୧୩ ତାରିଖରେ ଶରଦ ପୂର୍ଣ୍ଣିମା, ଏହି ଦିନ ଘରେ କରନ୍ତୁ ସତ୍ୟନାରାୟଣ ପାଲା

Published By : Prameya-News7 Bureau | October 10, 2019 IST

ଅକ୍ଟୋବର ୧୩ ତାରିଖ ଆଶ୍ୱିନ ମାସର ଅନ୍ତିମ ଦିନ। ଏହି ଦିନ କୁ ଶରଦ ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ। ଏହି ଦିନ ଚନ୍ଦ୍ର ସମସ୍ତ ଷୋଳକଳା ଲାଭ କରି ପୃଥିବୀ ଉପରେ ଜ୍ୟୋତ୍ସ୍ନା ବର୍ଷା କରନ୍ତି। ଯେଉଁପରି ସୂର୍ଯ୍ୟଙ୍କ କିଣର ସ୍ୱାସ୍ଥ୍ୟ ଲାଗି ହିତ ସେହିପରି ସରଦ ପୂର୍ଣ୍ଣିମା ରାତିରେ ଜହ୍ନ ଜ୍ୟୋତ୍ସ୍ନାରେ ବସିବା ସ୍ୱସ୍ଥ୍ୟ ଲାଗି ଲାଭପ୍ରଦ ବୋଲି କୁହାଯାଏ। ସେଦିନ ଜହ୍ନ ରାତିରେ ବସିଲେ ମନ ଶାନ୍ତ ରହେ ବୋଲି ମାନ୍ୟତା ରହିଛି। ଶରଦ ପୂର୍ଣ୍ଣିମା ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଆସନ୍ତୁ ଜାଣିବା କାରଣ।

{"id":168613}

କୁହାଯାଏ ଏହି ଦିନ ରାତିରେ ଲକ୍ଷ୍ମୀଙ୍କ ଧରା ଆଗମନ ହୁଏ। ଏଣୁ ଲୋକେ ମାଙ୍କ ସ୍ୱାଗତ ଲାଗି ରାତି ଉଜାଗର ରହନ୍ତି। ଏହି ଦିନ ଯଦି ଘରେ ସତ୍ୟନାରାୟଣ ପାଲା କରାଯାଏ ଗୃହସ୍ୱାମୀଙ୍କୁ ଅନେକ କଷ୍ଟରୁ ମୁକ୍ତି ମିଳିଥାଏ। ବିଷ୍ଣୁଙ୍କ ଆଶିର୍ବାଦ ସାଙ୍ଗକୁ ମାତା ଲକ୍ଷ୍ମୀଙ୍କ କରୁଣା ମଧ୍ୟ ପ୍ରାପ୍ତ ହୁଏ। ଏଣୁ ଏହି ଦିନ ବିଷ୍ଣୁଙ୍କୁ କଦଳି ଭୋଗ କରିବାର ପ୍ରଥା ରହିଛି। ଘର ଧନଧାନ୍ୟ ଭରା ରହିବା ଲାଗି ଏହି ଦିନ ରାତିରେ ଘରେ ଲକ୍ଷ୍ମୀଙ୍କ ଆବାହନ କରାଯାଏ।  

{"id":168614,"width":577,"height":400}

ଏହି ଦିନ ରାତିରେ ଘର ଛାତ ଉପରେ ଅଥବା ଖୋଲା ଅଗଣାରେ ସ୍ପଷ୍ଟ ଚନ୍ଦ୍ରଙ୍କ କିରଣ ପଡୁଥିବା ସ୍ଥାନରେ ଖୀରି ରାନ୍ଧି ଭୋଗ କରାଯାଏ। ଏହା ଦ୍ୱାରା କୁହାଯାଏ ଲକ୍ଷ୍ମୀଙ୍କ କରୁଣା ପ୍ରାପ୍ତ ହୁଏ। ଏହି ଖୀରି ସ୍ୱାସ୍ଥ୍ୟ ପକ୍ଷେ ମଧ୍ୟ ହିତକର ବୋଲି କୁହାଯାଏ। ରନ୍ଧା ଯାଇଥିବା ଖୀରିକୁ ଲକ୍ଷ୍ମୀଙ୍କୁ ମଧ୍ୟ ଭୋଗ ରାଯିବା କଥା। ଯଦି ଏହି ଖୀରି ଶିବଙ୍କୁ ଭୋଗ ଲାଗି କରାଯାଏ ଅଶେଷ ପୂଣ୍ୟ ମିଳିଥାଏ ବୋଲି କୁହାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.