Budget 2020: କ'ଣ ଚାହୁଁଥିଲା କର୍ପୋରେଟ୍ ସେକ୍ଟର, ଜାଣନ୍ତୁ କ'ଣ ଦେଇଛି ପ୍ରତିକ୍ରିୟା

Published By : Prameya-News7 Bureau | February 01, 2020 IST

ନୂଆଦିଲ୍ଲୀ ୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଦ୍ୱିତୀୟ ବଜେଟ୍ ସଂସଦରେ ଉପସ୍ଥାପିତ ହୋଇଛି। ନିର୍ମଳା ସୀତାରମଣ ତାଙ୍କର ଦ୍ୱିତୀୟ ବଜେଟ୍‌ରେ ବିଭିନ୍ନ ପ୍ରକାର ଯୋଜନା ଓ ଘୋଷଣା ସମ୍ପର୍କରେ ସଂସଦକୁ ସୂଚିତ କରିଛନ୍ତି। ତେବେ ୨୦୨୦-୨୧ ବାର୍ଷିକ ବଜେଟ୍‌ରୁ ଦେଶର କର୍ପୋରେଟ ଜଗତ ଚାହୁଁଥିଲା କ'ଣ ଓ ମିଳିଛି କ'ଣ ଆସନ୍ତୁ ଜାଣିବା ମିଳିଥିବା ପ୍ରତିକ୍ରିୟାରୁ।

୫ ଟ୍ରିଲିୟନ ଇକୋନମି ଲାଗି ଚାହିଦା ବୃଦ୍ଧିର ବଜେଟ୍
ବ୍ୟାଙ୍କ ଅଫ ଇଣ୍ଡିଆ ସିଇଓ ତଥା ପରଚାଳନା ନିର୍ଦ୍ଦେଶକ ଏ.କେ. ଦାସ ବଜେଟରେ ଦ୍ରୁତ ଆର୍ଥିକ ବିକାଶ ଲାଗି ବଜେଟକୁ ଆଗକୁ ବଢାଯାଇଛି। ଏଥିରେ ଗ୍ରାମୀଣ, ଶିକ୍ଷା ଓ ଇନଫ୍ରାଷ୍ଟ୍ରକଚର ପାଇପଲାଇନ ଲାଗି ଅଧିକ ଯୋଗଦାନ ଚାହିଦା ବୃଦ୍ଧିରେ ସହାୟକ ହେବ। ବଜେଟର ଅନ୍ୟ ଭଲ ଦିଗ ମଧ୍ୟରେ ଡିଆସିଜିସି ଇନସ୍ୟୁରାନ୍ସ ଥ୍ରୀସୋଲ୍ଡରେ ସାଇଜୱେଲ ଗ୍ରୋଥ, ଏମଏସଏମଇ ଲାଗି ଲୋନ ସୁବିଧା ସାଙ୍ଗକୁ ରିଷ୍ଟ୍ରକ୍ଚରିଂ ୱିଣ୍ଡୋର ବିସ୍ତାର ସାଙ୍ଗକୁ ଏନବିଏଫସିକୁ ଲିକ୍ୟୁଡିଟି ସପୋର୍ଟ, ଟ୍ୟାକ୍ସ ରାସିନାଲାଜେସନ ସାଙ୍ଗକୁ ଡିମାଣ୍ଡ ପୁଣି ବଢାଇବା ସହ ରିଏଲ ସେକ୍ଟରରେ ଅଭିବୃଦ୍ଧି ଲାଗି ଉଦ୍ୟମ କରାଯାଇଥିବା କହିଛନ୍ତି।

ସେହିପରି କୋଟାକ ମହିନ୍ଦ୍ରା ବ୍ୟାଙ୍କର ଇକନୋମିଷ୍ଟ ଉପାସନା ଭରଦ୍ୱାଜଙ୍କ ଅନୁସାରେ ଆୟକରରେ ପରିବର୍ତ୍ତନ ଯୋଗୁ ଗ୍ରାହକଙ୍କ ବିଶ୍ୱାସ ବଢାଇବାରେ ସହାୟକ ହେବ। ଚଳିତବର୍ଷ ଓ ଆଗାମୀ ବର୍ଷ ଲାଗି ନେଟ୍ ମାର୍କେଟ ଲୋନ ଆଶାକୁ ସାମାନ୍ୟ ହ୍ରାସ କରାଯାଇଛି। ହେଲେ ଏଥିରୁ ବଣ୍ଡ ମାର୍କେଟକୁ ଆଶ୍ୱସ୍ତି ମିଳିବ ବୋଲି ଉପାସନା କହିଛନ୍ତି। ସେହିପରି ଆର୍ଥିକ ନିଅଣ୍ଟକୁ ନିୟନ୍ତ୍ରଣ କରିବାକୁ ବଜେଟରେ ବେଶ୍ ପ୍ରୟାଶ କରାଯାଇଥିବା ଦେଖାଯାଇଛି। ଏଣୁ ୨୦୨୦ ବର୍ଷ ଲାଗି ଏହି ହାର ୩.୮ ସ୍ଥିର କରାଯାଇଥିବା ବେଳେ ୨୦୨୧ ଲାଗି ୩.୫ ପ୍ରତିଶତ ଆକଳନ କରାଯାଉଛି।

ସେହିପରି ଆଦିତ୍ୟ ବିରଲା ସନ ଲାଇଫ ଇନସ୍ୟୋରାନ୍ସର ସିଇଓ କମଲେଶ ରାଓଙ୍କ ଅନୁସାରେ ବର୍ତ୍ତମାନର ଆହ୍ୱାନକୁ ସତ୍ତ୍ୱେ କେନ୍ଦ୍ର ଅର୍ଥମନ୍ତ୍ରୀ ଏକ ସନ୍ତୁଳିତ ବଜେଟ କରିବାକୁ ଉଦ୍ୟମ କରିଛନ୍ତି। ଏଥିରେ ରୋଜଗାରର ସୃଷ୍ଟି ସାଙ୍ଗକୁ ସାମୂହିକ ବିକାଶ ଉପରେ ଧ୍ୟାନ ଦିଆଯାଇଛି। ଶୁଳ୍କର ଶରଳିକରଣ ଅର୍ଥନୀତିକୁ ସହଯୋଗ  ସାଙ୍ଗକୁ ବିକାଶ ଦେବ ବୋଲି କହିଛନ୍ତି ରାଓ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.