ନୂଆ ଗୁଜରାଟ ମଡେଲ! କିଏ ୧୦ମ ପାସ ତ କିଏ ଚତୁର୍ଥ, ଚର୍ଚ୍ଚାରେ ଭୂପେନ୍ଦ୍ର ପଟେଲଙ୍କ ନୂଆ ମନ୍ତ୍ରୀଙ୍କ ଶୈକ୍ଷିକ ଯୋଗ୍ୟତା

Published By : Prameya-News7 Bureau | September 19, 2021 IST

ଗାନ୍ଧିନଗର ୧୯।୯: ଗତ ଗୁରୁବାର ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନୂଆ ମନ୍ତ୍ରୀମଣ୍ଡଳ ଦାୟିତ୍ୱଗ୍ରହଣ କରିଛି। ତେବେ  କ୍ୟାବିନେଟର କେତେକ ମନ୍ତ୍ରୀଙ୍କ ଆୟ, ଶିକ୍ଷା ଓ ସେମାନଙ୍କ ବିରୋଧରେ ରୁଜୁ ବିଭିନ୍ନ ମୋକଦ୍ଦମା ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଏ ନେଇ ଲୋକେ ସୋସିଆଲ ମିଡିଆରେ ନାନା ମିମସ ପୋଷ୍ଟ କରିବା ସହ ବିଜେପିର ଗୁଜରାଟ ମଡେଲକୁ ନେଇ ପ୍ରଶ୍ନ ମଧ୍ୟ ଉଠାଉଛନ୍ତି।

ଲୋକେ ଆଣୁଥିବା ଅଭିଯୋଗକୁ ବିଜେପି ମଧ୍ୟ ସ୍ୱୀକାର କରିଛି। କିଛି ମନ୍ତ୍ରୀଙ୍କ ଶୈକ୍ଷଣିକ ଯୋଗ୍ୟତା କମ ବୋଲି ରାଜ୍ୟ ବିଜେପି କହିଛି। ହେଲେ ଏଥିଲାଗି ପ୍ରଶାସନ ଉପରେ କୌଣସି ପ୍ରଭାବ ପଡିବନି ବୋଲି ଦଳ କହିଛି। ନୂଆ ମନ୍ତ୍ରୀମଣ୍ଡଳର ୫୨ ପ୍ରତିଶତ ମନ୍ତ୍ରୀ ୩୦ରୁ ୫୦ ଆୟୁବର୍ଗର। ସେହିପରି ୫୨ ପ୍ରତିଶତମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ଶ୍ରେଣୀରୁ ମଧ୍ୟ କମ୍।

{"id":514146,"width":839,"height":629,"sizeSlug":"full","linkDestination":"none"}

ମନ୍ତ୍ରୀମଣ୍ଡଳରେ ଅଛନ୍ତି ଚତୁର୍ଥ ପାସ୍‌ରୁ ପିଏଚଡି ପର୍ଯ୍ୟନ୍ତ ଶିକ୍ଷିତ
ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ କ୍ୟାବିନେଟରେ ଏପରି ୧୫ ଜଣ ମନ୍ତ୍ରୀ ଅଛନ୍ତି ଯେଉଁମାନେ ଗ୍ରାଜୁଏଟ ପର୍ଯ୍ୟନ୍ତ ପାଠ ପଢି ନାହାନ୍ତି। ଅର୍ଥାତ ୬୦ ପ୍ରତିଶତ ମନ୍ତ୍ରୀ କଲେଜ ଦ୍ୱାରକୁ ବି ଯାଇ ନାହାନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ନିଜେ ସିଭିଲ ଇଞ୍ଜିନିୟରିଂରେ ଡିପ୍ଲୋମା ଉତୀର୍ଣ୍ଣ। ସେହିପରି ୧୧ ଜଣ ମନ୍ତ୍ରୀ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି। କିରୀଟି ସିଂ ରାଣା, ନରେଶ ପଟେଲ ଓ ପ୍ରଦୀପ ପରମାର ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ରାଜ୍ୟର ଗୃହମନ୍ତ୍ରୀ ହର୍ଷ ସାଂଘଭୀ ନବମ ପାସ କରିଛନ୍ତି। ସେହିପରି ଗୁଜରାଟ ବିଜେପିର ବରିଷ୍ଠ ନେତା ତଥା ମନ୍ତ୍ରୀ ଜିତୁ ଭାଇ ଚୌଧୁରୀ ମଧ୍ୟ ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ନିମିଷା ବହେନ ସୁଥାର ଓ କିର୍ତ୍ତି ସିଂହ ବାଘେଲା ମାତ୍ର ବର୍ଷେ ଲେଖାଏଁ କଲେଜ ଯାଇଥିଲେ।

