଗଞ୍ଜେଇ ଗୋଟିଏ ପରିବାରର ତେବେ ଉଭୟ ନିଶାଦ୍ରବ୍ୟ ଲାଗି ଅଲଗା ଅଲଗା ନିୟମ ଓ ଆଇନ କାହିଁକି ଆସନ୍ତୁ ଜାଣିବା।

{"id":420781,"width":579,"height":377,"sizeSlug":"large","linkDestination":"none"}

କେତେକ ଲୋକ ଭାଙ୍ଗ ଓ ଗଞ୍ଜେଇକୁ ଅଲଗା ଅଲଗା ଭାବନ୍ତି। ହୁଏତ ସେମାନଙ୍କ ଭାବନା ଠିକ ନୁହେଁ କି ପୁରା ଭୁଲ ବି ନୁହେଁ। ବାସ୍ତବତା ହେଉଛି ଭାଙ୍ଗ ଓ ଗଞ୍ଜେଇ ବୃକ୍ଷ ଏକାପରି। ତେବେ ଏହା ପୁରୁଷ ଓ ସ୍ତ୍ରୀ ପ୍ରଜାତିରେ ପୃଥକ ହୋଇଛି। ପୁରୁଷ ବୃକ୍ଷରୁ ଭାଙ୍ଗ ମିଳୁଥିବା ବେଳେ ଏହାର ସ୍ତ୍ରୀ ପ୍ରଜାତିରୁ ଗଞ୍ଜେଇ ସଂଗ୍ରହ ହୁଏ।

ସମାନ ଗଛରୁ ଭାଙ୍ଗ ଓ ଗଞ୍ଜେଇ ସଂଗ୍ରହ ହୋଇ ନଥାଏ। ଯେଉଁ ଗଛରେ ଫୁଲ ଆସିଥାଏ ସେହି ଫୁଲ ସୁଖି ଗଞ୍ଜେଇରେ ରୂପାନ୍ତରିତ ହୁଏ। ଏହାକୁ ପୋଡି ଧୂଆଁ ଆକରରେ ବ୍ୟବହାର କରାଯାଏ ଓ ତତ୍କାଳ ନିଶା ହୁଏ। ତେବେ ପତ୍ରକୁ ଭାଙ୍ଗ ଭାବେ ବ୍ୟବହାର କରାଯାଏ। ସୁଖିଲା ପତ୍ରକୁ ପାଣିରେ ଭିଜାଇ ଏହାକୁ ବାଟି ଲୋକେ ପଣା ଅଥବା ସର୍ବତରେ ପିଅନ୍ତି।

{"id":420782,"sizeSlug":"large","linkDestination":"none"}

ଦେଶରେ ଭାଙ୍ଗ ଓ ଗଞ୍ଜେଇର ଆଗରୁ ଅବାଧ କାରବାର ଥିଲା। ତେବେ ଏହା ନିଶାଦ୍ରବ୍ୟ ହୋଇଥିବା ଯୋଗୁ ୧୯୮୫ ମସିହାରେ ତତ୍କାଳୀନ ସରକାର ଏହାକୁ ନାରକୋଟିକ ଡ୍ରଗସ୍ ଏଣ୍ଡ ସାଇକୋଟ୍ରପିକ ସାବଷ୍ଟାନସେସ୍ ଆକ୍ଟ (ଏନଡିପିଏସ୍‌) ଆଇନରେ ନିଷିଧ କରିଥିଲେ। ତେବେ ଏଥିରେ ଭାଙ୍ଗକୁ ସରକାରୀ ପଟ୍ଟା ଦୋକାନରେ ବିକ୍ରି ଅନୁମତି ମିଳିଥିବା ବେଳେ ଗଞ୍ଜେଇ ଉପରେ କଟକଣା ରହିଛି।

ଗଞ୍ଜେଇ ଗଛରୁ ଚରସ, ହାସିସ୍‌ ଓ ହାସ୍‌ ଆଦି ପ୍ରସ୍ତୁତ ହେଉଛି। ଏଣୁ ଏପରି ମାଦକଦ୍ରବ୍ୟର ଗଛ ଲଗାଇବା ଓ ବଡ କରିବା ଉପରେ ସରକାରୀ କଟକଣା ରହିଛି। ଏହି ବୃକ୍ଷର ରେଜିନରୁ ଚରସ, ହାସିସ ଆଦି ପ୍ରସ୍ତୁତ ହେଉଛି। ଯାହା ସମ୍ପୂର୍ଣ୍ଣ ଅବୈଧ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.