ଜୁନ ମାସରେ ଏହିଦିନ ସବୁ ବନ୍ଦ ରହିବ ବ୍ୟାଙ୍କ, ଘରୁ ବାହାରିବା ପୂର୍ବରୁ ଜାଣନ୍ତୁ କେବେ ଖୋଲା ବ୍ୟାଙ୍କ

Published By : Prameya-News7 Bureau | May 26, 2021 IST

ନୂଆଦିଲ୍ଲୀ, ୨୬।୫: କରୋନାର ଦ୍ଵିତୀୟ ଲହର ସାରା ଦେଶରେ ପ୍ରଭାବ ପକାଇଛି l ଏହି ପରିସ୍ଥିତିରେ ଗ୍ରାହକ ମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟାଙ୍କ ଅନଲାଇନ ସହିତ ଗ୍ରହକଙ୍କୁ ଯୋଡ଼ିବାକୁ ପ୍ରୟାସ କରୁଛନ୍ତି l ସେମାନଙ୍କୁ ଯେପରି ବ୍ରାଞ୍ଚକୁ ଆସିବାକୁ ପଡିବ ନାହିଁ l ଲକଡାଉନ କାରଣରୁ ମଧ୍ୟ ବ୍ୟାଙ୍କର କାର୍ଯ୍ୟ ସୀମିତ କରାଯାଇଛି l

ଜୁନ ମାସରେ ବ୍ୟାଙ୍କ ନଅ ଦିନ ବନ୍ଦ ରହିବ l ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ଗୁଡିକର ଛୁଟି ଲିଷ୍ଟ ଜାରି କରାଯାଇଛି l ଆରବିଆଇ ରାଜ୍ୟ ହିସାବରେ ସମସ୍ତ ବ୍ୟାଙ୍କର ଛୁଟି ପ୍ରସ୍ତୁତ କରିଥାଏ l ଜୁନ ମାସରେ ସମସ୍ତ ସାପ୍ତାହିକ ଛୁଟିକୁ ମିଶାଇ ଏବଂ ଅନ୍ୟ ଛୁଟିକୁ ମିଶାଇ ନଅ ଦିନ ବ୍ୟାଙ୍କ ବନ୍ଦ ରହିବ l

କେବେ କେବେ ବନ୍ଦ ରହିବ ବ୍ୟାଙ୍କ-

6 ଜୁନ -ରବିବାର

12 ଜୁନ - ଦ୍ଵିତୀୟ ଶନିବାର

13 ଜୁନ - ରବିବାର

15 ଜୁନ - ମିଥୁନ ସଂକ୍ରାନ୍ତି ବା ରଜ ପର୍ବ

20 ଜୁନ - ରବିବାର

25 ଜୁନ - ଗୁରୁ ହରଗୋବିନ୍ଦ ଜୟନ୍ତୀ

26 ଜୁନ - ଶେଷ ଶନିବାର

27 ଜୁନ - ରବିବାର

30 ଜୁନ- ରେମନା ନି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.