ଏକ ଏପରି ଦେଶ ଯେଉଁଠି ଦେଖିବାକୁ ମିଳନ୍ତିନି ଗୋଟିଏ ବି ସାପ, ଜାଣନ୍ତୁ କେଉଁଠି

Published By : Prameya-News7 Bureau | September 20, 2019 IST

କୁହାଯାଏ ବ୍ରାଜିଲ ସାପଙ୍କ ଦେଶ। କାରଣ ଏଠାରେ ସାପଙ୍କର ଯେତେ ପ୍ରଜାତି ଦେଖଯାଆନ୍ତି ତାହା ବିଶ୍ୱର ଅନ୍ୟ କୌଣସି ଦେଶରେ ମିଳେନା। ତେବେ ଆୟର୍ଲ୍ୟାଣ୍ଡ ହେଉଛି ଏହାର ବିପରୀତ । ଏଠାରେ ଗୋଟିଏବି ସାପ ଦେଖାଯାଆନ୍ତିନି। ଏଣୁ ଦେଶର ଲୋକେ ସାପ କେଉଁ ପ୍ରକାର ଜୀବ ତାହା ଜାଣିବି ନାହାନ୍ତି। ହେଲେ ଏହି ଦେଶରେ କାହିଁକି ସାପ ନାହାନ୍ତି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ନ ହୋଇ ରହି ପାରିବେନାହିଁ । ତେବେ  କାରଣ ଜାଣିବା ପୂର୍ବରୁ ଆସନ୍ତୁ ଜଣିବା ଆୟର୍ଲ୍ୟାଣ୍ଡକୁ ।

{"id":160269,"width":580,"height":385}

ଆୟର୍ଲ୍ୟାଣ୍ଡ ଖ୍ରୀଷ୍ଟପୂର୍ବ ୧୨୮୦୦ ବର୍ଷରୁ ବି ଅଧିକ କାଳ ହେଲା ମାନବ ବ୍ୟବହୃତ ଏକ ପ୍ରାଚୀନ ଦେଶ। ଆଉ ଗୋଟିଏ ରୋଚକ କଥା ହେଉଛି ଏଠାରେ ୯୦୦ ମସିହାରେ ଏକ ବାର ସ୍ଥାପିତ ହୋଇଥିଲା, ଯାହାର ନାମ ଥିଲା ‘ସିନ୍ସ ବାର’। ଏହି ବାରଟି ଯେଉଁସ୍ଥାନରେ ଯେମିତି ଥିଲା ଆଜିବି ସେହି ସ୍ଥାନରେ ସେମିତି କାରବାର କରୁଛି। ବିଶ୍ୱ ଇତିହାସ ସହ ଆୟର୍ଲ୍ୟାଣ୍ଡର ଆଉ ଏକ ସମ୍ପର୍କ ବି ରହିଛି। ତାହା ହେଉଛି ‘ଟାଇଟନିକ’ ଜାହାଜ। ଉତ୍ତର ଆୟର୍ଲ୍ୟାଣ୍ଡର ବେଲଫାଷ୍ଟ ସହରରେ ଏହି ବିଳାଶମୟ ପାଣି ଜାହାଜଟି ନିର୍ମିତ ହୋଇଥିଲା, ଯାହା ପ୍ରଥମ ଯାତ୍ରାରେ ୧୯୧୨ ମସିହା ଏପ୍ରିଲ ୧୪ ତାରିଖ ଦିନ ସମୁଦ୍ରରେ ବୁଡି ଯାଇଥିଲା।

{"id":160270}

ଆୟର୍ଲାଣ୍ଡ ବିଷୟରେ ଆଉ ଯେଉଁ ରୋଚକ ବିଷୟଟି ରହିଛି ତାହା ହେଉଛି ଏଠାରେ ଦେଖିବାକୁ ମିଳୁଥିବା ପୋଲାର ବିୟର ବା ଧ୍ରୁବିୟ ଭାଲୁ। ବିଶ୍ୱରେ ଥିବା ଏହି ପ୍ରଜାତିର ସମସ୍ତ ଭାଲୁ ଏଠାରେ ୫୦ ହଜାର ବର୍ଷ ପୂର୍ବେ ଥିବା ଧୂଷର ମାଈ ଭାଲୁର ସନ୍ତାନ ବୋଲି କୁହାଯାଏ। ତେବେ ହଜାର ହଜାର ବର୍ଷର ଇତିହାସ ବହନ କରୁଥିବା ଆୟର୍ଲ୍ୟାଣ୍ଡ ଲୋକେ ସାପ କିଭଳି ଜୀବ ତାହା ଜୀବନ୍ତ ଦେଖି ନାହାନ୍ତି। ଦେଶରେ ସାପ କାହିଁକି ନାହାନ୍ତି ସେ ନେଇ ଏକ ରୋଚକ କାହାଣୀ ବି ରହିଛି। ତେବେ ଆସନ୍ତୁ ଜାଣିବା କହାଣୀଟି କଣ

{"id":160272}

କୁହାଯାଏ ଦେଶକୁ ଇଶାୟୀ ଧର୍ମ ପ୍ରଚାର ନିମନ୍ତେ ଆସିଥିବା ସେଣ୍ଟ ପେଟ୍ରିକ୍ ନାମକ ସନ୍ଥ ଦେଶକୁ ସାପମୁକ୍ତ କରିଦେଇଥିଲେ। ସେ ୪୦ ଦିନ ଲାଗି ଆୟର୍ଲ୍ୟାଣ୍ଡର ସବୁ ସାପଙ୍କୁ ସମୁଦ୍ରରେ ଫିଙ୍ଗି ଦେଇଥିଲେ। ସେବେଠାରୁ ଦେଶରେ କେବେ ସାପ ଆଉ ଦେଖାଯାଇନାହାନ୍ତି। ତେବେ ଏହା କାହାଣୀ ମାତ୍ର। ହେଲେ ଦେଶର ଭୌଗଳିକ ସ୍ଥିତି ହିଁ ଏହାର ଅନ୍ୟତମ କାରଣ ବୋଲି କହନ୍ତି ବୈଜ୍ଞାନିକ। ଦେଶରେ ଉଦ୍ଧାର ହୋଇଥିବା ଜୀବାସ୍ମରେ  ସାପର ନମୁନା ମିଳି ନାହିଁ। ଏଣୁ ଏଠାରେ ସାପ ପ୍ରଥମରୁ ହିଁ ନାହାନ୍ତି। ଅତ୍ୟାଧିକ ଥଣ୍ଡା ଯୋଗୁ ଏଠାରେ ସାପ ବଞ୍ଚିବା କଷ୍ଟକର। ଏଣୁ ଦେଶରେ ସାପ ହିଁ ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.