ରାଜ୍ୟର ପଶୁପାଳନ ଓ ଗୋ ସମ୍ବର୍ଦ୍ଧନ ମନ୍ତ୍ରୀ ଦେବା ଭାଇ ମାଲମ ସବୁଠୁ କମ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ତେବେ ମନ୍ତ୍ରୀମଣ୍ଡଳରେ ସବୁ ମନ୍ତ୍ରୀ ଏପରି ନୁହନ୍ତି। ମହିସାଗର ସନ୍ତରାମପୁର ବିଧାୟକ ପ୍ରଫେସର କୁବେର ଡିଣ୍ଡୋର ହିନ୍ଦୀ ଭାଷାରେ ପିଜି ସହ ପିଏଚଡି ମଧ୍ୟ କରିଛନ୍ତି।ତେବେ ଭୂପେନ୍ଦ୍ର ପଟେଲଙ୍କ ମନ୍ତ୍ରୀମଣ୍ଡଳର ଆଲୋଚନା କରିବା ପୂର୍ବରୁ ରାଜ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂହ ବାଘେଲା, ଦିଲ୍ଲୀପ ପାରିଖ, ଚିମନଭାଇ ପଟେଲ, ଛବିଲ ଦାସ ମେହେଟ୍ଟା ଓ ଅମରସିଂହ ଚୌଧୁରୀଙ୍କ ମନ୍ତ୍ରୀମଣ୍ଡଳକୁ ବିଚାରକୁ ନିଆଯିବା ଦରକାର। ଅସଲରେ ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ବଡ଼ କଥା ନୁହେଁ ସରକାରଙ୍କ ଅଧିକାରୀ, ସରକାରୀ ତନ୍ତ୍ରକୁ ପରିଚଳାନା କରିବା ଓ ନିଜ ସରକାରଙ୍କ ଯୋଜନାଗୁଡିକୁ ସଠିକ ଲାଗୁ କରିବାର କ୍ଷମତା ବଡ଼ କଥା ବୋଲି ବିଜେପି କହିଛି।

{"id":514149,"width":842,"height":467,"sizeSlug":"full","linkDestination":"none"}

କ'ଣ କୁହନ୍ତି ବିଜେପି ଓ କଂଗ୍ରେସ ନେତା
ସେହିପରି ଦିଲ୍ଲୀର ମୋଦି ସରକାରଙ୍କ ଲାଗି ଗୁଜରାଟ ରାଜନୀତିର ଏକ ଲାବୋରେଟରୀ ବୋଲି କହିଛନ୍ତି ଆମଆଦମୀ ପାର୍ଟି ନେତା ଇଶୁଦାନ ଗଢ଼ବୀ। ଦିଲ୍ଲୀକୁ ରାଜ୍ୟର ଏପରି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଦରକାର ଯିଏ କେବଳ ରବରଷ୍ଟାମ୍ପ ହୋଇ ରହିବେ। ସେହି ଅନୁସାରେ ଦଳ ନିର୍ବାଚନ ଲାଗି ପ୍ରାର୍ଥୀ ଚୟନ କରିବା ସହ ସରକାର ଗଢୁଛି। ଏଠାରେ କେବଳ ଦିଲ୍ଲୀ ଇଶାରାରେ କାମ ହେଉଛି ଏଣୁ ମନ୍ତ୍ରୀଙ୍କ ବଦଳେ ବାବୁ ମଜଭୁତ ହେବାରେ ଲାଗିଛନ୍ତି ବୋଲି ଗଢବୀ କହିଛନ୍ତି।

ତେବେ ବିଜେପି ମୁଖପାତ୍ର ୟମଲ ବ୍ୟାସ କୁହନ୍ତି ଯେ ବିଭିନ୍ନ ପ୍ରସଙ୍ଗକୁ ଧ୍ୟାନରେ ରଖି ପାର୍ଟି ବିଧାୟକଙ୍କ ମଧ୍ୟରୁ ମନ୍ତ୍ରୀ ମନୋନୟନ କରେ। ସେହିମାନେ ହିଁ ସବୁ ପ୍ରକାର ସାମ୍ବିଧାନିକ ଓ ଆଇନଗତ ପ୍ରକ୍ରିୟା ପରିଚାଳନ କରିଥାନ୍ତି। ଆମେ ଯେଉଁମନ୍ତ୍ରୀମାନଙ୍କର ଆଲୋଚନା କରୁଛେ ସେମାନଙ୍କ ବୟସ ଏବେ ୫୦ରୁ ୬୦ ବର୍ଷ ମଧ୍ୟରେ । ଏମାନେ ଯେତେବେଳେ ପାଠ ପଢୁଥିଲେ ସେତେବେଳେ ରାଜ୍ୟରେ କଂଗ୍ରେସ ଶାସନ ଥିଲା। କେବଳ ସହରାଞ୍ଚଳରେ ଶିକ୍ଷାର ବ୍ୟବସ୍ଥା ଥିଲା, ଗ୍ରାମାଞ୍ଚଳମାନଙ୍କରେ ଶିକ୍ଷା କେବଳ ନାମକୁ ମାତ୍ର ଥିଲା। ସେ ସମୟରେ ଶିକ୍ଷାପ୍ରାପ୍ତ କରିବା ଅତ୍ୟନ୍ତ କଠିନ ଥିଲା। ଏହା ଛଡା ଯେଉଁମାନେ ମନ୍ତ୍ରୀ ହୋଇଛନ୍ତି ସେମାନେ ଦୁଇ ୩ଥର ବିଧାୟକ ଥିଲେ। ଏଣୁ ରାଜ୍ୟ ଶାସନରେ ସେମାନଙ୍କର ଅଭିଜ୍ଞତା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.