AK-47ର ଅର୍ଥ କଣ ଜାଣିଛନ୍ତି କି ? ପଢନ୍ତୁ ଏହି ରିପୋର୍ଟ

Published By : Prameya-News7 Bureau | January 29, 2019 IST

ଦୁନିଆର ସବୁଠୁ ପ୍ରସିଦ୍ଧ ରାଇଫଲ AK-47 ବୋଲି ସମସ୍ତେ ଜାଣନ୍ତି। ଏହାର କିଣାବିକା ମଧ୍ୟ ଅଧିକ ହୋଇଥାଏ। ଆଜି ଆମେ ଜାଣିବା AK-47 ରାଇଫଲ ସହ ଜଡ଼ିତ କେତେକ ତଥ୍ୟ ବିଷୟରେ

{"id":79459,"width":596,"height":340}

ରୁଷର ସୈନିକ ମିଖାଇଲ କାଲାସ୍ନିକୋଭ ସର୍ବପ୍ରଥମେ AK-47 ତିଆରି କରିଥିଲେ। ବାସ୍ତବରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ତାଙ୍କ କାନ୍ଧରେ ଆଘାତ ଲାଗିବା ଫଳରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେତେବେଳେ ସୈନିକମାନେ ବ୍ୟବହାର କରୁଥିବା ରାଇଫଲରେ ତୃଟି ଯୋଗୁଁ  ଆହତ ହେଉଛନ୍ତି ବୋଲି ସୈନିକମାନେ ଅଭିଯୋଗ କରିଥିଲେ । ଏହା ଶୁଣିବାପରେ ଏକ ଉନ୍ନତମାନର ରାଇଫଲ ନିର୍ମାଣ ପାଇଁ ନିଷ୍ପତି ନେଇଥିଲେ କାଲାସ୍ନିକୋଭ , ଯାହା ସୈନିକଙ୍କ ଜୀବନ ବଦଳାଇଦେଇଥିଲା।

{"id":79460,"width":598,"height":299}

ସେ ଏକ ହତିଆର ଡିଜାଇନର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୧୯୪୨ମସିହାରୁ ୧୯୪୭ମସିହା ମଧ୍ୟରେ ସେ ଏକ ରାଇଫଲ ପ୍ରସ୍ତୁତ କରିଥିଲେ , ଯାହାର ନାଁ AK-47 ରଖିଥିଲେ। ଏହାକୁ ଆଭତୋମାଟ୍ କାଲାସ୍ନିକୋଭ -47 ଏଥିପାଇଁ କୁହାଯାଇଥାଏ । ଏହା ୧୯୪୭ମସିହାରେ ପ୍ରସ୍ତୁତ କରାଯାଇଥିଲା ଏବଂ ଏହା ପୃଥିବୀରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ବନ୍ଧୁକ । ଏହା ଏପରି ଏକ ରାଇଫଲ ଯାହାକୁ ଅତି ସହଜରେ ସମସ୍ତେ ଚଲାଇ ପାରିବେ।  ଏହା ଯେକୈାଣସି ବାତାବରଣରେ ସହଜରେ ବ୍ୟବହାର କରାଯାଇପାରିବ।

{"id":79461,"width":595,"height":334}

ଏହାର ନକଲ କରିବା ଅତ୍ୟନ୍ତ ସହଜ । ଏହି ରାଇଫଲର ୬ଟି ଅଂଶ ରହିଥାଏ । ଏହି ୬ଟି ଅଂଶକୁ ୧ମିନିଟରୁ କମ୍ ସମୟ ମଧ୍ୟରେ ଯୋଡ଼ା ଯାଇ ପାରିବ। ଏହା ଅତ୍ୟନ୍ତ ନିର୍ଭରଯୋଗ୍ୟ ମାରଣାସ୍ତ୍ର ହୋଇଥିବାରୁ AK-47ର ବେଆଇନ୍ କାରବାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ବେଆଇନ୍ କାରବାର କରୁଥିବା ଅପରାଧୀମାନେ ମଧ୍ୟ ଧରା ପଡ଼ୁଥିବାର ସୂଚନା ମିଳୁଛି।

{"id":79462,"width":594,"height":408}

ଆତଙ୍କବାଦୀମାନେ ସବୁଠୁ ବେଶୀ AK-47 ବନ୍ଧୁକ ବ୍ୟବହାର କରିଥାଆନ୍ତି । କାରଣ ଏହାକୁ ରିଲୋଡ ହେବାକୁ ମାତ୍ର ୨.୫ସେକେଣ୍ଡର ସମୟ ଲାଗିଥାଏ ଏବଂ ବନ୍ଧୁକର ନଳୀରୁ ଗୁଳି ଛୁଟିବାର ଗତି ପ୍ରତି ସେକେଣ୍ଡକୁ ୭୧୦ମିଟର ହୋଇଥାଏ। ଏହାକୁ ଚଲାଇବା ପାଇଁ କାହାର ଆବଶ୍ୟକତା ପଡ଼ିନଥାଏ। ଏହାର ବିଶେଷତ୍ବ ହେଉଛି ଏହି ବନ୍ଧୁକ ପାଣି ଭିତରେ ମଧ୍ୟ ଲକ୍ଷ୍ୟଚ୍ୟୁତ ହୋଇନଥାଏ।

{"id":79463,"width":596,"height":395}

ଏହାକୁ ଫୁଟାଇବା ପାଇଁ କଡ଼ା ନିୟମ ଲାଗୁ ହୋଇଛି। କୈାଣସି ଦେଶର ସାଧାରଣ ଜନତା ନିଜ ପାଖରେ AK-47 ରଖିନଥାନ୍ତି। ଭାରତରେ ଆଇନ୍ ସବୁଠାରୁ କଡ଼ା। ବେଆଇନ ଭାବେ AK-47 ରଖିଥିବା ଅଭିଯୋଗରେ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା।

{"id":79464,"width":598,"height":336}

ଏହା ଅତ୍ୟନ୍ତ ଶକ୍ତିଶାଳୀ ରାଇଫଲ ହୋଇଥାଏ ଯାହାକୁ ସେନାବାହିନୀରେ ଅଧିକ ସଂଖ୍ୟାରେ ବ୍ୟବହାର କରାଯାଇଥାଏ। ଏହା ରଖିବାପାଇଁ ଲାଇସେନ୍ସର ଆବଶ୍ୟକତା ପଡ଼ିଥାଏ ଏବଂ ପାଖାପାଖି ୩୦ଟି ଦେଶରେ ଏହା ପ୍ରସ୍ତୁତ କରିବାକୁ ଅନୁମତି ଦିଆଯାଇଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.