Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଛ ମୁଣ୍ଡ ଖାଇବାକୁ ଭଲ ପାଉଛନ୍ତି କି : ତେବେ ଜାଣନ୍ତୁ ଏହି ଖବର

10/05/2019 at 11:49 AM

ପ୍ରାୟ ମାଂସାହାରୀ ବ୍ୟକ୍ତି ମାଛ ଖାଇବାକୁ ବହୁତ ଭଲ ପାଆନ୍ତି। ଖାସ୍ କରି ବଙ୍ଗାଳୀ ଲୋକମାନେ ମାଛ ଖାଇବାକୁ ବହୁତ ଭଲ ପାଇଥାଆନ୍ତି। ମାଛରେ ଥିବା ଓମେଗା-୩ ଆମ ମସ୍ତିଷ୍କକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଯଦି ଆପଣ ବି ମାଛ ଖାଇବାକୁ ଭଲ ପାଆନ୍ତି ତେବେ ଆପଣଙ୍କୁ ମାଛର ମୁଣ୍ଡ ଖାଇବା ନିତାନ୍ତ ଆବଶ୍ୟକ। ଏହା ଦ୍ବାରା ଆପଣଙ୍କ ଶରୀରକୁ ଅନେକ ଲାଭ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ

ଯଦି ଆପଣ ଶୀଘ୍ର କୈାଣସି ଜିନିଷ ଭୁଲିଯାଉଛନ୍ତି ତେବେ ଆପଣଙ୍କୁ ମାଛର ମୁଣ୍ଡ ଖାଇବା ନିହାତି ଆବଶ୍ୟକ।

ମାଛରେ ଥିବା ଓମେଗା ୩ ଆପଣଙ୍କ ମସ୍ତିଷ୍କକୁ ପ୍ରଖର କରିବାରେ ସାହାଯ୍ୟ କରିଥାଏ। ଛାତ୍ରଛାତ୍ରୀଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

ମାଛ ଖାଇବା ଦ୍ବାରା ଚକ୍ଷୁଜନିତ ସମସ୍ୟା ଦୂର ହୋଇଥାଏ। ଯେଉଁ ବ୍ୟକ୍ତିଙ୍କ ଆଖିକୁ କମ୍ ଦେଖାଯାଇଥାଏ ତେବେ ସେମାନଙ୍କୁ ମାଛ ମୁଣ୍ଡ ଖାଇବା ନିହାତି ଜରୁରୀ। ମାଛ ମୁଣ୍ଡ ସେବନ କରିବା ଦ୍ବାରା ଆଖିର ଦୃଷ୍ଟିଶକ୍ତି ଧୀରେ ଧୀରେ ବଢ଼ିବାକୁ ଲାଗିଥାଏ।

ମାଛରେ ଏପରି ତତ୍ତ୍ବ ରହିଥାଏ, ଯାହା ସେବନ କରିବା ଦ୍ବାରା ଷ୍ଟୋନ୍ ଭଳି ରୋଗରୁ ମୁକ୍ତି ମିଳିଥାଏ। ଏହା ଖାଇବା ଦ୍ବାରା ଷ୍ଟୋନ୍ ହେବାର ଆଶଙ୍କା ମଧ୍ୟ ନଥାଏ।

   Related Posts