Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଟ୍ରମ୍ଫଙ୍କ ଖାସ୍ କାର ‘ ଦି ବିଷ୍ଟ’ଠୁ କମ ନୁହେଁ ଜିନପିଙ୍ଗଙ୍କ ‘ହଙ୍ଗକୀ’, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ

11/10/2019 at 8:10 PM

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବେ ଭାରତ ଗସ୍ତରେ ଅଛନ୍ତି। ଏହି ଦୁଇ ଦିବସୀୟ ଗସ୍ତଲାଗି ରାଷ୍ଟ୍ରପତିଙ୍କ ସହ ଆସିଛି ତାଙ୍କ ବ୍ୟକ୍ତିଗତ କାର ହାଙ୍ଗକି L5। ଯାହାକୁ ନେଇ ଦେଶରେ ଏବେ ଖୁବ୍ ଚର୍ଚ୍ଚା। କୁହାଯାଉଛି ଆମେରିକା ରାଷ୍ଟ୍ରପତିଙ୍କ କାର ‘ଦି ବିଷ୍ଟ’ଠାରୁ କୌଣସି ଗୁଣରେ କମ୍ ନୁହେଁ ଚୀନ ରାଷ୍ଟ୍ରପତିଙ୍କ କାର। ବିଶ୍ୱର ସବୁଠାରୁ ବିଳାଶମୟ ଏହି କାର ସୁରକ୍ଷା ଦୃଷ୍ଟିରୁ ମଧ୍ୟ ବେଶ୍ ଶକ୍ତିଶାଳୀ। ଏହି କାରର ଡୋର ଓ ୱିଣ୍ଡୋରେ ଅସ୍ତ୍ର ରହିଛି। ହେଲେ ସୁରକ୍ଷାଗତ କାରଣ ଯୋଗୁ କାରର ଅନ୍ୟ ଫିଚରଗୁଡିକ ବାହାରେ ପ୍ରକାଶ କରାଯାଇନି। ତେବେ ଆସନ୍ତୁ ଜାଣିବା ଜିନପିଙ୍ଗଙ୍କ କାର ସମ୍ପର୍କରେ।

ଚୀନ ରାଷ୍ଟ୍ରପତିଙ୍କ କାରକୁ ଦେଶରେ ‘ରେଡ ଫ୍ଲାଗ’  ବୋଲି କୁହାଯାଏ। ଯାହା କମ୍ୟୁନିଷ୍ଟର ପ୍ରତୀକ। ୧୯୫୮ ମସିହାରେ ଦେଶର ଫାଷ୍ଟ ଅଟୋ ୱାର୍କସ୍ ଦେଶର ରାଷ୍ଟ୍ରମୁଖ୍ୟଙ୍କ ଲାଗି ଏହି ସ୍ୱତନ୍ତ୍ର କାରକୁ ପ୍ରସ୍ତୁତ କରିଥିଲେ। ତେବେ ଜିନପିଙ୍ଗ ଯେଉଁ ଗାଡିରେ ଯାଉଛନ୍ତି ତାକୁ ତାକୁ ହଙ୍ଗକି N501 ନିର୍ମାଣ କରିଛନ୍ତି। ଯାହାର ଆନୁମାନିକ ବଜାର ମୂଲ୍ୟ ଭାରତରେ ୫ କୋଟି ୫୦ ଲକ୍ଷରୁ ବି ଅଧିକ ହେବ। ଏଥିରେ ଥିବା ଜରୁରି  ସୁରକ୍ଷା ଫିଚର ଯୋଗୁ କାରର ମୂଲ୍ୟ ଆହୁରି ବି ଅଧିକ।

ତେବେ ଆଗରୁ ଚୀନ ରାଷ୍ଟ୍ରମୁଖ୍ୟମାନେ ସେମାନଙ୍କ ଅଧିକାରୀକ ବିଦେଶ ଗସ୍ତରେ ନିଜର କାର ନେଉନଥିଲେ। ତେବେ ୨୦୧୫ ନ୍ୟୁଜିଲ୍ୟାଣ୍ଡ ଗସ୍ତରୁ ଚୀନ ରାଷ୍ଟ୍ରପତିଙ୍କ କାର ତାଙ୍କ ସାଙ୍ଗରେ ଯାଉଛି। ଚୀନ ରାଷ୍ଟ୍ରପତିଙ୍କ କାର ବେଶ ଶକ୍ତିଶାଳୀ। ଏଥିରେ ଟର୍ବୋ ଚାର୍ଜଡ ଭି-ଏଇଟ୍ ଇଞ୍ଜିନ ଲାଗିଛି। ୪୦୨ ହର୍ଷ ପାୱାରର ଏହି କାରର ଇନ୍ଧନ ଟାଙ୍କି ଥରେ ଭରିଲେ ୫ଶହ ମାଇଲ ଯାଇଥାଏ। ଏହାକୁ ଚୀନର ଲିମୋସିନ ବି କୁହାଯାଏ।

ଏହି କାର ଏତେ ଶକ୍ତିଶାଳୀ ଯେ ମାତ୍ର ୮ ସେକେଣ୍ଡରେ ପ୍ରତିଘଣ୍ଟା ୧ଶହ କିଲୋମିଟର ବେଗରେ ଗତି କରିଥାଏ। ୩ହଜାର ୧୫୨ କେଜି ଓଜନର ଏହି କାର ଦେଖିଲେ ବେଶ ବିଶାଳକାୟ । କମ୍ପାନୀ ଯେଉଁ କାର ରାଷ୍ଟ୍ରପତିଙ୍କ ଲାଗି ନିର୍ମାଣ କରେ ତାର ଦ୍ୱିତୀୟ ମଡେଲ କରେ ନାହିଁ। ତେବେ ସରକାରୀ ଅଧିକାରୀ ଓ ନାଗିରକଙ୍କ ଲାଗି ଅନ୍ୟ ମଡେଲ ସବୁ ନିର୍ମାଣ କରେ।   

   Related Posts