Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

ବାରମ୍ବାର କାହିଁକି ଆସୁଛି ବାତ୍ୟା ? କ୍ଲାଇମେଟ୍ ଡାୟନାମିକ୍ସରେ ପ୍ରକାଶିତ ହୋଇଛି ଅସଲ କାରଣ

29/07/2021 at 6:16 PM

ନୂଆଦିଲ୍ଲୀ ୨୯।୭ : ଗତ କିଛି ବର୍ଷ ହେଲା ଦେଶ ଓ ଦୁନିଆରେ ସାମୁଦ୍ରିକ ବାତ୍ୟା ବାରମ୍ବାର ଆସୁଛି। ନିକଟ ଅତୀତରେ ଆସିଥିବା ସୁପରସାଇକ୍ଲୋନ ତୌକତେ ଓ ୟାସ୍‌ ଭାରତ ଉପକୂଳରେ ବ୍ୟାପକ କ୍ଷୟକ୍ଷତି କରିଛି। ତେବେ ଭାରତ ସରକାରଙ୍କ ବିଜ୍ଞାନ ଓ ବୈଷୟିକ  ମନ୍ତ୍ରାଳୟ ପ୍ରଥମ ଥର ବାରମ୍ବାର ଆସୁଥିବା ସାମୁଦ୍ରିକ ବାତ୍ୟାର ଅସଲ କାରଣ ସମ୍ପର୍କରେ ସୂଚିତ କରିଛନ୍ତି। ବୈଜ୍ଞାନିକଙ୍କ ଗବେଷଣାରୁ ଗତ ୪ ଦଶକ ଧରି ଉତ୍ତର ହୀନ୍ଦ ମହାସାଗର କ୍ଷେତ୍ରରେ ବିପଦଜନକ ବାତ୍ୟାର ପ୍ରକୋପ ଯୋଗୁ ଏପରି ପରିସ୍ଥିତି ଉପୁଜୁଥିବା ସୂଚିତ କରିଛନ୍ତି।

ଏଥିଲାଗି ଗ୍ଲୋବାଲ ୱାର୍ମିଂ ଓ ଜଳବାୟୁ ପରିବର୍ତ୍ତନ ମୁଖ୍ୟ କାରଣ ବୋଲି ବୈଜ୍ଞାନିକ ମାନେ କହିଛନ୍ତି।  ତେବେ ଏଭଳି ବାତ୍ୟା ଯୋଗୁ ଉପକୂଳବର୍ତ୍ତି ଅଞ୍ଚଳ ଏବେ ଲୋକଙ୍କ ଲାଗି ବିପଦପୂର୍ଣ୍ଣ ବୋଲି ସୂଚିତ କରିଛନ୍ତି।  ଆଇଆଇଟି ଖଡ଼ଗପୁର, ଓସନ ଇଞ୍ଜିନିୟରିଂ ଓ ନାଭାଲ ଆର୍କିଟେକ୍ଚର ବିଭାଗର ବୈଜ୍ଞାନିକ ଜିଆ ଆଲବର୍ଟ, ଅଥିରା କୃଷ୍ଣନ ଓ ପ୍ରସାଦ ଭାସ୍କରନଙ୍କ ସହ ଭିଆଇଆଇଟି ୟୁନିବର୍ସିଟି ଭେଲୋରର ସେଣ୍ଟର ଫର ଡିଜାଷ୍ଟର ମିଟିଗେସନ ଏଣ୍ଡ ମ୍ୟାନେଜମେଣ୍ଟଙ୍କ କେ.ଏନ. ସିଂ ଏହା ଉପରେ ମିଳିତ ଅଧ୍ୟୟନ କରିଥିଲେ।

କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗର କ୍ଲାଇମେଟ୍ ଚେଞ୍ଜ ପ୍ରୋଗ୍ରାମରେ କରାଯାଇଥିବା ଗବେଷଣାରେ କ୍ରିଟିକାଲ ଏଟମସଫେରିକ୍ ପାରାମିଟର୍ସର ଭୂମିକା ଉପରେ ମଧ୍ୟ ଅଧ୍ୟୟନ କରାଯାଇଥିଲା। ଏଥିରେ ଉତ୍ତର ହୀନ୍ଦ ମହାସାଗର କ୍ଷେତ୍ରରେ ଦକ୍ଷିଣ ଏଲ-ନିନୋର ପ୍ରଭାବ ମଧ୍ୟ ଦେଖା ଯାଇଥିଲା। ଯେଉଁଥିରୁ ଉଷ୍ଣ କଟିବନ୍ଧିୟ ଝଡସହ ଏହାର ଗଭୀର ସମ୍ପର୍କ ରହୁଥିବା ଜଣାପଡିଛି। ଯାହାକୁ ସେମାନେ ପାୱାର ଡିସପେନସନ୍ ଇଣ୍ଡେକ୍ସ ଭାବେ ନାମିତ କରିଛନ୍ତି।

ଏଥିରେ ପ୍ରାକ୍‌ ମୌସୁମୀକାଳରେ ବାତ୍ୟା ଭଳି ପରିସ୍ଥିତି  ବଢୁଥିବା ଦେଖା ଯାଇଛି। ୨୦୦୦ ମସିହା ପରଠାରୁ ଉଭୟ ବଙ୍ଗୋପସାଗର ଓ ଆରବ ମହାସାଗରରେ ଏହାର ପ୍ରଭାବ ଦେଖାଯାଇଥିବା ବେଳେ ବାରମ୍ବାର ବାତ୍ୟା ଯୋଗୁ ଉପକୂଳ ଅଞ୍ଚଳ ବ୍ୟାପକ ପ୍ରଭାବିତ ହେଉଥିବା ଦେଖା ଯାଇଛି। ଏହି ବୈଜ୍ଞାନିକ ଗବେଷଣରୁ ଲବ୍ଧ ତଥ୍ୟକୁ ବୈଜ୍ଞାନିକମାନେ  ରିପୋର୍ଟ ଆକାରରେ  ଉପସ୍ଥାପିତ କରିଥିବା ବେଳେ ଏହା କ୍ଲାଇମେଟ୍‌ ଡାୟନାମିକ୍ସ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି। 

   Related Posts