ଅଗଷ୍ଟ ପହିଲାରୁ ବଦଳିଯିବ ଏହି ସବୁ ନିୟମ, ଘର ଓ କାର କିଣିବାକୁ ଚାହୁଁଥିଲେ ପଢନ୍ତୁ ଏହି ଖବର

Published By : Prameya-News7 Bureau | July 31, 2019 IST

ଭାରତରେ ଅଗଷ୍ଟକୁ କ୍ରାନ୍ତିର ମାସ କୁହାଯାଏ। ଗୁରୁବାର ମାସ ଆରମ୍ଭ ହେବା ସହ ପ୍ରଥମ ଦିନରୁ ଦେଖାଯିବ ପରିବର୍ତ୍ତନର ପ୍ରଭାବ। ସରକାର କରିଥିବା ନୂଆ ଆର୍ଥିକ ନିୟମ ଦେଶରେ କାର୍ଯ୍ୟକାରୀ ହେବ, ଯାହା ଆପଣଙ୍କ ପକେଟକୁ ହୁଏତ ଭାରି ଲଗିପାରେ। ସରକାରଙ୍କ ନୂଆ ଆର୍ଥିକ ନିୟମରେ ଘର ଓ ଗାଡି ଦର ଶସ୍ତା ତ ହେବ ନିଶ୍ଚିତ, ହେଲେ ବ୍ୟାଙ୍କରେ ଥିବା ଆପଣଙ୍କ ଜମା ରାଶିକୁ ମିଳୁଥିବା ସୁଧ ବି ହ୍ରାସ ହୋଇଯିବ। ଯାହାର ପ୍ରଭାବ ସିଧା ଶଳଖ ଆପଣଙ୍କ ପକେଟ ଉପରେ ପଡିବ। ତେବେ ଆସନ୍ତୁ ଜାଣିବା ରାତି ପାହିଲେ ହେବାକୁ ଯାଉଥିବା ପରିବର୍ତ୍ତନ ସମ୍ପର୍କରେ।

{"id":139464}

ପ୍ରଥମ ପରିବର୍ତ୍ତନ ହେଉଛି ଏସବିଆଇର ସୁଧହାର ହ୍ରାସ। ଯଦି ଆପଣ ଏସବିଆଇଙ୍କ ଫିକ୍ସ ଡିପୋଜିଟ୍ ସ୍କିମରେ ନିବେଶ କରିଥାନ୍ତି ତେବେ ଅଗଷ୍ଟ ୧ ତାରିଖରୁ ଆପଣଙ୍କ ନିବେଶ ଉପରେ ସୁଧ ହାର କମିଯିବ। ଏସବିଆଇ ପୃଥକ ପୃଥକ ଅବଧିର ଫିକ୍ସ ଡିପୋଜିଟ୍ ରେ ସୁଧହାର ୦.୫ପ୍ରତିଶତରୁ  ୦.୭୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ବ୍ୟାଙ୍କଙ୍କ ଏହି ନିଷ୍ପତ୍ତି ଫିକ୍ସ ଡିପୋଜିଟ୍ କୁ ନିବେଶର ସର୍ବୋତ୍ତମ ବିକଳ୍ପ ଭାବୁଥିବା ଗ୍ରାହକଙ୍କ ନିମନ୍ତେ ଝଟକା ହେବ।

{"id":139465,"width":581,"height":435}

ସେପଟେ ହ୍ୟୁଣ୍ଡାଇ ମୋଟର ତାଙ୍କ ଉତ୍ପାଦ ଦର ବୃଦ୍ଧି ନିଷ୍ପତ୍ତି ୧ ଅଗଷ୍ଟରୁ ଲାଗୁ କରିବାକୁ ଯାଉଛନ୍ତି। ଯେଉଁମାନେ ହ୍ୟୁଣ୍ଡାଇ କାର କିଣିବାକୁ ଯୋଜନା କରିଥିଲେ ସେମାନଙ୍କୁ ଏହ ନିଷ୍ପତ୍ତି ନିରାଶ କରିପାରେ। ନିକଟରେ ହ୍ୟୁଣ୍ଡାଇ କାର ମଡେଲ ପିଛା ମୂଲ୍ୟ ୯ ହଜାର ୨ଶହଟଙ୍କା ବୃଦ୍ଧି ନିମନ୍ତେ ଘୋଷଣା କରିଛନ୍ତି। ହ୍ୟୁଣ୍ଡାଇ ଏହି ଦର ବୃଦ୍ଧି ସରକାରଙ୍କ ନୂଆ ସୁରକ୍ଷା ନିୟମ ନିମନ୍ତେ କରିଛନ୍ତି। ସେହିପରି ବଜାଜ ଅଟୋ  ମଧ୍ୟ ୧ ଅଗଷ୍ଟରୁ ବାଇକ୍ ପିଛା ମୂଲ୍ୟ ବୃଦ୍ଧି କରିଛନ୍ତି। ପ୍ରତି ବାଇକ୍ ରେ ବଜାଜ ଅଟୋ ୬ ହଜାର ଟଙ୍କା ବଢାଇଛନ୍ତି। ତେବେ ଅଗଷ୍ଟ ୧ ତାରିଖରୁ ଦେଶରେ ବୈଦୁତିକ ବାହନ ଶସ୍ତା ହୋଇଯିବ। ଇଲେକ୍ଟ୍ରିକ ସ୍କୁଟର, କାର କ୍ରୟ କରିବାରେ ଆପଣଙ୍କୁ ଶୁଳ୍କ ରିହାତି ମିଳିବ।

{"id":139466,"align":"center","width":569,"height":341}

ସେପଟେ ୟୁପି ନୋୟେଡା ଓ ଗ୍ରେଟର ନୋୟଡାରେ ଅଗଷ୍ଟ ୧ ତାରିଖରୁ ଘର ହେଉ କି ଫ୍ଲାଟ କିଣିବା ଶସ୍ତା ହେବ। ଏଠାରେ ନୂଆ କରି ଲାଗୁ ହୋଇଥିବା ସର୍କଲ ରେଟ ୧ ଅଗଷ୍ଟରୁ ହ୍ରାସ  ହେବ। ଏଥିରେ ଗ୍ରୁପ ହାଉସିଂରେ ୬ ପ୍ରତିଶତ ଓ କମର୍ସିଆଲରେ ୨୫ ପ୍ରତିଶତ ସରଚାର୍ଜ ଶସ୍ତା ହେବ। ତେବେ ବାଣିଜ୍ୟିକ ବ୍ୟାଙ୍କମାନେ ମନି ଟ୍ରାନ୍ସଫର ନିମନ୍ତେ ଆଦାୟ କରୁଥିବା ଇମିଡିଏଟ୍ ପେମେଟ୍ ସର୍ଭିସ ବାବଦ ଶୁଳ୍କ ଛାଡ କରିବାକୁ ଯାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.