face bookରେ ଉଦ୍ଧବ ଠାକରେଙ୍କ ବିରୋଧରେ ଲେଖିବା ଯୁବକଙ୍କୁ ପଡିଲା ମହଙ୍ଗା, ଜାଣନ୍ତୁ କ'ଣ କଲେ ଶିବ ସୈନିକ

Published By : Prameya-News7 Bureau | December 23, 2019 IST

ମୁମ୍ବାଇ ୨୩।୧୨:  ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ବିରୋଧରେ ସୋସିଆଲ ମିଡିଆ ଫେସ୍‌ ବୁକ୍‌ରେ ଏଣୁତେଣୁ ଲେଖିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ବଡଲା ଅଞ୍ଚଳରେ ରହୁଥିବା ଏହି ଯୁବକକୁ ଶିବସୈନିକମାନେ ଖୋଜି ବାହାର କରିବା ସହ ତାକୁ ମରାପିଟା କରି ନଣ୍ଡା କରିଦେଇଛନ୍ତି। ଦିଲ୍ଲୀ ଜାମିଆ ମିଲିଆ ପ୍ରସଙ୍ଗରେ ଉଦ୍ଧବଙ୍କ ବୟାନକୁ ନେଇ ଯୁବକ ସୋସାଲ ମିଡିଆରେ ବିବାଦୀୟ ପୋଷ୍ଟ କରୁଥିଲା। ଏହାକୁ ନେଇ ଶିବସେନା ସମର୍ଥକ ଭଡକିବା ସହ ଏଭଳି କାଣ୍ଡ କରିଛନ୍ତି।

{"id":201651,"width":570,"height":561,"sizeSlug":"large"}

ଉଦ୍ଧବ ଡିସେମ୍ବର ୧୫ ତାରିଖରେ ଜାମିଆମିଲିଆରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ 'ଜାଲିଆନାୱାଲା କାଣ୍ଡ' ସହ ତୁଳନା କରିଥିଲେ। ତେବେ ରାହୁଲ ତିୱାରୀ ନାମରେ ଜଣେ ଫେସବୁକ୍ ଆକାଉଣ୍ଟ ଧାରୀ ଏହାକୁ ନେଇ ଏଣୁତେଣୁ ପୋଷ୍ଟ କରିଥିଲେ। ଜନୈକ ଅଧିକାରୀ ଯୁବକଙ୍କୁ ହୀରାମଣୀ ତିୱାରୀ ଭାବେ ଚିହ୍ନଟ କରିଛନ୍ତି। ତେବେ ସେ  ରାହୁଲ ତିୱାରୀ ନାମରେ ଫେସବୁକ୍‌ରେ ଫେକ୍ ଆକାଉଣ୍ଟ ଖୋଲି ଏପରି ବିବାଦୀୟ ପୋଷ୍ଟ କରନ୍ତି ବୋଲି ଜଣାପଡିଛି।

{"id":201652,"width":577,"height":377,"sizeSlug":"large"}

ତେବେ ତିୱାରୀ କରିଥିବା ପୋଷ୍ଟକୁ ପରେ ହଟାଇ ଦେଇଥିଲେ। ହେଲେ ତାଙ୍କୁ ଖୋଜୁଥିବା ଶିବସେନା ନେତା ଜୁକଦେବ ଓ ପ୍ରକାଶ ହସବେ ତାଙ୍କୁ ଶାନ୍ତିନଗରରେ ରହୁଥିବା ଘର ସମ୍ମୁଖରେ ପାଇଯାଇଥିଲେ। ତାଙ୍କୁ ମାରପିଟ କରିବା ସହ ଜୋର ଜବରଦସ୍ତ ନଣ୍ଡା କରିଥିଲେ। ଏ ନେଇ ତିୱାରୀ ବଡଲା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ବଡଲା ପୋଲିସ ଉଭୟପକ୍ଷଙ୍କୁ ନୋଟିସ ଜାରି କରିଥିବା ଜଣାପଡିଛି। ତିୱାରୀ ଫେସବୁକ୍‌ରେ ତାଙ୍କର ଅଭିବ୍ୟକ୍ତିର ଅଧିକାର ସାବ୍ୟସ୍ତ କରିଥିଲେ। ତେବେ ଏଥିଲାଗି ଶାସକ ଦଳର ଗୁଣ୍ଡା ତାଙ୍କୁ ମାରପିଟ୍ ଓ ନଣ୍ଡା କରିଥିବା ଅଭିଯୋଗ କରିଛନ୍ତି। ପୋଲିସ ତାଙ୍କ ବୟାନ ରେକର୍ଡ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.