ପଞ୍ଚମୁଖୀ ହନୁମାନଙ୍କ ପୂଜା କଲେ ମିଳିଥାଏ ଅନେକ ଲାଭ: କାହିଁକି ଏହି ରୂପ ଧାରଣ କରିଥିଲେ ହନୁମାନ, ଜାଣନ୍ତୁ ରୋଚକ କଥା

Published By : Prameya-News7 Bureau | November 10, 2020 IST

ଭୁବନେଶ୍ୱର ୧୦/୧୧ : ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନ ସର୍ବଦା ନିଜ ଭକ୍ତଙ୍କ କଷ୍ଟ ଦୂର କରିଥାନ୍ତି। ସେଥିପାଇଁ ହନୁମାନଙ୍କୁ ସଙ୍କଟମୋଚନ ମଧ୍ୟ କୁହାଯାଏ। ଶ୍ରଦ୍ଧାର ସହ ଆରାଧନା କଲେ ହନୁମାନ ଖୁବ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି। ହନୁମାନ ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହୋଇଥିବାରୁ ତାଙ୍କ ଶରଣାଗତ ହେଲେ ଭକ୍ତଙ୍କ ସବୁ ସଙ୍କଟ ଦୂର ହୋଇଥାଏ। ହନୁମାନ କଳିଯୁଗର ଦେବତା। ହନୁମାନ କାହିଁକି ପଞ୍ଚମୁଖୀ ରୂପ ଧାରଣ କରିଥିଲେ ଏବଂ ତାଙ୍କ ପୂଜା ଦ୍ୱାରା କଣ ଲାଭ ମିଳିଥାଏ ଜାଣନ୍ତୁ :

ହନୁମାନ ପଞ୍ଚମୁଖୀ ରୂପ ଧାରଣ କରିବା ପଛରେ ଏକ ପ୍ରଚଳିତ କାହାଣୀ ରହିଛି। ଏହି କଥା ଅନୁସାରେ ଯେତେବେଳେ ଶ୍ରୀରାମଙ୍କ ସହ ଯୁଦ୍ଧରେ ରାବଣ ନିଜର ପରାଜୟର ଆଭାସ ପାଇଥିଲେ ସେ ନିଜ ଭାଇ ଅହିରାବଣକୁ ସାହାଯ୍ୟ ମାଗିଥିଲେ। ଅହିରାବଣ ମାୟା ଜାଲରେ ଶ୍ରୀରାମଙ୍କ ପୁରା ସେନାକୁ ଶୁଆଇଦେଲେ ଓ ରାମ ଲକ୍ଷ୍ମଣଙ୍କୁ ବନ୍ଧକ କରି ପାତାଳଲୋକକୁ ନେଇ ଚାଲିଗଲେ। ଯେତେବେଳେ ସମସ୍ତଙ୍କୁ ହୋସ ଆସିଲା ବିଭୀଷଣ ପୁରା ଚାଲ ବୁଝି ପାରିଥିଲେ ଓ ହନୁମାନଙ୍କୁ ପାତାଳଲୋକ ଯିବାକୁ କହିଥିଲେ।

{"id":359235,"sizeSlug":"large"}

ଏହାପରେ ହନୁମାନ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଖୋଜିବାକୁ ପାତାଳଲୋକରେ ପହଞ୍ଚିଲେ। ସେଠାରେ ସେ ପ୍ରଥମେ ମକରଧ୍ବଜକୁ ପରାସ୍ତ କରିଥିଲେ ଓ ଅହିରାବଣ ସହ ଯୁଦ୍ଧ କରିବାକୁ ଯାଇ ପହଞ୍ଚିଲେ। କିନ୍ତୁ ଅହିରାବଣ ୫ଟି ଦିଗରେ ଦୀପ ଲଗାଇଥିଲା ଏବଂ ଅହିରାବଣକୁ ବରଦାନ ମିଳିଥିଲା ଯେ ଯିଏ ଏହି ୫ଟି ଦୀପ ଏକାସଙ୍ଗେ ଲିଭେଇଦେବ ସେ ହିଁ ତାର ବଧ କରିପାରିବ। ଏହି ପରିସ୍ଥିତିକୁ ଦେଖି ହନୁମାନ ପଞ୍ଚମୁଖୀ ରୂପ ଧାରଣ କଲେ ଓ ୫ଟି ଦୀପ ଏକାସଙ୍ଗେ ଲିଭାଇ ଅହିରାବଣର ବଧ କରିଥିଲେ। ପଞ୍ଚମୁଖରେ ଉତ୍ତର ଦିଗରେ ବରାହ ମୁଖ, ଦକ୍ଷିଣ ଦିଗରେ ନରସିଂହ ମୁଖ, ପଶ୍ଚିମରେ ଗରୁଡ ମୁଖ, ଆକାଶ ଆଡକୁ ହୟଗ୍ରୀବ ମୁଖ ଓ ପୂର୍ବ ଦିଗରେ ହନୁମାନ ମୁଖ।

ପଞ୍ଚମୁଖୀ ହନୁମାନଙ୍କ ପୂଜା କଲେ ବହୁ ଲାଭ ମିଳିଥାଏ। ଘରେ ପଞ୍ଚମୁଖୀ ହନୁମାନଙ୍କ ପ୍ରତିମା କିମ୍ବା ଫଟୋ ପୂଜା କଲେ ମଙ୍ଗଳ, ଶନି, ପିତୃ ଦୋଷରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ। କିନ୍ତୁ ଏହି ପ୍ରତିମା ଦକ୍ଷିଣ ଦିଗରେ ସ୍ଥାପନା କରି ପୂଜା କରିବା ଉଚିତ। ଏଥିପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ। ପଞ୍ଚମୁଖୀ ହନୁମାନଙ୍କ ପୂଜା କରିବା ଦ୍ୱାରା ଜୀବନରେ ଆସିବାକୁଥିବା ସମସ୍ତ ସଙ୍କଟ ଦୂର ହୋଇଥାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.